କନକ ବ୍ୟୁରୋ : ପୁଣି ମୁହାଁମୁହିଁ ହୋଇପାରନ୍ତି ଇରାନ-ଇସ୍ରାଏଲ । ଗାଜାରେ ଇସ୍ରାଏଲର ପୁଣି ଆକ୍ରମଣ ପରେ ତେହେରାନର ଚେତାବନୀ । ମୁସଲିମ ଦେଶଙ୍କୁ ଇସ୍ରାଏଲ ସହ ସବୁ ସମ୍ପର୍କ ଛିନ୍ନ କରିବାକୁ ଇରାନର ସୁପ୍ରିମ ନେତା ଖାମନେଇଙ୍କ ଆହ୍ବାନ। ଖାମନେଇ କହିଛନ୍ତି ଶତ୍ରୁମାନେ ତାଙ୍କ ଦେଶକୁ ବିପଦରେ ପକାଇବାକୁ ଚାହୁଛନ୍ତି । ଆମେରିକାର ମଧ୍ୟସ୍ଥତା ପରେ ଇରାନ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧରେ ବିରାମ ଲାଗିଥିଲା । କିନ୍ତୁ କିଛି ମାସ ପରେ ପୁଣି ଗାଜାକୁ ନେଇ ଦୁଇ ଦେଶ ମୁହାଁମୁହି ହୋଇଛନ୍ତି । ଗାଜାରେ ଇସ୍ରାଏଲ ଆକ୍ରମଣରେ ଗତ ଜୁନ୍ ମାସରେ ୧୦୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା । ଇସ୍ରାଏଲ ଗାଜା ଉପରେ ଆକ୍ରମଣ ଜାରି ରଖିଥିବାରୁ ମୁସଲିମ ଦେଶମାନଙ୍କୁ ଇସ୍ରାଏଲ ସହ ସମ୍ପର୍କ ଛିନ୍ନ କରିବାକୁ ଆହ୍ବାନ ଦେଇଛନ୍ତି ଖାମନେଇ । ଏହାରି ଭିତରେ ଇସ୍ରାଏଲକୁ କ୍ଷତି ପହଞ୍ଚାଇବାକୁ ଇରାନ ଆକ୍ରମଣ କରିପାରେ ବୋଲି କୁହାଯାଉଛି । ଏନେଇ ଇସ୍ରାଏଲର ପ୍ରତିରକ୍ଷା ଓ ସୁରକ୍ଷା ମନ୍ତ୍ରଣାଳୟର ସିଇଓ କହିଛନ୍ତି ।

Advertisment

ପୁଣି ମୁହାଁମୁହିଁ ହୋଇପାରନ୍ତି ଇରାନ-ଇସ୍ରାଏଲ
ଗାଜାରେ ଇସ୍ରାଏଲର ପୁଣି ଆକ୍ରମଣକୁ ବଢୁଛି ବିବାଦ
ମୁସଲିମ ଦେଶଙ୍କୁ ଇସ୍ରାଏଲ ସହ ସବୁ ସମ୍ପର୍କ ଛିନ୍ନ କରିବାକୁ ଆହ୍ବାନ
ଇରାନର ସୁପ୍ରିମ ନେତା ଖାମନେଇଙ୍କ ଚେତାବନୀ
‘ଶତ୍ରୁମାନେ ତାଙ୍କ ଦେଶକୁ ବିପଦରେ ପକାଇବାକୁ ଚାହୁଛନ୍ତି’
ଆମେରିକାର ମଧ୍ୟସ୍ଥତାରେ ଇରାନ ଓ ଇସ୍ରାଏଲ ଯୁଦ୍ଧ ବନ୍ଦ ହୋଇଥିଲା
କିଛି ମାସ ପରେ ପୁଣି ଗାଜାକୁ ନେଇ ଦେଇ ଦେଶ ମୁହାଁମୁହି ହୋଇଛନ୍ତି
ଗାଜାରେ ଇସ୍ରାଏଲ ଆକ୍ରମଣ ଜାରି ରଖିଛି
ଜୁନ ମାସରେ ଇସ୍ରାଏଲ ଆକ୍ରମଣରେ ୧୦୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି
ଇସ୍ରାଏଲକୁ ଏକଘରିଆ କରିବାକୁ ମୁସଲିମ ଦେଶମାନଙ୍କୁ ଆହ୍ବାନ
ଇସ୍ରାଏଲକୁ କ୍ଷତି ପହଞ୍ଚାଇବାକୁ ଇରାନ ଆକ୍ରମଣ କରିପାରେ 
ଏନେଇ ଇସ୍ରାଏଲର ପ୍ରତିରକ୍ଷା ଓ ସୁରକ୍ଷା ମନ୍ତ୍ରଣାଳୟର ସିଇଓ କହିଛନ୍ତି