କନକ ବ୍ୟୁରୋ: ଇରାନ ଉପରେ ଇସ୍ରାଏଲର ଆକ୍ରମଣକୁ ୭୨ ଘଣ୍ଟା ପୂରିଛି । ଏହି ଆକ୍ରମଣରେ  ବର୍ତ୍ତମାନ ସୁଦ୍ଧା  ୪୦୬  ଇରାନୀ ନାଗରିକଙ୍କ ମୃତ୍ୟୁ ଘଟିଥିବାବେଳେ ୪୬୫ ଲୋକ ଗୁରୁତର ହୋଇଛନ୍ତି । ସେହିପରି ଇରାନର ଆକ୍ରମଣରେ ଏପର୍ଯ୍ୟନ୍ତ ୧୬ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ହୋଇଛି ଏବଂ ୧୨ ଜଣ ଗୁରୁତର ହୋଇଛନ୍ତି । ଗତ ୭୨ ଘଣ୍ଟାରେ ଇସ୍ରାଏଲ ଇରାନର ଭିତ୍ତିଭୂମିକୁ ଟାର୍ଗେଟ କରିଛି । କିନ୍ତୁ ତହେରାନ କହୁଛି ଇସ୍ରାଏଲ ଆକ୍ରମଣରେ ଏପର୍ଯ୍ୟନ୍ତ  ୨୨୪ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ନାଗରିକ ଅଛନ୍ତି ।  

Advertisment

ଇସ୍ରାଏଲ ଦାବି କରିଛି ଯେ ଗତ 24 ଘଣ୍ଟା ମଧ୍ୟରେ ସେ ତାଙ୍କ ଦେଶ ଏବଂ ତେହେରାନ ମଧ୍ୟରେ ଏକ 'ବାୟୁ କରିଡର' ସୃଷ୍ଟି କରିଛି । ଅର୍ଥାତ୍ ଇସ୍ରାଏଲର ଦାବି ଅନୁସାରେ, ଏବେ ଇସ୍ରାଏଲର ବାୟୁ ସେନା  ନିଜ ଦେଶରୁ ତେହେରିନ୍‌ ମଧ୍ୟରେ  ନିଜ ବିମାନ ଉଡ଼ାଇପାରିବେ ଏବଂ ଯୁଦ୍ଧ ମଧ୍ୟ କରିବେ । ଏହାରି ମଧ୍ୟରେ  ଇସ୍ରାଏଲ  ଇରାନ୍‌ ଉପରେ ବହୁ ଦୂରରୁ ଆକ୍ରମଣ କରିଛି । ଇସ୍ରାଏଲର ବାୟୁସେନା ଦ୍ବାରା ଇରାନ୍‌ର  ବିମାନ ଉପରେ ଆକ୍ରମଣ  କରାଯାଇଛି ।  ଏହି ଦୂରତା ଏସ୍ରାଏଲ ଠାରୁ  ପାଖାପାଖି  ୨,୩୦୦ କିଲୋମିଟର ହେବ । ଆକ୍ରମଣ ପରେ ବିମାନଟି ସମ୍ପୂର୍ଣ୍ଣ ଜଳିଯାଇଥିଲା। ସାମରିକ ଘାଟିଗୁଡ଼ିକୁ ଟାର୍ଗେଟ କରିବା ପରେ, ଇସ୍ରାଏଲ ଏବେ ସାମରିକ ଇରାନର ଭିତ୍ତିଭୂମିକୁ ଟାର୍ଗେଟ କରୁଛି ।