କନକ ବ୍ୟୁରୋ: ଇସ୍ରାଏଲର ଆକ୍ରମଣ ପରେ ଇରାନର ବଡ଼ ଆକ୍ରମଣ । ୧୦ ମିନିଟରେ ୪୦୦ରୁ ଅଧିକ ବାଲିଷ୍ଟିକ୍ ମିସାଇଲ ମାଡ । ଇସ୍ରାଏଲ ସହର ଉପରେ ୪୦୦ରୁ ଅଧିକ ମିସାଇଲ ମାଡ଼ କଲା ଇରାନ୍ । ୧୦୨ଟି ଅଞ୍ଚଳକୁ ଟାର୍ଗେଟ କରି ଏହି ମିସାଇଲ ମାଡ଼ କରାଯାଇଛି । କ୍ୟାମେରାରେ କଏଦ ହୋଇଛି ମିସାଇଲ ଆକ୍ରମଣର ଚିତ୍ର । ଆକାଶରେ ଇରାନର ମିସାଇଲ ଓ ଇସ୍ରାଏଲର ଆଇରନ ଡୋମ୍ ମଧ୍ୟରେ ଚାଲିଛି ଟକ୍କର । କିଛି ଅଞ୍ଚଳରେ ମିସାଇଲ ମାଡ଼ ଯୋଗୁଁ ନିଆଁ ଲାଗିଥିବା ଜଣାପଡ଼ିଛି । ଇରାନର ଆକ୍ରମଣ ପରେ ଇସ୍ରାଏଲ ରାଷ୍ଟ୍ରପତିଙ୍କ ନିତ୍ୟାନାହୁ ଚେତାବନୀ ଦେଇ କହିଛନ୍ତି, ଇରାନ ବଡ ଭୁଲ କରିଛି ଏହାର ପରିଣାମ ଭୋଗିବାକୁ ପଡିବ ।
ସ୍ଥିତି ଜଟିଳ ହେଉଥିବା ବେଳେ ଆମେରିକାର ସୁରକ୍ଷା ଟିମଙ୍କ ସହ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, କମଳା ହାରିସଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ତେବେ ମିସାଇଲ ଆକ୍ରମଣ ପୂର୍ବରୁ ଇସ୍ରାଇଲ ଲୋକଙ୍କୁ ସତର୍କ କରିବା ସହ ସମସ୍ତ ନାଗରିକଙ୍କୁ ବଙ୍କର ମଧ୍ୟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଏହି ଆକ୍ରମଣରେ ମୃତାହାତ ନେଇ କୌଣସି ସୂଚନା ମିଳିପାରି ନାହିଁ ।
ସେପଟେ ଇସ୍ରାଏଲର ରାଜଧାନୀ ତେଲଅବିବରେ ଅଜଣା ବନ୍ଧୁକଧାରୀଙ୍କ ଆତର୍କିତ ଗୁଳିମାଡ଼ରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଆକ୍ରମଣ ପରେ ନେତ୍ୟାନାହୁ କ୍ୟାବିନେଟ ପକ୍ଷରୁ ଜରୁରୀ ବୈଠକ ଡକାଯାଇଛି । ଆମେରିକା ପକ୍ଷରୁ ମଧ୍ୟ ବୟାନ ଜାରି କରାଯାଇଛି । ଇସ୍ରାଏଲର ସୁରକ୍ଷା ପାଇଁ ଆମେରିକା ପ୍ରତିବଦ୍ଧ ଥିବା କହିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ । ଲେବାନନରେ ଗ୍ରାଉଣ୍ଡ ଆଟାକ ପରେ ଇସ୍ରାଏଲକୁ ଇରାନ ପକ୍ଷରୁ ସତର୍କ କରାଯାଇଥିଲା । ଏବେ ଏହି ଆକ୍ରମଣ ପରେ ମହାଯୁଦ୍ଧ ନେଇ ଆଶଙ୍କା ବଢ଼ିଛି । ଇସ୍ରାଏଲ ବିପକ୍ଷରେ ଏକାଠି ହେବାକୁ ଇରାନ ପକ୍ଷରୁ ସମସ୍ତ ମୁସଲିମ ଦେଶମାନଙ୍କୁ ଆହ୍ୱାନ କରାଯାଇଛି । ସେପଟେ ଇରାନରେ ଥିବା ଭାରତୀୟଙ୍କ ପାଇଁ ଆଡଭାଇଜାରୀ ଜାରି କରିଛି ଭାରତ । ଯୁଦ୍ଧ ଭୟ ଯୋଗୁଁ ଇରାନ, ଇରାକ, ଜୋର୍ଡାନ ବିମାନ ଚଳାଚଳ ଉପରେ କଟକଣା ।
ଇସ୍ରାଏଲର ଆକ୍ରମଣ ପରେ ଇରାନର ବଡ଼ ଆକ୍ରମଣ:
୧୦ ମିନିଟରେ ୪୦୦ରୁ ଅଧିକ ବାଲିଷ୍ଟିକ୍ ମିସାଇଲ ମାଡ଼
ଆକ୍ରମଣ ପରେ ଇସ୍ରାଏଲ ରାଷ୍ଟ୍ରପତି ନିତ୍ୟାନେହୁଙ୍କ ଚେତାବନୀ
ନିତ୍ୟାନେହୁ କହିଛନ୍ତି ବଡ ଭୁଲ ଭୁଲ କରିଛି, ଇରାନ ପରିଣାମ ଭୋଗିବ
ଆମେରିକାର ସୁରକ୍ଷା ଟିମଙ୍କ ସହ ବାଇଡେନ, ହାରିସଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ
ଲେବାନନ ପାଇଁ ଏକାଠି, ଆକାଶରୁ ହେବ ଲଢ଼େଇ
ଲେବାନନରେ ଏୟାର ଷ୍ଟ୍ରାଇକ୍ ଜାରି ରଖିଛି ଇସ୍ରାଏଲ
'ଇସ୍ରାଏଲ ଆକ୍ରମଣ ସହିବା ସୀମା ଟପିଛି'
'ଇସ୍ରାଏଲକୁ କଡ଼ା ଜବାବ ଦେବା ଜାରୁରୀ'
'ଅରବ-ମୁସଲିମ ଦେଶ ଚୁପ ବସିବେ ନାହିଁ'
'ପୂରା ଅରବର ସୁରକ୍ଷା ବିପଦରେ ପଡ଼ିଛି'
ସବୁ ମୁସଲିମ ଦେଶକୁ ଏକଜୁଟ କରିବାକୁ ଇରାନର ପ୍ରୟାସ
ଇସ୍ରାଏଲ ବିରୋଧରେ ଯୁଦ୍ଧ ପାଇଁ ଆହ୍ୱାନ