କନକବ୍ୟୁରୋ : ଦେଶବ୍ୟାପୀ ପ୍ରତିବାଦ ଉପରେ ଇରାନର ରକ୍ତାକ୍ତ କାର୍ଯ୍ୟାନୁଷ୍ଠାନକୁ ନେଇ ଆମେରିକା ସହିତ ଉତ୍ତେଜନା ବୃଦ୍ଧି ପାଇଥିବାବେଳେ ଗୁରୁବାର ସକାଳେ ଇରାନ ଘଣ୍ଟା ଘଣ୍ଟା ପାଇଁ କୌଣସି କାରଣ ନ ଦେଇ ବାଣିଜ୍ୟିକ ବିମାନ ପାଇଁ ତା’ର ବାୟୁସୀମା ବନ୍ଦ କରିଦେଇଥିଲା । ଫଳରେ ଏୟାର ଇଣ୍ଡିଆ, ଇଣ୍ଡିଗୋ ଓ ସ୍ପାଇଶ ଜେଟ୍ ପରି ଭାରତୀୟ ଏୟାରଲାଇନ୍ସର ଆର୍ନ୍ତଜାତିକ ବିମାନ ସେବା ପ୍ରଭାବିତ ହୋଇଛି ।
ପାକିସ୍ତାନରେ ବିବାହ କରିଥିବା ଶିଖ୍ ମହିଳା ଗିରଫ
ଗୁରୁବାର ଏୟାର ଇଣ୍ଡିଆ ଏୟାରଲାଇନ୍ସ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟ କରି ଏହାର ଯାତ୍ରୀଙ୍କୁ ବିମାନ ଉଡ଼ାଣରେ ବିଳମ୍ବ ତଥା ବାତିଲ ସମ୍ପର୍କରେ ସୂଚନା ଦେଇଛି । ଇରାନ ବାୟୁସୀମା ବନ୍ଦ କରିଥିବାରୁ ସେହି ମାର୍ଗ ଦେଇ ଯିବାକୁ ଥିବା ଏୟାର ଇଣ୍ଡିଆ ବିମାନ ବିକଳ୍ପ ମାର୍ଗ ବ୍ୟବହାର କରିବ ଯେଉଁଥିପାଇଁ ଉଡ଼ାଣ ସମୟରେ ପରିବର୍ତ୍ତନ ହୋଇପାରେ ବୋଲି ଏହାର ପୋଷ୍ଟରେ ଏୟାର ଇଣ୍ଡିଆ ଯାତ୍ରୀଙ୍କୁ ସୂଚନା ଦେଇଥିଲା । ଯେଉଁ ବିମାନ ପାଇଁ ବିକଳ୍ପ ମାର୍ଗ ବ୍ୟବସ୍ଥା ନାହିଁ ସେଗୁଡ଼ିକ ବାତିଲ କରାଯାଇଥିବା କୁହାଯାଇଛି ।
ବିମାନବନ୍ଦରକୁ ଆସିବା ପୂର୍ବରୁ ଉଡ଼ାଣ ସ୍ଥିତି ଯାଞ୍ଚ କରିବାକୁ ଏୟାର ଇଣ୍ଡିଆ ପକ୍ଷରୁ ଯାତ୍ରୀଙ୍କୁ ପରାମର୍ଶ ଦିଆଯାଇଥିଲା। ବିମାନ ଯାତ୍ରୀ ତଥା କ୍ରୁ ସଦସ୍ୟଙ୍କ ସୁରକ୍ଷା ପାଇଁ ଏୟାରଲାଇନ୍ସ ପକ୍ଷରୁ ଏହି ବ୍ୟବସ୍ଥା ହାତକୁ ନିଆଯାଇଥିବା କୁହାଯାଇଛି। ଇଣ୍ଡିଗୋ ଏୟାରଲାଇନ୍ସ ମଧ୍ୟ ‘ଏକ୍ସ’ ରେ ଏକ ପୋଷ୍ଟ କରି ଇରାନ ଏହାର ବାୟୁସୀମା ବନ୍ଦ କରିଥିବାରୁ ଏୟାରଲାଇନ୍ସର ଆର୍ନ୍ତଜାତିକ ବିମାନସେବା ପ୍ରଭାବିତ ହୋଇଥିବା କହିଛି। ସ୍ପାଇଶଜେଟ୍ ମଧ୍ୟ ଏହାର ଯାତ୍ରୀମାନଙ୍କ ପାଇଁ ସମାନ ଅପଡେଟ୍ ଜାରି କରିଛି।
ସୂଚନାଯୋଗ୍ୟ, ଇରାନ ଦ୍ବାରା ଜାରି କରାଯାଇଥିବା ପାଇଲଟ୍ ମାର୍ଗଦର୍ଶିକା ଅନୁଯାୟୀ, ଚାରି ଘଣ୍ଟାରୁ ଅଧିକ ସମୟ ପାଇଁ ବାୟୁସୀମା ବନ୍ଦ ରଖାଯାଇଥିଲା। ଇରାନର ବାୟୁସୀମା ଗୁରୁତ୍ବପୂର୍ଣ୍ଣ ପୂର୍ବ-ପଶ୍ଚିମ ଉଡ଼ାଣ ମାର୍ଗରେ ଅବସ୍ଥିତ। ସକାଳ ୭ଟା ପରେ ଇରାନ ଆକାଶରେ ଅନେକ ଘରୋଇ ବିମାନ ଯାତାୟାତ କରୁଥିବା ଦେଖାଯାଇଥିଲା। ଫଳରେ ଇରାନ ତା’ର କଟକଣା ହଟାଇ ଦେଇଥିବା ଅନୁମାନ କରାଯାଉଛି। ଏହାପୂର୍ବରୁ ଜୁନ୍ରେ ଇସ୍ରାଏଲ ସହିତ ୧୨ ଦିନିଆ ଯୁଦ୍ଧ ସମୟରେ ଇରାନ ଏହାର ବାୟୁସୀମା ବନ୍ଦ କରିଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2026/01/15/plaine-2026-01-15-12-12-32.jpg)