କନକବ୍ୟୁରୋ : ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନୀ ସେନା ଅନେକ ଆମେରିକୀୟ ସୈନିକଙ୍କୁ ବନ୍ଦୀ କରିଛି ବୋଲି ତେହେରାନର ଦାବିକୁ ଆମେରିକୀୟ ସେନା ଖଣ୍ଡନ କରିଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡର ଜଣେ ମୁଖପାତ୍ର ଏହି ଅଭିଯୋଗଗୁଡ଼ିକୁ ମିଥ୍ୟା ଏବଂ କପୋଳକଳ୍ପିତ ବୋଲି କହିଛନ୍ତି। ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦର ସଚିବ ଅଲି ଲାରିଜାନି ଅନେକ ଆମେରିକୀୟ ସୈନିକଙ୍କୁ ବନ୍ଦୀ କରାଯାଇଥିବା ମନ୍ତବ୍ୟ ଦେବା ପରେ ଆମେରିକା ପକ୍ଷରୁ ଏହି ବିବୃତି ଆସିଛି। ଲାରିଜାନି କହିଛନ୍ତି, ୱାଶିଂଟନ ସେହି ସୈନିକମାନଙ୍କୁ ହତ୍ୟା କରାଯାଇଥିବା କହି ସେମାନଙ୍କୁ ବନ୍ଦୀ କରାଯାଇଥିବା କଥା ଲୁଚାଇ ରଖିଛି ।
ଲାରିଜାନି ସୋସିଆଲ ମିଡିଆ ଏକ୍ସରେ ରେ ଲେଖିଛନ୍ତି, ମୋତେ କୁହାଯାଇଛି ଯେ ଅନେକ ଆମେରିକୀୟ ସୈନିକଙ୍କୁ ବନ୍ଦୀ କରାଯାଇଛି, କିନ୍ତୁ ଆମେରିକୀୟମାନେ ଦାବି କରୁଛନ୍ତି ଯେ, ସେମାନେ କାର୍ଯ୍ୟାନୁଷ୍ଠାନରେ ନିହତ ହୋଇଛନ୍ତି। ଏହା ଆମେରିକାର ନିରର୍ଥକ ପ୍ରୟାସ। ସତ୍ୟକୁ ସେମାନେ ଅଧିକ ସମୟ ପାଇଁ ଲୁଚାଇ ପାରିବେ ନାହିଁ। ତେବେ ଆମେରିକୀୟ ସେନା ଲାରିଜାନିଙ୍କ ଏହି ଦାବିକୁ ଅସ୍ୱୀକାର କରିଛି।
ଆମେରିକାର କେନ୍ଦ୍ରୀୟ କମାଣ୍ଡର ଜଣେ ମୁଖପାତ୍ର ଅଲ ଜାଜିରାକୁ ଦେଇଥିବା ପ୍ରତିକ୍ରିୟାରେ କହିଛନ୍ତି, ଆମେରିକୀୟ ସୈନିକଙ୍କୁ ବନ୍ଦୀ କରିବାର ଇରାନ ସରକାରଙ୍କ ମିଛ ଦାବିର ଆଉ ଏକ ଉଦାହରଣ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/08/08bbs_23_08032026_111-2026-03-08-13-13-50.jpg)