କନକ ବ୍ୟୁରୋ : ମଧ୍ୟପ୍ରାଚ୍ୟରେ ଘନାଉଛି ଯୁଦ୍ଧ ଆଶଙ୍କା । ଏହାରି ଭିତରେ ଲେବାନନରୁ ଆସୁଛି ବଡ଼ ଖବର । ଇରାନ ପରେ ଏବେ ଇସ୍ରାଏଲ ଉପରେ ରକେଟ ବର୍ଷା କରିଛି ଲେବାନନ ।  ଇସ୍ରାଏଲର ବିଭିନ୍ନ ସହରକୁ ଟାର୍ଗେଟ୍ କରିଛି ଲେବାନନ । ସହର ସାରା ସତର୍କ ସାଇରନ୍ ଘନ ଘନ ବାଜୁଛି । ଲୋକମାନେ ମାଟିତଳ ବଙ୍କର ଭିତରେ ଲୁଚି ରହିଥିବା ସୂଚନା ମିଳୁଛି । ଲେବାନନରୁ ୨୪୦ରୁ ଅଧିକ ରକେଟ୍ ଇସ୍ରାଏଲ ଆଡକୁ ଛଡାଯାଇଥିବା ସୂଚନା ।

Advertisment

ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ବଡ ଯୁଦ୍ଧର ଆଶଙ୍କା ଦେଖାଦେଇଛି । ଏହାରି ଭିତରେ ଇରାନ ଉପରେ ନୂଆ କଟକଣା ଲଗାଇବା ପାଇଁ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଓ ମେଲୋନୀ ଜରୁରୀକାଳୀନ ଜି-୭ ବୈଠକ ଡାକିଛନ୍ତି । ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଓ ମେଲୋନୀ ଜି-୭ର ଜରୁରୀ ବୈଠକ ଡାକିଛନ୍ତି । ଇରାନ ଉପରେ ନୂଆ କଟକଣା ଲଗାଇବା ନେଇ ବୈଠକରେ ଆଲୋଚନା ହୋଇଛି । ବାଇଡେନ୍ ଓ ଜି-୭ ନେତାମାନେ ଇରାନର ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି । ଇରାନର ପରମାଣୁ କେନ୍ଦ୍ର ଉପରେ ଆକ୍ରମଣକୁ ସମର୍ଥନ କରୁନଥିବା କଥା ବାଇଡେନ୍ କହିଛନ୍ତି । ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ ହେଉ ବୋଲି ଆମେ ଚାହୁଁଛୁ ବୋଲି ବାଇଡେନ କହିଛନ୍ତି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରୁ ଏହା ଜଣାପଡ଼ିଛି ଯେ ଇସ୍ରାଏଲ୍ ଉପରେ ମିସାଇଲ ଆକ୍ରମଣ ପରେ ଇରାନ୍ ବିରୋଧରେ ନୂଆ କଟକଣା ଲାଗୁ କରିବା ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଜି-୭ ରାଷ୍ଟ୍ରମୁଖ୍ୟଙ୍କ ସହ ଫୋନରେ କଥା ହୋଇଥିବା ହ୍ୱାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି ।

ବାଇଡେନ୍ ଓ ଜି-୭ ନେତାମାନେ ଇରାନର ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି । ରାଷ୍ଟ୍ରପତି ବାଇଡେନ ଇସ୍ରାଏଲ ଏବଂ ଏହାର ଜନସାଧାରଣଙ୍କ ପ୍ରତି ଆମେରିକାର ଏକତା ଏବଂ ସମର୍ଥନକୁ ଦୋହରାଇଛନ୍ତି । ଇସ୍ରାଏଲର ସୁରକ୍ଷା ପାଇଁ ଆମେରିକା ପ୍ରତିଶୃତିବଦ୍ଧ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ଇସ୍ରାଏଲ ନିଜ ଉପରେ ହୋଇଥିବା ଆକ୍ରମଣର ଜବାବ ଦେବ, କିନ୍ତୁ ଆମେ ଇରାନର ପରମାଣୁ ଆକ୍ରମଣକୁ ସମର୍ଥନ କରୁନାହୁଁ । ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ଜବାବ ଦେବାର ଅଧିକାର ଇସ୍ରାଏଲର ରହିଛି । ସେମାନେ କ'ଣ କରିବାକୁ ଯାଉଛନ୍ତି ସେନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରାଯିବ ବୋଲି ହ୍ବାଇଟ୍ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ସେପଟେ ଏନେଇ ଇରାନ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ ।