କନକ ବ୍ୟୁରୋ : ଇସ୍ରାଏଲ ସେନା ତରଫରୁ ହିଜବୁଲ୍ଲା ମୁଖ୍ୟ ହସନ ନସରୁଲ୍ଲାକୁ ହତ୍ୟା କରାଯିବା ନେଇ ଘୋଷଣା କରିବା ପରେ ଇରାନ ଏବେ ସତର୍କ ହୋଇଛି । ଏକ ଅର୍ନ୍ତଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଇରାନର ସୁପ୍ରିମ ଲିଡର ଆୟାତୁଲ୍ଲା ଅଲ୍ଲୀଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ସେପଟେ ଇରାନ ତରଫରୁ ଇସଲାମିକ ଷ୍ଟେଟ୍ ସଂଗଠନ ଓଆଇସି ବା ଅର୍ଗାନାଇଜେସନ ଅଫ୍ ଦ ଇସଲାମିକ କୋପରେସନକୁ ତୁରନ୍ତ ବୈଠକ ଡାକିଛି । 

Advertisment

ଓଆଇସିକୁ ଇସଲାମିକ ସହଯୋଗ ସଂଗଠନ ମଧ୍ୟ କୁହାଯାଇଥାଏ । ୪ଟି ମହାଦୀପରେ ଅବସ୍ଥିତ ୫୭ ଟି ମୁସଲିମ୍ ରାଷ୍ଟ୍ରର ମିଳିତ ସଂଗଠନକୁ ଓଆଇସି କୁହାଯାଏ । ୟୁନାଇଟେଡ ନେସନ ପରେ ଏହା ପୃଥିବୀର ଦ୍ୱିତୀୟ ବୃହତ ସଂଗଠନ । ଓଆଇସି ସଂଗଠନକୁ ଇସଲାମିକ୍ ଦେଶର ସ୍ୱର ବୋଲି କୁହାଯାଏ । ଏହା ସହ ଏହି ସଂଗଠନର ସ୍ଥାପନା ସହ ଇସ୍ରାଏଲର ସଂପର୍କ ଥିବା ମଧ୍ୟ ଜଣାପଡିଛି। 

ମକ୍କା ଓ ମଦୀନା ପରେ ଇସ୍ରାଏଲରେ ଥିବା ଜେରୁସେଲମ୍ ସ୍ଥିତ ଅଲ ଅକ୍ସା ମସଜିଦକୁ ମୁସଲିମ୍ ମାନଙ୍କର ତୃତୀୟ ପବିତ୍ର ଧର୍ମସ୍ଥଳୀ ବୋଲି କୁହାଯାଏ । ଏହା ଧର୍ମପୀଠକୁ ନେଇ ମୁସଲିମ୍, ଇସାଇ, ୟେହୁଦୀଙ୍କ ମଧ୍ୟରେ ଦୀର୍ଘଦିନ ହେବ ଲଢେଇ ଜାରି ରହିଛି । ୧୯୬୯ ମସିହା ସେପ୍ଟେମ୍ବର ୨୫ ତାରିଖରେ ଜେରୁସେଲମ୍ ସ୍ଥିତ ଏହି ମସଜିଦରେ ନିଆଁ ଲଗାଇଦେଇଥିଲେ । ଏହି ଅଗ୍ନିକାଣ୍ଡରେ ୟେହୁଦିଅଙ୍କ ହାତ ଥିବା ମୁଫତୀ ଆମୀନ ଦାବି କରିଥିଲେ । ଏହାକୁ ନେଇ ବିଶ୍ୱର ସମସ୍ତ ମୁସଲିମ୍ ଦେଶ ଏକାଠି ହୋଇଥିଲେ । 

ଏହି କ୍ରମରେ ୬ମାସ ପରେ ସାଉଦୀ ଆରବରେ ପ୍ରଥମଥର ଓଆଇସି ସଂଗଠନ ଗଠନ କରାଯାଇ ଏହାର ପ୍ରଥମ ବୈଠକ ବସିଥିଲା । ବୈଠକରେ ସଂଠନର ପୂର୍ଣ୍ଣ ପ୍ରସ୍ତୁତି ହେବା ସହ ଜେଦ୍ଦାରେ ଏହାର ସ୍ଥାୟୀ ସଚିବାଳୟ ଗଠନ ନେଇ ନିଷ୍ପତ୍ତି ହୋଇଥିଲା 
ଓଆଇସିର ସବୁଠାରୁ ବଡ ଉଦ୍ଦେଶ୍ୟ ହେଉଛି ଏହି ସଂଗଠନ ସହିତ ଜଡିତ ଦେଶମାନଙ୍କୁ ଏକଜୁଟ୍ କରି ରଖିବା । ଇସଲାମ ଧର୍ମର ରକ୍ଷା ଓ ପ୍ରଚାର କରିବା, ମୁସଲିମ୍ ସମାଜକୁ ଆର୍ଥିକ ଓ ସାଂସ୍କୃତିକ ସହଯୋଗ ବୃଦ୍ଧି କରିବା ଆଦି । 

ଇସଲାମିକ ସଂଗଠନର ଓଆଇସିରେ ମୋଟ ୫୭ ଟି ଦେଶର ସଦସ୍ୟତା ରହିଛି । ମୁଖ୍ୟତଃ ଆଫଗାନିସ୍ତାନ, ବାଂଲାଦେଶ, ଇରାନ, ଇରାକ, ଜର୍ଡନ, ମୋରକ୍କୋ, ଓମାନ, ପାକିସ୍ତାନ, ପାଲେଷ୍ଟାଇନ, କତ୍ତର, ସାଉଦୀ ଆରବ, ତୁର୍କିର୍, ସଂଯୁକ୍ତ ଆରବ, ଅମିରତ, ଓଜବେକିସ୍ତାନ, ଓ ୟେମନ ଭଳି ଦେଶ ସାମିଲ ଅଛନ୍ତି ।