ଅତିରିକ୍ତ ପୋଲିସ କମିଶନର ଦାୟିତ୍ୱ ନେଲେ ଉମାଶଙ୍କର ଦାସ । ଅପରାଧ ଦମନ ଦିଗରେ ରହିଛି ଉଲ୍ଲେଖନୀୟ ଭୂମିକା ।

୨୦୦୮ ବ୍ୟାଚ୍ ଆଇପିଏସ୍ ଉମାଶଙ୍କର ଦାସ ।  ସେ ଏହା ପୂର୍ବରୁ ଅନୁଗୁଳ ଏସପି, ଭୁବନେଶ୍ୱର ଡିସିପି, ପୁରୀ ଏସପି ଭାବେ ଦାୟିତ୍ୱ ନିର୍ବାହ କରିସାରିଛନ୍ତି । । ମହିଳା ସୁରକ୍ଷା, ସାଇବର ଅପରାଧ ଆଦି ଦିଗରେ ଆଗକୁ କମିଶନରେଟ ପୋଲିସ୍ ଅଧିକ କ୍ରିୟାଶୀଳ ହେବ ବୋଲି କହିଛନ୍ତି ଉମାଶଙ୍କର।

ଅଦ୍ୟତନ ହୋଇଛି
21୍ି୍123

କନକ ବ୍ୟୁରୋ: ଟୁଇନ ସିଟିରେ ଅତିରିକ୍ତ ପୋଲିସ କମିଶନର ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ୨୦୦୮ ବ୍ୟାଚ ଆଇପିଏସ୍ ଉମାଶଙ୍କର ଦାସ । ପୋଲିସ ସେବା ଭବନରେ ପହଞ୍ଚିବା ପରେ ବରିଷ୍ଠ ଅଧିକାରୀମାନେ ତାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରିଥିଲେ । ଉମାଶଙ୍କର ଏହା ପୂର୍ବରୁ ଅନୁଗୁଳ ଏସପି, ଭୁବନେଶ୍ୱର ଡିସିପି, ପୁରୀ ଏସପି ଭାବେ ଦାୟିତ୍ୱ ନିର୍ବାହ କରିସାରିଛନ୍ତି । ଭୁବନେଶ୍ୱର ଡିସିପି ଥିବା ବେଳେ ଆଇନଶୃଙ୍ଖଳା ରକ୍ଷା ଓ ଅପରାଧ ଦମନ ଦିଗରେ ଅନେକ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଥିଲେ । ସେହିଭଳି ସାଇବର ଅପରାଧ ରୋକିବା ପାଇଁ ଡିସିପି ଥିବା ବେଳେ ଗୁରୁତ୍ୱାରୋପ କରିଥିଲେ । ଏବେ କାର୍ଯ୍ୟଭାର ଗ୍ରହଣ କରିବା ପରେ ପୋଲିସ କମିଶନରଙ୍କୁ ଭେଟି ଯେଉଁ ଗୁରୁଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ଅଛି, ସବୁ ଚ୍ୟାଲେଞ୍ଜର ମୁକାବିଲା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ଉମାଶଙ୍କର । ମହିଳା ସୁରକ୍ଷା, ସାଇବର ଅପରାଧ ଆଦି ଦିଗରେ ଆଗକୁ କମିଶନରେଟ ପୋଲିସ୍ ଅଧିକ କ୍ରିୟାଶୀଳ ହେବ ବୋଲି କହିଛନ୍ତି ଉମାଶଙ୍କର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe