କନକ ବ୍ୟୁରୋ: ଟୁଇନ ସିଟିରେ ଅତିରିକ୍ତ ପୋଲିସ କମିଶନର ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ୨୦୦୮ ବ୍ୟାଚ ଆଇପିଏସ୍ ଉମାଶଙ୍କର ଦାସ । ପୋଲିସ ସେବା ଭବନରେ ପହଞ୍ଚିବା ପରେ ବରିଷ୍ଠ ଅଧିକାରୀମାନେ ତାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରିଥିଲେ । ଉମାଶଙ୍କର ଏହା ପୂର୍ବରୁ ଅନୁଗୁଳ ଏସପି, ଭୁବନେଶ୍ୱର ଡିସିପି, ପୁରୀ ଏସପି ଭାବେ ଦାୟିତ୍ୱ ନିର୍ବାହ କରିସାରିଛନ୍ତି । ଭୁବନେଶ୍ୱର ଡିସିପି ଥିବା ବେଳେ ଆଇନଶୃଙ୍ଖଳା ରକ୍ଷା ଓ ଅପରାଧ ଦମନ ଦିଗରେ ଅନେକ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଥିଲେ । ସେହିଭଳି ସାଇବର ଅପରାଧ ରୋକିବା ପାଇଁ ଡିସିପି ଥିବା ବେଳେ ଗୁରୁତ୍ୱାରୋପ କରିଥିଲେ । ଏବେ କାର୍ଯ୍ୟଭାର ଗ୍ରହଣ କରିବା ପରେ ପୋଲିସ କମିଶନରଙ୍କୁ ଭେଟି ଯେଉଁ ଗୁରୁଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ଅଛି, ସବୁ ଚ୍ୟାଲେଞ୍ଜର ମୁକାବିଲା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ଉମାଶଙ୍କର । ମହିଳା ସୁରକ୍ଷା, ସାଇବର ଅପରାଧ ଆଦି ଦିଗରେ ଆଗକୁ କମିଶନରେଟ ପୋଲିସ୍ ଅଧିକ କ୍ରିୟାଶୀଳ ହେବ ବୋଲି କହିଛନ୍ତି ଉମାଶଙ୍କର ।
ଅତିରିକ୍ତ ପୋଲିସ କମିଶନର ଦାୟିତ୍ୱ ନେଲେ ଉମାଶଙ୍କର ଦାସ । ଅପରାଧ ଦମନ ଦିଗରେ ରହିଛି ଉଲ୍ଲେଖନୀୟ ଭୂମିକା ।
୨୦୦୮ ବ୍ୟାଚ୍ ଆଇପିଏସ୍ ଉମାଶଙ୍କର ଦାସ । ସେ ଏହା ପୂର୍ବରୁ ଅନୁଗୁଳ ଏସପି, ଭୁବନେଶ୍ୱର ଡିସିପି, ପୁରୀ ଏସପି ଭାବେ ଦାୟିତ୍ୱ ନିର୍ବାହ କରିସାରିଛନ୍ତି । । ମହିଳା ସୁରକ୍ଷା, ସାଇବର ଅପରାଧ ଆଦି ଦିଗରେ ଆଗକୁ କମିଶନରେଟ ପୋଲିସ୍ ଅଧିକ କ୍ରିୟାଶୀଳ ହେବ ବୋଲି କହିଛନ୍ତି ଉମାଶଙ୍କର।