ଭୁବନେଶ୍ୱରରେ ପ୍ରତୀକଙ୍କ ସ୍ଥାନରେ ପିନାକଙ୍କୁ ଦାୟିତ୍ୱ ।  ଟ୍ୱିନସିଟିକୁ ମିଳିଲା ନୂଆ କମିସନର ।

Advertisment

ଟ୍ୱିନସିଟିକୁ ନୂଆ କମିସନର ମିଳିଥିବା ବେଳେ ଭୁବନେଶ୍ୱରରେ ବି ଡିସିପି ବଦଳିଛନ୍ତି । ପ୍ରତୀକ ସିଂ ପୂର୍ବରୁ ଭୁବନେଶ୍ୱର ଡିସିପି ଦାୟିତ୍ୱରେ ରହିଥିଲେ ବର୍ତ୍ତମାନ ତାଙ୍କୁ କଟକ ଜିଲ୍ଲା ଏସପି ଦାୟିତ୍ୱ ମିଳିଛି । 

ଟ୍ୱିନସିଟିକୁ ନୂଆ କମିସନର ମିଳିଥିବା ବେଳେ ଭୁବନେଶ୍ୱରରେ ବି ଡିସିପି ବଦଳିଛନ୍ତି । ପ୍ରତୀକ ସିଂ ପୂର୍ବରୁ ଭୁବନେଶ୍ୱର ଡିସିପି ଦାୟିତ୍ୱରେ ରହିଥିଲେ ବର୍ତ୍ତମାନ ତାଙ୍କୁ କଟକ ଜିଲ୍ଲା ଏସପି ଦାୟିତ୍ୱ ମିଳିଛି । 

35୍ି୍

କନକ ବ୍ୟୁରୋ: ଆଜି IPS ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏହି କ୍ରମରେ ଟ୍ୱିନସିଟିକୁ ନୂଆ କମିସନର ମିଳିଥିବା ବେଳେ ଭୁବନେଶ୍ୱରରେ ବି ଡିସିପି ବଦଳିଛନ୍ତି । ପ୍ରତୀକ ସିଂ ପୂର୍ବରୁ ଭୁବନେଶ୍ୱର ଡିସିପି ଦାୟିତ୍ୱରେ ରହିଥିଲେ ବର୍ତ୍ତମାନ ତାଙ୍କୁ କଟକ ଜିଲ୍ଲା ଏସପି ଦାୟିତ୍ୱ ମିଳିଛି । ସେହିଭଳି ପିନାକ ମିଶ୍ରଙ୍କୁ ଭୁବନେଶ୍ୱର ଡିସିପି ଦାୟିତ୍ୱ ମିଳିଛି । ଜତିନ୍ଦ୍ର କୁମାର ପରିଡ଼ାଙ୍କୁ ମିଳିଛି ଗଜପତି ଏସପି ଦାୟିତ୍ୱ । ଆଇପିଏସ ମିହିର ପଣ୍ଡା ନବରଙ୍ଗପୁର ଏସପି ଦାୟିତ୍ୱ ମିଳିଛି । ଆଇପିଏସ ରାମ ପ୍ରସାଦ ସାହୁଙ୍କୁ ସୋନପୁର ଏସପି ଦାୟିତ୍ୱ ମିଳିଛି ।  ଆଇପିଏସ ଅନୀଲ କୁମାର ମିଶ୍ର ଦେବଗଡ଼ ଏସପି ହୋଇଛନ୍ତି । ସାଗରିକା ନାଥଙ୍କୁ ମିଳିଛି ଖୋର୍ଦ୍ଧା ଏସପି ଦାୟିତ୍ୱ । ଜଗମୋହନ ମୀନା କଟକର ନୂଆ ଡିସିପି ନିଯୁକ୍ତ ହୋଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe