କନକ ବ୍ୟୁରୋ: ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର । ଆଜି ଗୃହ ବିଭାଗ ତରଫରୁ ଏନେଇ ବିଜ୍ଞପ୍ତି ପ୍ରକାଶ କରାଯିବା ସହିତ ଆଇପିଏସ୍ ସ୍ତରରେ ଅଦଳବଦଳ ନେଇ ସୂଚନା ଦିଆଯାଇଛି । ଏଥିରେ ବରିଷ୍ଠ ଆଇପିଏସ୍ ଅଫିସର ସଞ୍ଜୀବ ପଣ୍ଡାଙ୍କୁ ଏଡିଜି ନକ୍ସଲ ବିରୋଧୀ ଅପରେସନ୍ ଭାବେ ଦାୟିତ୍ୱ ଦିଆଯାଇଛି । ସେହିପରି ଅଖିଳେଶ୍ୱର ସିଂଙ୍କୁ ସ୍ୱତନ୍ତ୍ର ଗୁଇନ୍ଦା ଶାଖାର ଡିଆଇଜି ଭାବେ ଦାୟିତ୍ୱ ଦେଇଛନ୍ତି ସରକାର । ଅନ୍ୟପଟେ କେଭି ସିଂଙ୍କୁ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଭାବେ ଦାୟିତ୍ୱ ଦିଆଯାଇଛି ।
ଆଇପିଏସ୍ ସ୍ତରରେ ଅଦଳବଦଳ । ସଞ୍ଜୀବ ପଣ୍ଡା ହେଲେ ନକ୍ସଲ ବିରୋଧୀ ଅପରେସନ୍ ADG । ଅଖିଳେଶ୍ବର ସିଂ ହେଲେ ସ୍ବତନ୍ତ୍ର ଗୁଇନ୍ଦା ଶାଖା DIG । କେଭି ସିଂ ହେଲେ ଦକ୍ଷିଣ- ପଶ୍ଚିମାଞ୍ଚଳ DIG#Odisha#IPS#KanakNewspic.twitter.com/v2lfbfoGgr
— Kanak News (@kanak_news) July 9, 2025