କନକ ବ୍ୟୁରୋ : ଆଇପିଏସ୍ ୱାଇ ପୁରଣ କୁମାରଙ୍କ ଆତ୍ମହତ୍ୟା ମାମଲାରେ ନୂଆ ମୋଡ଼ । ତଦନ୍ତ କରୁଥିବା ଏଏସଆଇ ସନ୍ଦୀପ୍ ଲାଠରଙ୍କ ଆତ୍ମହତ୍ୟା । ହରିଆଣାରେ ଆଇପିଏସ୍ ଅଧିକାରୀ ୱାଇ ପୂରଣ କୁମାରଙ୍କ ଆତ୍ମହତ୍ୟା ମାମଲାରେ ଏବେ ଆହୁରି ଏକ ଭୟଙ୍କର ମୋଡ଼ ଘଟିଛି । ରୋହତକ ସାଇବର୍ ସେଲରେ ଏଏସଆଇ ସନ୍ଦୀପ୍ ଲାଠର  ନିଜକୁ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି । ଏହି ଘଟଣା ପୂରନ କୁମାରଙ୍କ ମାମଲାର ତଦନ୍ତରେ ନୂତନ ପ୍ରଶ୍ନ ଉଠାଇଛି । ଲାଠରଙ୍କ ଆତ୍ମହତ୍ୟା ପୂର୍ବରୁ ରେକର୍ଡ୍ କରାଯାଇଥିବା ଏକ ଭିଡିଓ ଓ ସୁସାଇଡ୍ ନୋଟରୁ ପୂରଣ କୁମାରଙ୍କ ବିରୋଧରେ ବଡ଼ ଆକ୍ଷେପ ବାହାରିଛି । ଭିଡ଼ିଓରେ ସନ୍ଦୀପ ମୃତ ଆଇପିଏସଙ୍କ ଉପରେ ଅଭିଯୋଗ ଆଣି କହିଛନ୍ତି, ପୂରଣ କୁମାର ଦୁର୍ନୀତି କରିଥିଲେ ।

Advertisment

ସନ୍ଦୀପ ଦାବି କରିଥିଲେ, ପୂରଣ କୁମାର ଜଣେ ଦୁର୍ନୀତିଗ୍ରସ୍ତ ଅଧିକାରୀ ଥିଲେ, ତାଙ୍କ ବିରୁଦ୍ଧରେ ପ୍ରଚୁର ପ୍ରମାଣ ଥିଲା ଏବଂ ଗିରଫଦାରୀ ଭୟରେ ସେ ଆତ୍ମହତ୍ୟା କରିଥିଲେ । ପୂରଣ ଜାତିବାଦର ଆଶ୍ରୟ ନେଇ ସରକାର ବ୍ୟବସ୍ଥାକୁ ଅପହରଣ କରୁଥିବାର ମଧ୍ୟ ଅଭିଯୋଗ କରିଥିଲେ । ସନ୍ଦୀପ କହିଛନ୍ତି, ପୂରନଙ୍କ ପରିବାରକୁ ଛଡ଼ାଯିବା ଉଚିତ୍ ନୁହେଁ । ସନ୍ଦୀପଙ୍କ ଆତ୍ମହତ୍ୟା ପୂରଣ କୁମାରଙ୍କ ଆତ୍ମହତ୍ୟାର ସାତ ଦିନ ପରେ ଘଟିଛି, ଯାହା ପୁଲିସ ବିଭାଗ  ମଧ୍ୟରେ ହଇଚଇ ସୃଷ୍ଟି କରିଛି । ଲାଠରଙ୍କ ଆତ୍ମହତ୍ୟା ପରେ ରୋହତକ ପୁଲିସ ତଦନ୍ତ ଆରମ୍ଭ କରିଛି । ମୃତ ଶରୀର ଲାଢ଼ୋତ୍-ଧାମଡ଼ ରୋଡରେ ଏକ ଘରୁ ମିଳିଥିବା ବେଳେ ସର୍ଭିସ ଗନ୍‌ ଓ ସୁଇସାଇଡ ନୋଟ ମିଳିଛି । ଘଟଣାରେ ରାଜନିତୀ ଜୋର ଧରିଛି,  ରାହୁଲ ଗାନ୍ଧୀ ପୂରଣଙ୍କ ପରିବାରକୁ ଭେଟି ଜାତିଗତ ଭେଦଭାବ ବିରୋଧରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ କାର୍ଯ୍ୟାନୁଷ୍ଠାନ  ନେବାକୁ କହିଛନ୍ତି।