କନକ ବ୍ୟୁରୋ : ରାଜ୍ୟ ସରକାର ଆଇପିଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି । ରାଜ୍ୟ ସରକାର ୧୭ ଜଣ ଆଇପିଏସ୍ ଓ ଜଣେ ଓଏଏସ୍ ଅଧିକାରୀଙ୍କୁ ବଦଳି କରିଛନ୍ତି । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଏହି କ୍ରମରେ ସରକାର ପୁରୀ ଏସପିଙ୍କୁ ବଦଳି ହୋଇଛି । ରାଜ୍ୟ ସରକାର ପୁରୀ, ଖୋର୍ଦ୍ଧା, ବାଲେଶ୍ୱର, କଟକ (ଗ୍ରାମାଞ୍ଚଳ), ଜଗତସିଂହପୁର, ସୁନ୍ଦରଗଡ଼, ନୂଆପଡ଼ା ଓ ଝାରସୁଗୁଡ଼ା ଏସପିଙ୍କୁ ବଦଳି କରିଛନ୍ତି। ପିନାକମିଶ୍ରଙ୍କୁ ପଦୋନ୍ନତି ଦିଆଯାଇ ପୂର୍ବାଞ୍ଚଳ ରେଞ୍ଜର ଡିଆଇଜି ଭାବେ ଅବସ୍ଥାପିତ କରାଯାଇଛି, ତାଙ୍କ ସ୍ଥାନରେ ପ୍ରତୀକ ସିଂ ପୁରୀ ଏସପି ହୋଇଛନ୍ତି । ରାଜ୍ୟ ଅପରାଧ ବିଧି ବିଜ୍ଞାନାଗାର (ଏସଏଫଏସଏଲ୍) ଅତରିକ୍ତ ନିର୍ଦ୍ଦେଶିକା ଡ. ସନ୍ତୋଷ ବାଲାଙ୍କୁ ଏହି ପ୍ରତିଷ୍ଠାନାନରେ ନିର୍ଦ୍ଦେଶିକା ଦାୟିତ୍ବ ମିଳିଛି । ଆଇପିଏସ୍ ପ୍ରବୀଣ କୁମାରଙ୍କୁ ଆଇଜି (ପ୍ରୋଭିଜିଅନିଂ) ରେ ଅବସ୍ଥାପିତ କରାଯାଇଛି। ସତୀଶ ଗଜଭିୟେଙ୍କୁ ଆରକ୍ଷୀ ଅଧୀକ୍ଷକଙ୍କ ମୁଖ୍ୟ କାର୍ଯ୍ୟାଳୟରୁ ସ୍ପେଶାଲ ଆର୍ମ ପୁଲିସକୁ ବଦଳି ହୋଇଛି। ଝାରସୁଗୁଡ଼ା ଏସପି ପରମାର ସ୍ମିତ୍ଙ୍କୁ କ୍ରାଇମବ୍ରାଞ୍ଚ ଏସପି ଭାବେ ବଦଳି ହୋଇଛି। ସେହିପରି କଟକରେ ରେଳବାଇ ଏସପି ବିବେକାନନ୍ଦ ଶର୍ମାଙ୍କୁ ଖୋର୍ଦ୍ଧା, ସୁନ୍ଦରଗଡ଼ ଏସପି ପ୍ରତ୍ୟୁଷ ଦିବାକରଙ୍କୁ ବାଲେଶ୍ବର, ବିନିତ ଅଗ୍ରୱାଲଙ୍କୁ କଟକ (ଗ୍ରାମାଞ୍ଚଳ) ଏସପି ଭାବେ ବଦଳି କରାଯାଇଛି। ବାଲେଶ୍ବର ଏସପି ରାଜ ପ୍ରସାଦଙ୍କୁ ଏସପି (ସ୍ବତନ୍ତ୍ର ଶାଖା), ନୂଆପଡ଼ା ଏସପି ଗୁନ୍ଦାଲା ରେଡ୍ଡୀଙ୍କୁ ଝାରସୁଗୁଡ଼ା, ଅଙ୍କିତ କୁମାର ବର୍ମାଙ୍କୁ ଜଗତସିଂହପୁର, ଅମ୍ରିତପାଲ ସିଂହଙ୍କୁ ଖୋର୍ଦ୍ଧାରୁ ନୂଆପଡ଼ା, ଭୁବନେଶ୍ବର ଅତିରିକ୍ତ ଡିସିପି ଅମ୍ରିତପାଲ କୌରଙ୍କୁ ସୁନ୍ଦରଗଡ଼କୁ ବଦଳି କରାଯାଇଛି । ଜଗତସିଂହପୁର ଏସପି ଭବାନୀ ଶଙ୍କର ଉଦଗାତାଙ୍କୁ କଟକ ରେଳବାଇ ଏସପି ଭାବେ ନୂଆ ନିଯୁକ୍ତି ମିଳିଛି ।
ଆଇପିଏସ୍ ସ୍ତରରେ ଅଦଳବଦଳ, ବଦଳିଲେ ୮ ଜିଲ୍ଲାର ଏସପି, ପିନାକ ମିଶ୍ର ହେଲେ ପୂର୍ବାଞ୍ଚଳ ଡିଆଇଜି
ରାଜ୍ୟ ସରକାର ପୁରୀ, ଖୋର୍ଦ୍ଧା, ବାଲେଶ୍ୱର, କଟକ (ଗ୍ରାମାଞ୍ଚଳ), ଜଗତସିଂହପୁର, ସୁନ୍ଦରଗଡ଼, ନୂଆପଡ଼ା ଓ ଝାରସୁଗୁଡ଼ା ଏସପିଙ୍କୁ ବଦଳି କରିଛନ୍ତି। ପିନାକମିଶ୍ରଙ୍କୁ ପଦୋନ୍ନତି ଦିଆଯାଇ ପୂର୍ବାଞ୍ଚଳ ରେଞ୍ଜର ଡିଆଇଜି ଭାବେ ଅବସ୍ଥାପିତ କରାଯାଇଛି, ତାଙ୍କ ସ୍ଥାନରେ ପ୍ରତୀକ ସିଂ ପୁରୀ ଏସପି ହୋଇଛନ୍ତି । ରାଜ୍ୟ ଅପରାଧ ବିଧି ବିଜ୍ଞାନାଗାର (ଏସଏଫଏସଏଲ୍) ଅତରିକ୍ତ ନିର୍ଦ୍ଦେଶିକା ଡ. ସନ୍ତୋଷ ବାଲାଙ୍କୁ ଏହି ପ୍ରତିଷ୍ଠାନାନରେ ନିର୍ଦ୍ଦେଶିକା ଦାୟିତ୍ବ ମିଳିଛି ।
/kanak/media/media_files/2025/08/22/2-2025-08-22-07-36-45.jpg)