IPL 2025 Qualifier 2: ଆଜି ପଞ୍ଜାବ ଓ ମୁମ୍ୱାଇ ଲଢ଼େଇ, ବର୍ଷାରେ ମ୍ୟାଚ୍ ଧୋଇଗଲେ କିଏ ଯିବ ଫାଇନାଲ୍ ?

ଆଜି ପଞ୍ଜାବ କିଙ୍ଗ୍ସ ଓ ମୁମ୍ୱାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ ପ୍ଲେ-ଅଫ୍ ଦ୍ୱିତୀୟ କ୍ୱାଲିଫାୟାର ମ୍ୟାଚ୍ । ତେବେ ଆଜି ବର୍ଷା ହେଲେ କିମ୍ୱା କୌଣସି କାରଣରୁ ମ୍ୟାଚ୍ ବାତିଲ୍ ହେଲେ କିଏ ଫାଇନାଲ୍ ଯିବ ? ଏହି ପ୍ରଶ୍ନ ଏବେ କ୍ରିକେଟ ପ୍ରଶଂସକଙ୍କ ମନରେ ଉଙ୍କି ମାରୁଛି । 

1-IPL

କନକ ବ୍ୟୁରୋ: ଆଇପିଏଲ୍ ପ୍ଲେ-ଅଫରେ ଆଜି ଦ୍ବିତୀୟ କ୍ବାଲିଫାୟାର ମ୍ୟାଚ୍ ଖେଳାଯିବ । ମୁମ୍ୱାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଫାଇନାଲକୁ ଯିବା ପାଇଁ ଜୋରଦାର ଲଢ଼େଇ ହେବ । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍ । ତେବେ କୌଣସି କାରଣରୁ ଏହି ମ୍ୟାଚ ବାତିଲ ହେଲେ କିଏ ଫାଇନାଲ ଯିବ ? ସେ ପ୍ରଶ୍ନ ଫ୍ୟାନ୍ସଙ୍କ ମନରେ ଉଙ୍କି ମାରିବାରେ ଲାଗିଛି । 

ବର୍ତ୍ତମାନ ସୁଦ୍ଧା ଟୁର୍ଣ୍ଣାମେଣ୍ଟରେ ବର୍ଷା ଯୋଗୁଁ  ୩ଟି ମ୍ୟାଚ୍‌ ରଦ୍ଦ ହୋଇଛି । ଏବେ ପ୍ରଶ୍ନ ଉଠୁଛି ଦ୍ୱିତୀୟ କ୍ୱାଲିଫାୟାର ମ୍ୟାଚ୍ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହେଲେ ଫଳାଫଳ କିପରି ନିର୍ଣ୍ଣୟ କରାଯିବ  ? କିଏ ଫାଇନାଲ୍‌ ଯିବ ? 
 
ନିୟମ ମୁତାବକ କୌଣସି ଟି-ଟ୍ୱେଣ୍ଟି ମ୍ୟାଚ୍‌ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହେଲେ ଅତି କମ୍‌ରେ ୫ ଓଭର ବିଶିଷ୍ଟ ମ୍ୟାଚ୍‌ ଖେଳାଯାଇ ପାରିବ ।  ଦ୍ୱିତୀୟ କ୍ବାଲିଫାୟର ମ୍ୟାଚ୍‌ ୫ ଓଭର ବିଶିଷ୍ଟ ମଧ୍ୟ ନଖେଳାଯାଇପାରିବ, ତେବେ ସୁପରଓଭର ମାଧ୍ୟମରେ ବିଜେତା ଘୋଷଣା କରାଯିବ । ତେବେ ସୁପରଓଭର ମଧ୍ୟ ନଖେଳାଯାଇପାରିବ, ତେବେ ପଏଣ୍ଟ୍‌ ଟେବୁଲରେ ଥିବା ଟିମ୍‌ର ସ୍ଥିତିକୁ ନେଇ ଫାଇନାଲିଷ୍ଟ ସ୍ଥିର କରାଯିବ । ଜୁନ୍‌ ୩ ତାରିଖରେ ଆଇପିଏଲ୍‌ ୨୦୨୫ର ଫାଇନାଲ୍ ମ୍ୟାଚ୍‌ ଖେଳାଯିବ । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମ କ୍ୱାଲିଫାୟାର ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସକୁ ପରାଜିତ କରି ଫାଇନାଲ୍‌ରେ ପହଞ୍ଚି ସାରିଛି ।    

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe