ବଦଳିଲା IPL ମ୍ୟାଚ୍ ସ୍ଥାନ ; ଜାଣନ୍ତୁ କେଉଁଠି ହେବ ଖେଳ

'ଅପରେସନ୍ ସିନ୍ଦୂର’ ପରେ ବଦଳିଲା ଆଇପିଏଲ ମ୍ୟାଚର ସ୍ଥାନ । ଧର୍ମଶାଳାରେ ହେବାକୁ ଥିବା ମ୍ୟାଚ୍  ୱାଙ୍ଖଡେରେ ହେବ । ଏହି ମ୍ୟାଚ୍ ମେ’ ୧୧ ରେ ପଞ୍ଜାବ କିଙ୍ଗସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ ।

IPL Match Location

IPL Match Location Photograph: (KanakNews)

କନକ ବ୍ୟୁରୋ: 'ଅପରେସନ୍ ସିନ୍ଦୂର’ ପରେ ବଦଳିଲା ଆଇପିଏଲ ମ୍ୟାଚର ସ୍ଥାନ । ଧର୍ମଶାଳାରେ ହେବାକୁ ଥିବା ମ୍ୟାଚ୍  ୱାଙ୍ଖଡେରେ ହେବ । ଏହି ମ୍ୟାଚ୍ ମେ’ ୧୧ ରେ ପଞ୍ଜାବ କିଙ୍ଗସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ । ଯୁଦ୍ଧକାଳୀନ ସ୍ଥିତିକୁ ଦୃଷ୍ଟିରେ ରଖି ଧର୍ମଶାଳା ଏୟାରପୋର୍ଟକୁ ବନ୍ଦ ରଖାଯାଇଥିବାରୁ ମ୍ୟାଚ୍ ସ୍ଥାନରେ ପରିବର୍ତ୍ତନ କରାଯାଇଛି । 
ମଙ୍ଗଳବାର ରାତିରେ ପିଓକେରେ ଭାରତୀୟ ବାୟୁସେନା ଆକ୍ରମଣ କରିବା ପରେ ଦେଶର ୧୦ରୁ ଅଧିକ ଏୟାରପୋର୍ଟକୁ ବନ୍ଦ ରଖାଯାଇଛି । ୨ଶହରୁ ଅଧିକ ବିମାନ ଚଳାଚଳକୁ ବାତିଲ କରାଯାଇଛି । ଏୟାରଷ୍ଟ୍ରାଇକ ପୂର୍ବରୁ ମ୍ୟାଚର ଭିନ୍ନ ସିଡ୍ୟୁଲ ଥିଲା । ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗସ୍ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ଧର୍ମଶାଳାରେ ହେବାକୁ ଧାର୍ଯ୍ୟ ହୋଇଥିଲା । ମେ ୮ ସୁଦ୍ଧା ଦୁଇ ଦଳ ଧର୍ମଶାଳାରେ ପହଞ୍ଚିବାର ଥିଲା । ହେଲେ ଏଥିରେ ପରିବର୍ତ୍ତନ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe