କନକ ବ୍ୟୁରୋ: କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । କାରଣ ବେଶି ଦିନ ନୁହେଁ ବରଂ ମାତ୍ର ୧ ସପ୍ତାହ ପାଇଁ ସ୍ଥଗିତ ରହିବ ଆଇପିଏଲ ମ୍ୟାଚ୍ । ସପ୍ତାହକ ପରେ ପୁଣି ଆରମ୍ଭ ହେବ ମ୍ୟାଚ୍ । ଆଇପିଏଲ ପକ୍ଷରୁ ଦିଆଯାଇଛି ବିସିସିଆଇ ।
 

Advertisment

ଆଇପିଏଲର ଆଉ ୧୬ଟି ମ୍ୟାଚ୍ ବାକି ଅଛି ।  ହେଲେ ଭାରତ- ପାକ୍ ଉତ୍ତେଜନା ମଧ୍ୟରେ ମ୍ୟାଚକୁ ଅନିଶ୍ଚିତ କାଳ ପାଇଁ ସ୍ଥଗିତ ରଖିବାକୁ ବିସିସିଆଇ ନିଷ୍ପତ୍ତି ନେଇଥିବାବେଳେ , ପରେ ଏହାକୁ ମାତ୍ର ସପ୍ତାହକ ପାଇଁ  ସ୍ଥଗିତ ରଖାଯାଇଥିବା ସ୍ପଷ୍ଟ କରିଛି ବିସିସିଆଇ । ଅବଶ୍ୟ ମ୍ୟାଚର ସ୍ଥାନ ନିର୍ଦ୍ଧାରଣ କରାଯାଇନାହିଁ । ସମସ୍ତ ଷ୍ଟେକହୋଲ୍ଡର୍ସଙ୍କ ସହ ଆଲୋଚନା ପରେ ନୂଆ ସିଡ୍ୟୁଲ ଘୋଷଣା କରାଯିବ । ଏହାପୂର୍ବରୁ ମଧ୍ୟ ଠିକ ଏପରି ଢଙ୍ଗରେ କରୋନାର ଭୟଙ୍କର ସ୍ଥିତି ଯୋଗୁଁ ହଠାତ୍ ମ୍ୟାଚ୍ ବାତିଲ କରାଯାଇଥିଲା ।