ମେ’୧୭ରୁ ପୁଣି ଆଇପିଏଲ : ଖେଳାଯିବ ବଳକା ୧୬ ମ୍ୟାଚ୍

 ମେ ୧୭ରୁ ପୁଣି ଆରମ୍ଭ ହେବ ଆଇପିଏଲ । ୬ଟି ଭେନ୍ୟୁରେ ଖେଳାଯିବ ବଳକା ୧୬ ମ୍ୟାଚ୍ , ୩ ଜୁନରେ ହେବ ଫାଇନାଲ ଲଢ଼େଇ । ଭାରତ-ପାକ୍ ଉତ୍ତେଜନା ମଧ୍ୟରେ ସପ୍ତାହେ ପାଇଁ ସ୍ଥଗିତ ରହିଥିଲା ଆଇପିଏଲ୍।  

IPL 2025((

IPL 2025(( Photograph: (KanakNews)

କନକ ବ୍ୟୁରୋ: ମେ ୧୭ରୁ ପୁଣି ଆରମ୍ଭ ହେବ ଆଇପିଏଲ ମ୍ୟାଚ୍ । ୬ଟି ଭେନ୍ୟୁରେ ବାକିଥିବା ୧୬ଟି ମ୍ୟାଚ୍ ଖେଳାଯିବ । ଏନେଇ ବିସିସିଆଇ ପକ୍ଷରୁ ନୂଆ କାର୍ଯ୍ୟସୂଚୀ ଜାରି କରାଯାଇଛି । ବାଙ୍ଗାଲୋର, ଜୟପୁର, ଲକ୍ଷ୍ନୌ, ଅହମ୍ମଦାବାଦ, ଦିଲ୍ଲୀ ଓ ମୁମ୍ବାଇରେ ଖେଳାଯିବ ମ୍ୟାଚ୍ । ଜୁନ୍ ୩ରେ ଫାଇନାଲ ମୁକାବିଲା ଖେଳାଯିବ । ମେ ୨୯ରେ କ୍ବାଲିଫାୟର-୧, ମେ ୩୦ରେ ଏଲିମିନେଟର ଓ ଜୁନ୍ ୧ରେ କ୍ବାଲିଫାୟର-୨ ମ୍ୟାଚ୍ ଖେଳାଯିବ । ତେବେ ପ୍ଲେ-ଅଫ୍ ମ୍ୟାଚ୍ ଗୁଡିକ ପାଇଁ ଭେନ୍ୟୁ ଏଯାଏଁ ସ୍ଥିର କରିନି ବିସିସିଆଇ । ନୂଆ କାର୍ଯ୍ୟସୂଚୀ ଅନୁଯାୟୀ, ୧୭ ମେରେ ବେଙ୍ଗାଲୁରରେ କୋଲକାତା ଓ ଆରସିବି ମଧ୍ୟରେ ମ୍ୟାଚ୍ ଖେଳାଯିବ । ସେହିଭଳି ଶେଷ ଲିଗ୍ ମ୍ୟାଚ୍ ଲକ୍ଷ୍ନୌ ଓ ବାଙ୍ଗାଲୋର ମଧ୍ୟରେ ଖେଳାଯିବ । 

ଭାରତ -ପାକିସ୍ତାନ ଉତ୍ତେଜନାକୁ ଦୃଷ୍ଟିରେ ରଖି ଆଇପିଏଲ ମ୍ୟାଚକୁ ସପ୍ତାହକ ପାଇଁ ସ୍ଥଗିତ ରଖାଯାଇଥିଲା । ସପ୍ତାହେ ପରେ ପୁଣି ଆରମ୍ଭ ହେବ ବୋଲି କୁହାଯାଇଥିଲେ ବି ମ୍ୟାଚର ସ୍ଥାନ ନେଇ କୌଣସି ଘୋଷଣା ହୋଇନଥିଲା । ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚାଲିଥିବାବେଳେ ମନୋରଞ୍ଜନ ଭିତ୍ତିକ କୌଣସି କାର୍ଯ୍ୟକ୍ରମ ଉଚିତ ନୁହେଁ ବୋଲି କାରଣ ଦର୍ଶାଇ ମ୍ୟାଚକୁ ସ୍ଥଗିତ ରଖିଥିଲା ବିସିସିଆଇ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe