କନକ ବ୍ୟୁରୋ : ଆଇପିଏଲ ୨୦୨୬ ପାଇଁ ଶେଷ ହେଲା ନିଲମୀ । ୩୬୯ ଖେଳାଳିଙ୍କ ମଧ୍ୟରୁ ୭୭ ଖେଳାଳିଙ୍କୁ ଫ୍ରାଞ୍ଚାଇଜ ମାନେ ନିଜ ନିଜ ଦଳରେ ସାମିଲ କରିଛନ୍ତି । ବୁଧବାର ଆବୁଧାବିରେ ଆୟୋଜିତ ମିନି ଅକ୍ସନରେ ୫ ଜଣ ଖେଳାଳିଙ୍କୁ ୧୦ କୋଟି କିମ୍ବା ତା’ଠାରୁ ଅଧିକ ଟଙ୍କା ମିଳିଛି । ଏମାନଙ୍କ ମଧ୍ୟରେ ୩ ଜଣ ବିଦେଶୀ ଖେଳାଳି ଥିବାବେଳେ ୨ ଜଣ ଭାରତୀୟ ଅନକ୍ୟାପଡ ଖେଳାଳି ସାମିଲ ଅଛନ୍ତି ।
କ୍ୟାମେରନ୍ ଗ୍ରିନ
ଆଇପିଏଲ୍ ୨୦୨୬ ପାଇଁ ମଙ୍ଗଳବାର ଆବୁଧାବିରେ ମିନି ଅକ୍ସନରେ ଅଷ୍ଟ୍ରେଲିଆର ଅଲରାଉଣ୍ଡର କାମେରନ୍ ଗ୍ରିନ୍ ସବୁଠାରୁ ଅଧିକ ଟଙ୍କା ପାଇଛନ୍ତି । ୨ କୋଟି ଟଙ୍କାର ବେସ୍ ପ୍ରାଇସ୍ ନିଲାମୀରେ ସାମିଲ ଥିବା ଗ୍ରିନଙ୍କୁ କେକେଆର ୨୫ କୋଟି ୨୦ ଲକ୍ଷ ଟଙ୍କାରେ କିଣିଛି । ଗ୍ରିନ୍ ଆଇପିଏଲ୍ ଇତିହାସର ସବୁଠାରୁ ଦାମୀ ବିଦେଶୀ ଖେଳାଳି ପାଲଟିଛନ୍ତି । ସେ କେକେଆରର ପାଇଁ ବି ସବୁଠାରୁ ଦାମୀ ଖେଳାଳି ପାଲଟିଛନ୍ତି ।
/filters:format(webp)/kanak/media/media_files/2025/12/17/cameron-green-4-2025-12-17-18-03-17.jpg)
ମଥିଶା ପଥିରାନା
ଆଇପିଏଲ ୨୦୨୬ ପାଇଁ ଶ୍ରୀଲଙ୍କାର ଦ୍ରୁତ ବୋଲର ମଥିଶା ପଥିରାନା ହୋଇଛନ୍ତି ଦ୍ୱିତୀୟ ସବୁଠାରୁ ଦାମୀ ଖେଳାଳି । ୨ କୋଟି ଟଙ୍କାର ବେସ୍ ପ୍ରାଇସ୍ ଥିବା ଏହି ଖେଳାଳିଙ୍କୁ କେକେଆର ୧୮ କୋଟି ଟଙ୍କାରେ କିଣିଛି । ପଥିରାନା ପୂର୍ବ ସିଜିନରେ ଚେନ୍ନାଇ ସୁପରକିଙ୍ଗସ୍ ଦଳରେ ସାମିଲ ଥିଲେ । ତାଙ୍କ ବୋଲିଂ ଆକ୍ସନ ଦେଖି ତାଙ୍କୁ ଦ୍ୱିତୀୟ ମାଲିଙ୍ଗା ବୋଲି ମଧ୍ୟ କୁହାଯାଉଥିଲା । ସିଏସକେ ପାଇଁ ସେ ଜଣେ ୱିକେଟ୍ ଟେକର ବୋଲର ଥିଲେ । କେକେଆରରେ ବି ସେ କମାଲ କରିବେ ବୋଲି ଆଶା କରାଯାଉଛି ।
/filters:format(webp)/kanak/media/media_files/2025/12/17/pathirana-3-2025-12-17-18-03-35.jpeg)
କାର୍ତ୍ତିକ ଶର୍ମା
ଅନକ୍ୟାପଡ ଭାରତୀୟ ଖେଳାଳି କାର୍ତ୍ତିକ ଶର୍ମା ଏବଂ ପ୍ରଶାନ୍ତ ବୀରଙ୍କୁ ସିଏସକେ ୧୪ କୋଟି ୨୦ ଲକ୍ଷ ଟଙ୍କାରେ କିଣିଛି । କାର୍ତ୍ତିକ ଆଇପିଏଲ୍ ଇତିହାସର ସବୁଠାରୁ ଦାମୀ ଅନକ୍ୟାପଡ ଖେଳାଳି ପାଲଟିଛନ୍ତି । ୧୯ ବର୍ଷୀୟ କାର୍ତ୍ତିକ ଶର୍ମାଙ୍କ ବେସ୍ ପ୍ରାଇସ୍ ୩୦ ଲକ୍ଷ ଟଙ୍କା ଥିଲା । ଏମଆଇ ତାଙ୍କ ପାଇଁ ପ୍ରାରମ୍ଭିକ ବୋଲି ଲଗାଇଥିଲା ଏବଂ ପରେ ଏଲଏସଜିର ଏଣ୍ଟ୍ରି ହେଲା । ଏହାପରେ କେକେଆର ଆଉ ସିଏସକେ ବୋଲିକୁ ଆସି ମୁହାଁମୁହିଁ ହୋଇଥିଲେ । ହେଲେ, ସିଏସକେ ଅଟଳ ରହିଲା । ସେ ୧୪ କୋଟିର ବୋଲି ଲଗାଇଲା ଏବଂ କେକେଆର ହାତ ପଛକୁ ଟାଣି ନେଲା । ଆଉ ସିଏସକେ କାର୍ତ୍ତିକଙ୍କୁ ନିଜ ଦଳରେ ସାମିଲ କରିଥିଲା ।
/filters:format(webp)/kanak/media/media_files/2025/12/17/kartik-2-2025-12-17-18-03-57.jpg)
ପ୍ରଶାନ୍ତ ବୀର
୨୦ ବର୍ଷୀୟ ପ୍ରଶାନ୍ତ ବୀର ଜଣେ ଅଲରାଉଣ୍ଡର । ସେ ବାମହାତୀ ସ୍ପିନ୍ ବୋଲିଂ କରନ୍ତି ଏବଂ ମଧ୍ୟକ୍ରମରେ ବ୍ୟାଟିଂ କରନ୍ତି । ପ୍ରଶାନ୍ତ ପ୍ରଥମ ଥର ପାଇଁ ଆଇପିଏଲ୍ ଖେଳିବେ । ସେ ଏପର୍ଯ୍ୟନ୍ତ ୧୨ଟି ଘରୋଇ ଟି-୨୦ ମ୍ୟାଚରେ ୧୬୭.୧୬ ଷ୍ଟ୍ରାଇକ୍ ରେଟରେ ୧୧୨ ରନ୍ ସଂଗ୍ରହ କରିଛନ୍ତି । ସେହିପରି, ପ୍ରଶାନ୍ତ ୯ଟି ଇନିଂସରେ ୬.୪୫ ଇକୋନୋମି ରେଟରେ ୧୨ଟି ୱିକେଟ୍ ନେଇଛନ୍ତି । ସେ ୟୁପି ଟି-୨୦ ଲିଗରେ ଚମତ୍କାର ପ୍ରଦର୍ଶନ କରିଥିଲେ । ସେ ସେହି ଟୁର୍ଣ୍ଣାମେଣ୍ଟରେ ନୋଏଡା ସୁପର କିଙ୍ଗସର ଅଂଶ ଥିଲେ । ସିଏସକେରେ ରବିନ୍ଦ୍ର ଜାଡେଜାଙ୍କ ସ୍ଥାନ ନେବା ପାଇଁ ତାଙ୍କୁ ଏକ ଦୀର୍ଘକାଳୀନ ବିକଳ୍ପ ଭାବରେ ଦେଖାଯାଉଛି । ପ୍ରଶାନ୍ତ ୨୪ ନଭେମ୍ବର ୨୦୦୫ରେ ଉତ୍ତରପ୍ରଦେଶର ଆମେଠିରେ ଜନ୍ମଗ୍ରହଣ କରିଥିଲେ । ତାଙ୍କୁ ମଧ୍ୟ ୧୪ କୋଟି ୨୦ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଛି ଚେନ୍ନାଇ ।
/filters:format(webp)/kanak/media/media_files/2025/12/17/prashant-4-2025-12-17-18-04-42.jpg)
ଲିଆମ୍ ଲିଭିଂଷ୍ଟୋନ୍
ଆଇପିଏଲ୍ ୨୦୨୬ର ମିନି ଅକ୍ସନ ଲିଆମ ଲିଭିଂଷ୍ଟୋନଙ୍କ ପାଇଁ ଲକି ସାବ୍ୟସ୍ତ । କାରଣ ପ୍ରଥମ ରାଉଣ୍ଡରେ ବିକ୍ରି ହୋଇପାରିନଥିଲେ ଲିଭିଂଷ୍ଟୋନ୍ । ତାଙ୍କ ବେସ୍ ପ୍ରାଇସ୍ ଦୁଇକୋଟି ଟଙ୍କା ଥିଲା । ଏହାପରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ତାଙ୍କ ପାଇଁ ବିଡ୍ ଲଗାଇବା ଆରମ୍ଭ କରିଥିଲା । ଏହାପରେ ଏ ସନରାଇଜର୍ସ ମଧ୍ୟ ଲିଭିଂଷ୍ଟୋନ୍ ପାଇଁ ଆଗ୍ରହ ଦେଖାଇଥିଲା । ଶେଷରେ ୧୩ କୋଟି ଟଙ୍କାରେ ହାଇଦ୍ରାବାଦକୁ ଯାଇଛନ୍ତି ଲିଭିଂଷ୍ଟୋନ୍ ।
/filters:format(webp)/kanak/media/media_files/2025/12/17/liam-livingstone-5-2025-12-17-18-05-00.jpeg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/17/cameron-green-3-2025-12-17-18-06-44.jpg)