କନକ ବ୍ୟୁରୋ : ଆଇପିଏଲ୍ ୨୦୨୬ ପାଇଁ ହୋଇଥିବା ମିନି ନିଲାମରେ ୧୦ଟି ଦଳ ମୋଟ ୧୫୬ ଜଣ ଖେଳାଳିଙ୍କ ଉପରେ ବିଡ୍‌ ଲଗାଇଥିଲେ । ଯେଉଁଥିରେ ଫ୍ରାଞ୍ଚାଇଜମାନେ ୨୧୫.୪୫ କୋଟି ଟଙ୍କା ଖର୍ଚ୍ଚ କରି ୭୭ ଜଣ ଖେଳାଳିଙ୍କୁ କିଣିଛନ୍ତି । ନିଲାମରେ ଅନେକ ବଡ଼ ବଡ଼ ଖେଳାଳିଙ୍କ ଉପରେ ବିଡ୍‌ ଲାଗିଥିଲା, କିନ୍ତୁ ଏଥର ସବୁଠାରୁ ଅଧିକ ଆଶ୍ଚର୍ଯ୍ୟଜନକ  ବିଡ୍‌ ସେହି ଖେଳାଳିଙ୍କ ପାଇଁ ରହିଥିଲା, ଯେଉଁମାନଙ୍କ ଠାରୁ ଏତେ ବଡ଼ ରକମ ଆଶା କରାଯାଉନଥିଲା । କିଛି ବଡ଼ ଖେଳାଳି ଅଛନ୍ତି ଯେଉଁମାନେ ଅଧିକ ଟଙ୍କାରେ ବିକ୍ରି ହେବେ ବୋଲି ଆଶା କରାଯାଉଥିଲା । ଆଇପିଏଲ୍‌ ମିନି ଅକ୍ସନରେ ଏମିତି ଅନେକ ସର୍‌ପ୍ରାଇଜ୍‌ ମିଳିଛି ।  

Advertisment

ପ୍ରଶାନ୍ତ ବୀର
ପ୍ରଶାନ୍ତ ବୀର ଜଣେ ବାମହାତୀ ସ୍ପିନର ଏବଂ ତଳ କ୍ରମରେ ଦ୍ରୁତ ଗତିରେ ରନ୍ ସଂଗ୍ରହ କରିବାର ଦକ୍ଷତା ରଖନ୍ତି । ଲାଗୁଥିଲା ବୋଧହୁଏ ସେ ଅନସୋଲ୍ଡ ରହିଯିବେ, କାରଣ ତାଙ୍କ ପୂର୍ବରୁ ସେହି ସେଟର କୌଣସି  ଖେଳାଳି ବିକ୍ରି ନହୋଇ ଫେରି ଯାଇଥିଲେ । ୩୦ ଲକ୍ଷ ଟଙ୍କାର ବେସ୍ ପ୍ରାଇସରେ ଏଲଏସଜି  ଏବଂ ଏମଆଇ ସର୍ବପ୍ରଥମେ ବିଡ୍‌ ଲଗାଇଥିଲେ । ରାଜସ୍ଥାନ ରୟାଲ୍ସ ମଧ୍ୟ  ତାଙ୍କୁ ଦଳକୁ ନେବାକୁ ଆଗ୍ରହ ଦେଖାଇଥିଲେ । ତେବେ ସିଏସକେ  ବଡ଼ ବିଡ୍‌ ଲଗାଇ ୧୪ କୋଟି ୨୦ ଲକ୍ଷ ଟଙ୍କାରେ ତାଙ୍କୁ ଦଳରେ ସାମିଲ କରିଛି ।  

prashant 2

କାର୍ତ୍ତିକ ଶର୍ମା  

୧୯ ବର୍ଷୀୟ ୱିକେଟ୍ କିପର ବ୍ୟାଟର କାର୍ତ୍ତିକ ଶର୍ମା ବଡ଼ ଛକା ମାରିବାର ଦକ୍ଷତା ପାଇଁ ଜଣାଶୁଣା । ଏହି କାରଣରୁ ଅନେକ ଫ୍ରାଞ୍ଚାଇଜିର ନଜର ତାଙ୍କ ଉପରେ ରହିଥିଲା। ତଳ କ୍ରମରେ ତାଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁଁ ତାଙ୍କୁ ରାଜସ୍ଥାନର ‘ସିକ୍ସ ହିଟିଂ ମେସିନ୍’ର ଆଖ୍ୟା ମିଳିଛି । କାର୍ତ୍ତିକଙ୍କୁ ଇଂଲଣ୍ଡର କେଭିନ୍ ପିଟରସନ୍ ଏବଂ ସ୍ପିନର ଆର୍. ଅଶ୍ୱିନ୍ ମଧ୍ୟ ପ୍ରଶଂସା କରିସାରିଛନ୍ତି । ୩୦ ଲକ୍ଷ ଟଙ୍କାର ବେସ୍ ପ୍ରାଇସ୍‌ରେ ଯେତେବେଳେ କାର୍ତ୍ତିକଙ୍କ ନାମ ଆସିଲା, ସେତେବେଳେ ବି ପ୍ରଥମେ ଏମଆଇ ବିଡ୍‌ ଲଗାଇଥିଲା, ଏହା ପରେ ଏଲଏସଜି ଓ କେକେଆର ବି  ଆଗ୍ରହ ଦେଖାଇଥିଲେ । ଶେଷରେ ତାଙ୍କୁ  ୧୪ କୋଟି ୨୦ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଛି ଚେନ୍ନାଇ ।  

kartik 3

ଆକିବ ନବୀ ଡାର
ପେସ୍ ବୋଲିଂ ଅଲରାଉଣ୍ଡର ଆକିବ ନବି ଡାର୍ ବଲ୍‌କୁ ଉଭୟ ପଟେ ସ୍ୱିଙ୍ଗ୍ କରାଇବାରେ ପାରଙ୍ଗମ । ପାୱାରପ୍ଲେ ସହ ଡେଥ୍ ଓଭରରେ ତାଙ୍କର ବଲ୍ ନିୟନ୍ତ୍ରଣ ବେଶ୍ ପ୍ରଭାବଶାଳୀ । ଜମ୍ମୁ-କାଶ୍ମୀରର ବାସିନ୍ଦା ଆକିବଙ୍କୁ ‘ବାରାମୁଲାର ଷ୍ଟେନ୍ ଗନ୍’ ବୋଲି ମଧ୍ୟ କୁହାଯାଏ । ୩୦ ଲକ୍ଷ ଟଙ୍କାର ବେସ୍ ପ୍ରାଇସ୍ ସହିତ ସେ ନିଲାମୀରେ ସାମିଲ ଥିଲେ । ଦିଲ୍ଲୀ ଫ୍ରାଞ୍ଚାଇଜି ଓ ରାଜସ୍ଥାନ ତାଙ୍କୁ ଦଳରେ ସାମିଲ କରିବାକୁ ବିଡ୍‌ ଲଗାଥିଲେ । ଶେଷରେ ବାଜି ମାରି ନେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ପୂରା ୮ କୋଟି ଟଙ୍କାରେ ସେ ଦିଲ୍ଲୀ ପାଇଁ ଖେଳୁଥିବା ନଜର ଆସିବେ । 

dar

ମଙ୍ଗେସ ଯାଦବ
ମଧ୍ୟପ୍ରଦେଶର ବାମହାତୀ ଦ୍ରୁତ ବୋଲର ମଙ୍ଗେଶ ବଲକୁ ଉଭୟ ପଟେ ସ୍ୱିଙ୍ଗ୍ କରାଇବାରେ ପାରଙ୍ଗମ ଏବଂ ସଠିକ୍ ୟର୍କର ପକାଇବାର ବି ଦକ୍ଷତା ରଖନ୍ତି । ସେ ପାୱାରପ୍ଲେ ସହିତ ଡେଥ୍ ଓଭରଗୁଡ଼ିକରେ ମଧ୍ୟ ପ୍ରଭାବଶାଳୀ ବୋଲିଂ କରନ୍ତି ।  ଆବଶ୍ୟକ ସ୍ଥଳେ ବ୍ୟାଟିଂରେ ମଧ୍ୟ ଯୋଗଦାନ ଦିଅନ୍ତି । ମଙ୍ଗେଶଙ୍କ ନାମ ନିଲାମର ଶେଷ ରାଉଣ୍ଡରେ ଆସିଥିଲା । ୩୦ ଲକ୍ଷ ବେସ୍‌ ପ୍ରାଇସ୍‌ରୁ ଆରମ୍ଭ ହୋଇଥିଲା ତାଙ୍କ ବିଡ୍‌ । ଶେଷରେ ତାଙ୍କୁ ୫ କୋଟି ୨୦ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଏହା କୌଣସି ସରପ୍ରାଇଜ୍‌ଠାରୁ କମ୍‌ ନଥିଲା । ନିଲାମୀ ପୂର୍ବରୁ ତାଙ୍କ ନାଁ ଚର୍ଚ୍ଚାରେ ବି ନଥିଲା ।

Mangesh Yadav (2)

ଜେସନ ହୋଲ୍ଡର 

କ୍ୟାରିବିଆନ୍ ଅଲରାଉଣ୍ଡର ୩୪ ବର୍ଷୀୟ ହୋଲ୍ଡର ଗତ ଦୁଇଟି ସିଜିନରେ ଅନସୋଲ୍ଡ ରହିଥିଲେ  । ସେ ଶେଷ ଥର ପାଇଁ ଆଇପିଏଲ ୨୦୨୩ରେ ଆଇପିଏଲ୍ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିଥିଲେ । ଯେଉଁଠାରେ ୮ଟି ମ୍ୟାଚ୍‌ରେ କେବଳ ୪ଟି ୱିକେଟ୍ ନେଇପାରିଥିଲେ । ଏଭଳି ସ୍ଥିତିରେ ତାଙ୍କର ୭ କୋଟି ଟଙ୍କାରେ ବିକ୍ରି ହେବା ସମସ୍ତଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ରହିଥିଲା । ଗୁଜରାଟ ଟାଇଟନ୍ସ ତାଙ୍କୁ ଦଳରେ ସାମିଲ କରିଛି । ସେପଟେ ଦକ୍ଷିଣ ଆଫ୍ରିକାର ଓପନର କ୍ୱିଣ୍ଟନ ଡିକକ୍ ମାତ୍ର ୧ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି । ଏଭଳି ଭାବରେ ଆଇପିଏଲ ମିନି ଅକ୍ସନରେ ସର୍‌ପ୍ରାଇଜ୍‌ ପରେ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଫ୍ୟାନ୍ସମାନେ ବି ଆଶ୍ଚର୍ଯ୍ୟଚକିତ  ହୋଇଛନ୍ତି । 

Holder (2)