ଅଧାରୁ ବନ୍ଦ ହେଲା ଆଇପିଏଲ୍ ; ଯୁଦ୍ଧ ସ୍ଥିତି ଭିତରେ ବିସିସିଆଇ ନେଲା ବଡ଼ ନିଷ୍ପତ୍ତି

ଅଧାରୁ ବନ୍ଦ ହେଲା ଆଇପିଏଲ୍ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ମଧ୍ୟରେ IPL ୨୦୨୫ ସ୍ଥଗିତ ହୋଇଛି । ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ଏନେଇ ଘୋଷଣା କରିଛି । ମିଳିଥିବା ସୂଚନା ମୁତାବକ, ଆଜିର ବୈଠକ ପରେ ବୋର୍ଡ ଆଇପିଏଲକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । 

ଅଦ୍ୟତନ ହୋଇଛି
24ipl

Photograph: (kanak news)

କନକ ବ୍ୟୁରୋ: ଅଧାରୁ ବନ୍ଦ ହେଲା ଆଇପିଏଲ୍ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ମଧ୍ୟରେ IPL ୨୦୨୫ ସ୍ଥଗିତ ହୋଇଛି । ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ଏନେଇ ଘୋଷଣା କରିଛି । ମିଳିଥିବା ସୂଚନା ମୁତାବକ, ଆଜିର ବୈଠକ ପରେ ବୋର୍ଡ ଆଇପିଏଲକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । 

ତେବେ ବର୍ତ୍ତମାନ ସୁଦ୍ଧା ଚଳିତ ସିଜିନରେ ୫୭ଟି ମ୍ୟାଚ୍ ଖେଳାଯାଇଛି । ୫୮ ତମ ମ୍ୟାଚ୍  ମେ'୮ ତାରିଖରେ ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହୋଇଥିଲା । କିନ୍ତୁ ଏହାକୁ ମଝିରେ ହିଁ ବନ୍ଦ କରିଦିଆଯାଇଥିଲା, ସୁରକ୍ଷା କାରଣରୁ ଏମିତି ଘଟିଥିଲା। ସେତେବେଳେ ପଞ୍ଜାବ କିଙ୍ଗସ୍ ବ୍ୟାଟିଂ କରୁଥିଲା ଏବଂ ୧୦.୧ ଓଭର ଖେଳ ସରିଯାଇଥିଲା । ହେଲେ ଏହାପରେ ଫ୍ଲଡଲାଇଟ୍ ଲିଭାଯିବା ସହିତ ମ୍ୟାଚ୍ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା ।

ସୂଚନାଯୋଗ୍ୟ ଯେ, କିଛି ଦିନ ହେଲା ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ, ଭାରତ ମେ ୬ ରାତିରେ ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଟାର୍ଗେଟ କରିଥିଲା । ଏହାପରେ, ପାକିସ୍ତାନ ମେ ୭ ରାତିରେ ୧୫ଟି ସ୍ଥାନରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । ମେ ୮ ତାରିଖରେ, ପାକିସ୍ତାନ ପୁଣି ଥରେ ଡ୍ରୋନ୍ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା ​​କିନ୍ତୁ ବାରମ୍ବାର ପରାସ୍ତ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe