କନକ ବ୍ୟୁରୋ : ବାଜିସାରିଛି ଫାଇନାଲର ବିଗୁଲ । ଟସ ଜିତି ବ୍ୟାଟିଂ କରୁଛି ବେଙ୍ଗାଲୁରୁ । ଗୁଜୁରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଛି ହାଇ-ଭୋଲଟେଜ ଫାଇନାଲ ମ୍ୟାଚ୍ । ଏଥରକ କ୍ରିକେଟ ଫ୍ୟାନ୍ସ ଦେଖିବାକୁ ପାଇବେ ନୂଆ ବିଜେତା । କିଏ ମାରିବ ବାଜି.. ପଂଜାବର ସରପଂଚ ନାଁ ପାଟିଦାରଙ୍କ ପଲଟନ । 

Advertisment

 ପଡିଆ ପ୍ରସ୍ତୁତ ଖେଳାଳି ପ୍ରସ୍ତୁତ । ଆଇପିଏଲରେ ଏଥରକ ମିଳିବ ନୂଆ ବିଜେତା । ଦୁଇ ଦଳ ମଧ୍ୟରେ ଜୋରଦାର ଲଢେଇ । ଗୋଟେ ପଟେ କିଙ୍ଗ କୋହଲିଙ୍କ ବିରାଟ ସ୍ବପ୍ନ ଅନ୍ୟପଟେ ପଂଜାବ ସରପଂଚଙ୍କ ଜିଦ୍ । ପ୍ରତିଶୋଧ ଲକ୍ଷ୍ୟରେ ପଂଜାବ । ୩୬ଟି ମ୍ୟାଚରେ ଉଭୟ ଦଳ ୧୮ଟି ଲେଖାଏଁ ମ୍ୟାଚ ଜିତିଛନ୍ତି । ଚଳିତ ସିଜନରେ ଆରସିବି ୨-୧ରେ ଆଗୁଆ ରହିଛି, ବିଶେଷକରି କ୍ୱାଲିଫାୟାର  ୧ରେ ପଂଜାବକୁ ୧୦୧ ରନରେ ଅଲଆଉଟ କରି ୧୦ ଓଭରରେ ଲକ୍ଷ୍ୟ ହାସଲ କରିଥିଲେ । ଦୁଇ ଦଳରେ ରହିଛିନ୍ତି ଅନେକ ମ୍ୟାଚ ୱିନର ତେବେ ଆରସିବି ପାଇଁ ଅଢୁଆ ସାଜିପାରନ୍ତି ଫର୍ମରେ ଥିବା ଅର୍ଶଦୀପ । ବିରାଟ କୋହଲି ବନାମ ଅର୍ଶଦୀପ କୋହଲି ୩୫ ଇନିଂସରେ ପଞ୍ଜାବ ବିପକ୍ଷରେ ୧୧୧୬ ରନ୍‌ ସଂଗ୍ରହ କରିଛନ୍ତି, ଅର୍ଶଦୀପଙ୍କ ବିପକ୍ଷରେ କୋହାଲିଙ୍କ ହାରାହାରି ୩୬, କିନ୍ତୁ ଅର୍ଶଦୀପ ବିରାଟଙ୍କୁ ଦୁଇଥର ଆଉଟ୍‌ କରିଛନ୍ତି । ଶ୍ରେୟସ ଆୟାର ବନାମ ଭୁବନେଶ୍ୱର କୁମାର: ପଞ୍ଜାବ ଅଧିନାୟକ ଶ୍ରେୟସ ୬୦୩ ରନ୍‌ ସହିତ ଦଳର ମୁଖ୍ୟ ବ୍ୟାଟର । ଭୁବନେଶ୍ୱର ତାଙ୍କୁ ୧୧ ଟି-୨୦ରେ ୩ ଥର ଆଉଟ କରିଛନ୍ତି, ଷ୍ଟ୍ରାଇକ ରେଟ ୯୦ରେ ରଖି । ମାର୍କସ ଷ୍ଟୋଇନିସ ବନାମ ଜୋଶ ହାଜଲଉଡ । ବଡ଼ ଷ୍ଟ୍ରୋକ୍‌ ଖେଳିବାରେ ମାହିର ଷ୍ଟୋଇନିସ୍ । ୧୮୩.୩୩ ଷ୍ଟ୍ରାଇକ ରେଟ ପଂଜାବକୁ ଶକ୍ତି ଯୋଗାଇଛି । ଅଷ୍ଟ୍ରେଲିୟ ଖେଳାଳିଙ୍କ କମଜୋର କଣ ନିହାତି ଜାଣିଥିବେ ହାଜଲଉଡ୍ । ଆରସିବିଙ୍କ ଫିଲ ସଲ୍ଟ  ଓ ସୁୟଶ ଶର୍ମାଙ୍କ ବୋଲିଂ କ୍ୱାଲିଫାୟାରରେ  ନିର୍ଣ୍ଣାୟକ ଥିଲା। ଅନ୍ୟପଟେ ଆଇପିଏଲ ୨୦୨୫ ଫାଇନାଲ ପୂର୍ବରୁ ଆରସିବି ଅଧିନାୟକ ରଜତ ପାଟିଦାର କହିଛନ୍ତି, ଟାଇଟଲ୍‌ ଜିତିବା ବିରାଟ କୋହଲିଙ୍କ ପାଇଁ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେବ । ମ୍ୟାଚ ପୂର୍ବରୁ ପାଟିଦାର କହିଛନ୍ତି କୋହଲି ଆରସିବି ଏବଂ ଭାରତୀୟ କ୍ରିକେଟ୍‌ ପାଇଁ ବର୍ଷ ବର୍ଷ ଧରି ଅନେକ ଯୋଗଦାନ ଦେଇଛନ୍ତି, ଏବଂ ଏହି ଟାଇଟଲ ଜିତାଇ ବିରାଟଙ୍କୁ ସମ୍ମାନ ଦେବା ଦଳର ଲକ୍ଷ୍ୟ । ଚଳିତ ସିଜନରେ ବିରାଟ କୋହଲି ଆରସିବିର ସର୍ବଶ୍ରେଷ୍ଠ ବ୍ୟାଟର ରହିଛନ୍ତି। ଏହି ଫାଇନାଲ ମ୍ୟାଚ ଆରସିବି ପ୍ରଶଂସକଙ୍କ ପାଇଁ ମଧ୍ୟ ଏକ ଭାବପ୍ରବଣ ମୁହୂର୍ତ୍ତ ହେବ, ଯେଉଁମାନେ ଦୀର୍ଘ ସମୟ ଧରି ଦଳର ଟାଇଟଲ ଜିତିବାର ଅପେକ୍ଷାରେ ଅଛନ୍ତି।