କନକ ବ୍ୟୁରୋ : ଆଇପିଏଲ ୨୦୨୫ ର ବାକିଥିବା ମ୍ୟାଚ ଚଳିତ ମାସ ୧୬ ତାରିଖରୁ ଆରମ୍ଭରୁ ହୋଇପାରେ । ଏହାସହ ଚଳିତମାସ ୩୦ ତାରଖରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇପାରେ ବୋଲି ବିସିସିିଆଇ ସୂଚନା ଦେଇଛି ।
ବିସିସିଆଇର ସୂତ୍ର ସୂଚନା ମୁତାବକ ପାକିସ୍ତାନ ସହ ଯୁଦ୍ଧ କାରଣରୁ ୯ ତାରିଖରୁ ଆଇପିଏଲ ମ୍ୟାଚ୍ ବନ୍ଦ କରାଯାଇଥିଲା । ସେତେବେଳେ ବିସିସିଆଇ କହିଥିଲା କି ଦେଶରେ ଯୁଦ୍ଧ ସ୍ଥିତି ଲାଗି ରହିଥିବା ବେଳେ କ୍ରିକେଟ୍ ମ୍ୟାଚ କରିବା ଠିକ୍ ନୁହେଁ ।
- ଆଇପିଏଲ ୨୦୨୫ରେ ମୋଟ ୭୪ ଟି ମ୍ୟାଚ ଖେଳାଯିବାର ଥିଲା
- ମେ' ୮ ତାରିଖ ପର୍ଯ୍ୟନ୍ତ ୫୮ ଟି ମ୍ୟାଚ୍ ଖେଳାଯାଇଛି
- ବାକି ରହିଛି ୧୬ ଟି ମ୍ୟାଚ୍
- ୧୨ଟି ଲିଗ୍ ଓ ୪ ଟି ପ୍ଲେ ଅଫ୍ ମ୍ୟାଚ୍ ବାକି ରହିଛି
- ଚେନ୍ନାଇ, ମୁମ୍ବାଇ, କୋଲକାତା ଓ ରାଜସ୍ଥାନର ଦୁଇଟି ଲେଖାଏଁ ଲିଗ୍ ମ୍ୟାଚ୍ ବାକି ରହିଛି
- ବାକି ଟିମର ୩ ଟି ଲେଖାଏଁ ଲିଗ୍ ମ୍ୟାଚ ବାକି ରହିଛି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/05/11/cWQrPwJ2urcJoC01ukvL.jpg)