କନକ ବ୍ୟୁରୋ : ଫଟାଫଟ୍ କ୍ରିକେଟର ମହାକୁମ୍ଭ ଆଇପିଏଲର ଗୋଟିଏ ଟିମ୍ ଉପରେ ମ୍ୟାଚଫିକ୍ସିଂ ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆସିବା ପରେ ଏବେ ଆଇପିଏଲକୁ ନେଇ ଚର୍ଚ୍ଚା ଜୋର ଧରିଛି । ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ବିପକ୍ଷରେ ଜିତିବାକୁ ଯାଉଥିବା ମ୍ୟାଚ୍ ହାରିବା ପରେ ରାଜସ୍ଥାନ ରୟାଲ୍ସ ଉପରେ ଏହି ଅଭିଯୋଗ ଆସିଛି । ଏହି ମ୍ୟାଚରେ ରାଜସ୍ଥାନକୁ ବିଜୟ ପାଇଁ ଶେଷ ଓଭରରେ ୯ ରନର ଆବଶ୍ୟକ ଥିଲା । ହେଲେ ବୋଲର ଓବେଶ ଖାନଙ୍କ ସୁନ୍ଦର ବୋଲିଂ ଫଳରେ ଏଲଏସ୍ ୨ ରନରେ ମ୍ୟାଚ ଜିତି ନେଇଥିଲା । ଏହା ଗୋଟିଏ ଘଟଣା ନୁହେଁ, ଅନ୍ୟ ଏକ ମ୍ୟାଚରେ ମଧ୍ୟ ରାଜସ୍ଥାନ ଜିତିବା ମ୍ୟାଚ ହାରି ଯାଇଥିଲା । ଯାହାକୁ ନେଇ ରାଜସ୍ଥାନ କ୍ରିକେଟ ଆସୋସିଏସନର ଏଡ୍-ହକ୍ କମିଟିର ସଂଯୋଜକ ଜୟଦୀପ ବିହାନୀ ସଞ୍ଜୁ ସାମସନଙ୍କ ନେତୃତ୍ୱରେ ଖେଳୁଥିବା ରାଜସ୍ଥାନ ରୟାଲ୍ସ ଟିମ୍ ଉପରେ ମ୍ୟାଚ୍ ଫିକ୍ସିଂର ଅଭିଯୋଗ ଆଣିଛନ୍ତି । ଜୟଦୀପ ବିହାନୀଙ୍କ ଅଭିଯୋଗ ପରେ ଏବେ ଆଇପିଏଲରେ ମ୍ୟାଚଫିକ୍ସିଂକୁ ନେଇ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us