କନକ ବ୍ୟୁରୋ : ଆଇପିଏଲ-୨୦୨୫ର ଫାଇନାଲ ମ୍ୟାଚରେ ଆରସିବି ପଞ୍ଜାବକୁ ୬ ରନରେ ପରାସ୍ତ କରି ୧୭ ବର୍ଷ ପରେ ଫାଇନାଲ କପ୍ ହାତେଇଛି । ଆଇପିଏଲ୍ ଫାଇନାଲ ବିଜେତା ଭାବେ ଆରସିବିକୁ ୨୦ କୋଟି ଟଙ୍କା ପୁରସ୍କାର ଭାବେ ମିଳିଛି । ଏହାସହ ରନର୍ସ ଅପ୍   ପଞ୍ଜାବ କିଙ୍ଗ୍ସକୁ ୧୨.୫ କୋଟି ଟଙ୍କା ମିଳିଛି । କେବଳ ସେତିକି ନୁହେଁ ତୃତୀୟ ସ୍ଥାନରେ ଥିବା ମୁମ୍ବାଇ ଇଣ୍ଡିଆନ୍ସକୁ ୭ କୋଟି ଟଙ୍କା ମିଳିଥିବା ବେଳେ ଚତୁର୍ଥ ସ୍ଥାନରେ ଥିବା ଗୁଜରାଟ ଟାଇଟନ୍ସକୁ ୬.୫୦ କୋଟି ଟଙ୍କା ପୁରସ୍କାର ରାଶି ମିଳିଛି । 

Advertisment

ଦଳଗତ ପରେ ବ୍ୟକ୍ତିଗତ ଭାବେ ଚଳିତ ଆଇପିଏଲ ସିଜିନରେ ସବୁଠାରୁ ଅଧିକ ୭୫୯ ରନ୍ କରିଥିବା ଗୁଜରାଟ ଟାଇଟନ୍ସର ସାଇ ସୁଦର୍ଶନଙ୍କୁ ଅରେଞ୍ଜ କ୍ୟାପ ମିଳିଛି । ସେହିଭିଳି ସର୍ବାଧିକ ୨୫ ୱିକେଟ୍ ହାସଲ କରିଥିବା ପ୍ରସିଦ୍ଧ କୃଷ୍ଣାଙ୍କୁ ପର୍ପଲ କ୍ୟାପ୍ ମିଳିଛି । ୧୪ ବର୍ଷିୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁପର ଷ୍ଟ୍ରାଇକର ଅଫ ସିଜିନ ଭାବେ ଚୟନ କରାଯାଇ   tata curvv କାର ପ୍ରଦାନ କରାଯାଇଛି । 

ସେପଟେ ବ୍ୟକ୍ତିଗତ ଭାବେ ସବୁଠାରୁ ଅଧିକ ପୁରସ୍କାର ପାଇଛନ୍ତି ଗୁଜରାଟ ଟାଇଟନ୍ସର ସାଇ ସୁଦର୍ଶନ । ତାଙ୍କୁ ଅରେଞ୍ଜ କ୍ୟାପ ବ୍ୟତୀତ ଅଲ୍ଟିମେଟ୍ ଫାଣ୍ଟାସି ପ୍ଲେୟାର ଅଫ୍ ଦ ସିଜିନ,  ଏମର୍ଜିଂ ପ୍ଲେୟାର ଅଫ୍ ଦ ସିଜିନ ଓ ମୋଷ୍ଟ ବାଉଣ୍ଡ୍ରି ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି । ଏହାସହ ମୋଷ୍ଟ ସିକ୍ସ ପୁରସ୍କାର ଲକ୍ଷ୍ନୌର ନିକୋଲସ ପୂରନ, ଗ୍ରିନ ଡଟ୍ ବଲ୍ ପୁରସ୍କାର ଗୁଜରାଟର ମହମ୍ମଦ ସିରାଜ ଓ ବେଷ୍ଟ କ୍ୟାଚ୍ ପୁରସ୍କାର ହାଇଦ୍ରାବାଦର କମିନ୍ଦୁ ମେଣ୍ଡିସଙ୍କୁ ପ୍ରଦାନ କରାଯାଇଛି ।