କନକ ବ୍ୟୁରୋ: ସନ୍ରାଇଜର୍ସ ହାଇଦ୍ରାବାଦଠାରୁ ପରାଜୟ ପରେ ଲକ୍ଷ୍ନୌ ଆଇପିଏଲ ପ୍ଲେ-ଅଫ୍ ରେସ୍ରୁ ବାଦ ପଡ଼ିଛି । ଏହି ପରାଜୟ ସହ ଲକ୍ଷ୍ନୌ ପଞ୍ଚମ ଦଳ ଭାବେ ପ୍ଲେ-ଅଫ୍ରୁ ଆଉଟ୍ ହୋଇଛି । ତେବେ ଗୁଜରାଟ, ବେଙ୍ଗାଲୁରୁ ଓ ପଞ୍ଜାବ ପ୍ଲେ-ଅଫ୍ରେ ନିଜ ସ୍ଥାନ ପକ୍କା କରିସାରିଛନ୍ତି । ଆଉ ଚତୁର୍ଥ ସ୍ଥାନ ପାଇଁ ଅଛନ୍ତି ଦୁଇ ଦାବିଦାର, ଦିଲ୍ଲୀ ଆଉ ମୁମ୍ବାଇ । ଆଉ ପ୍ଲେ-ଅଫ୍ ରେସ୍ରେ ରହିବା ପାଇଁ ଆଜି ମୁହାଁମୁହିଁ ହେବେ ଏହି ଦୁଇ ଦଳ । ତେବେ ଚତୁର୍ଥ ଦଳ ଭାବେ କିଏ ପ୍ଲେ-ଅଫ୍ରେ ନିଜ ସ୍ଥାନ ପକ୍କା କରୁଛି ତାହା ଆଜି ଜଣା ପଡ଼ିବ ।
ଯଦି ମୁମ୍ବାଇ ଇଣ୍ଡିଆନ୍ସ ଦଳ ଆଜି ଦିଲ୍ଲୀଠାରୁ ପରାଜିତ ହେଉଛି, ତେବେ ମୁମ୍ବାଇ ୧୪ ପଏଣ୍ଟରେ ରହିଯିବ ଆଉ ଦିଲ୍ଲୀର ୧୫ ପଏଣ୍ଟ ହୋଇଯିବ । ଆଉ ପ୍ଲେ ଅଫରେ ସ୍ଥାନ ପକ୍କା କରିବା ପାଇଁ ସେମାନେ ନିଜ ଶେଷ ଲିଗ ମ୍ୟାଚ୍ ପଞ୍ଜାବ ସହ ଖେଳିବେ । ଯଦି ଆଜି ଦିଲ୍ଲୀ ମୁମ୍ବାଇକୁ ହରାଇଦେବ ଆଉ ମେ’ ୨୪ରେ ପଞ୍ଜାବକୁ ହରାଇ ଦେଉଛି ତେବେ ଦିଲ୍ଲୀ ୧୭ ଅଙ୍କ ସହ ପ୍ଲେ-ଅଫ୍ରେ ପ୍ରବେଶ କରିଯିବ । ଆଉ ମୁମ୍ବାଇ ପ୍ଲେ ଅଫ ରେସ୍ରୁ ବାଦ ପଡ଼ିବ ।
ସେହିଭଳି ଯଦି ଦିଲ୍ଲୀ ମୁମ୍ବାଇକୁ ହରାଇ ୧୫ ପଏଣ୍ଟ ହାସଲ କରି ପଞ୍ଜାବ ସହ ପରାସ୍ତ ହୋଇଯାଉଛି ତେବେ ମୁମ୍ବାଇ ୧୬ ପଏଣ୍ଟ ସହ ପ୍ଲେ-ଅଫ୍ ପାଇଁ କ୍ବାଲିଫାଇ ହୋଇଯିବ । ଆଉ ଯଦି ମୁମ୍ବାଇ ମେ’ ୨୬ରେ ପଞ୍ଜାବକୁ ହରାଇଦେଉଛି ତେବେ ଦିଲ୍ଲୀକୁ ପ୍ଲେ-ଅଫ୍ ରେସ୍ରୁ ବାହାର ହେବାକୁ ପଡ଼ିବ । ତେଣୁ ପ୍ଲେ-ଅଫ୍ରେ ପ୍ରବେଶ କରିବା ପାଇଁ ଆଜିର ମ୍ୟାଚ ଦୁଇ ଦଳ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । ତେଣୁ ଏହି ମ୍ୟାଚ୍ରେ ଦୁଇ ଦଳ ନିଜର ଶକ୍ତି ପ୍ରଦର୍ଶନ କରିବେ ।
ଯଦି ମୁମ୍ବାଇ ଇଣ୍ଡିଆନ୍ସ କଥା ଦେଖିବା ତେବେ ଦଳ ଚଳିତ ଆଇପିଏଲ ଆରମ୍ଭରୁ ପରାଜୟର ସାମ୍ନା କରିଥିଲା । ଆଉ ପରବର୍ତ୍ତୀ ମ୍ୟାଚ୍ରେ ଦମଦାର ପ୍ରଦର୍ଶନ କରି ଜବରଦସ୍ତ କମବ୍ୟାକ୍ କରିଥିଲା । ଦଳରେ ରୋହିତ ଶର୍ମା, ସୂର୍ଯ୍ୟ କୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ମ୍ୟାଚ ୱିନର୍ ଖେଳାଳି ରହିଛନ୍ତି । ସେହିପରି ଯଦି ଦିଲ୍ଲୀ ଉପରେ ନଜର ପକାଇବେ ତେବେ ଦଳ ଏଥର ବେଶ ଭଲ ପ୍ରଦର୍ଶନ କରି ଆସିଛି । ଦିଲ୍ଲୀ ପାଇଁ କେଏଲ ରାହୁଲ ଚମତ୍କାର ପ୍ରଦର୍ଶନ କରୁଛନ୍ତି । ଆଉ ଦଳରେ ଅଭିଷେକ ପୋରେଲ, ଆଶୁତୋଷ ଶର୍ମା ଓ କରୁଣ ନାୟରଙ୍କ ଭଳି ଖେଳାଳି ରହିଛନ୍ତି । ଯିଏ କି ଆଖି ପିଛୁଳାକେ ମ୍ୟାଚକୁ ପଲଟାଇ ଦେଇପାରନ୍ତି । ତେବେ ଦେଖିବା ବାକି ରହିଲା ଆଜିର(ବୁଧବାର) ମ୍ୟାଚ୍ରେ କିଏ ପ୍ଲେ-ଅଫ୍ରେ ପ୍ରବେଶ କରିବାକୁ ସଫଳ ହେଉଛି ।