କନକ ବ୍ୟୁରୋ: ଗତ ମାର୍ଚ୍ଚ ୨୨ ତାରିଖରେ ଆଇପିଏଲ୍ ୨୦୨୫ ଆରମ୍ଭ ହୋଇଥିଲା । ଆଇପିଏଲ ୨୦୨୫ରେ ୭୪ ମ୍ୟାଚ୍ ପରେ ଆଜି ଖେଳାଯିବ ଫାଇନାଲ ମ୍ୟାଚ୍ । ଆଜିର ମ୍ୟାଚ୍ ପଞ୍ଜାବ କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ । ଦୁଇ ଦଳ ଏଯାଏ ଥରେ ବି ଚାମ୍ପିଅନ୍ ଟାଇଟଲ୍ ହାତେଇ ପାରିନାହାନ୍ତି । ଏଥର ଦୁଇ ଦଳ ଟାଇଟଲ୍ ହାତେଇବାକୁ ସମସ୍ତ ପ୍ରକାର ଚେଷ୍ଟା କରିବେ । କୋଟି କୋଟି ଟଙ୍କା ପାଇବ ଚାମ୍ପିଅନ୍ ଦଳ । ଉପବିଜେତା ଦଳକୁ କିଛି କମ୍ ଟଙ୍କା ମିଳିବନି । ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ପଞ୍ଜାବ କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ ମଧ୍ୟରେ ଖେଳାଯିବ ଫାଇନାଲ ମ୍ୟାଚ୍ । ଚାମ୍ପିଅନ୍ ଦଳ ଉପରେ କୋଟି କୋଟି ଟଙ୍କା ବର୍ଷା ହେବ, ଏହା ସମସ୍ତେ ଜାଣନ୍ତି ।
ଏକ ରିପୋର୍ଟ ମୁତାବକ ଏଥର ଆଇପିଏଲ୍ରେ ବି ଗତ ସିଜିନ୍ ଭଳି ପୁରସ୍କାର ଟଙ୍କା ମିଳିବ । ଏଥର ଚାମ୍ପିଅନ୍ ଦଳକୁ ୨୦ କୋଟି ଟଙ୍କା ପୁରସ୍କାର ଭାବରେ ପ୍ରଦାନ କରାଯିବ । ସେହିଭଳି ଯେଉଁ ଦଳ ଫାଇନାଲ ହାରିବ ସେହି ଦଳକୁ ୧୨.୫ କୋଟି ପ୍ରଦାନ କରାଯିବ । ଖାଲି ସେତିକି ନୁହେଁ, ଯେଉଁ ଦଳ ତୃତୀୟ ସ୍ଥାନରେ ରହିବ ସେହି ଦଳକୁ ୭ କୋଟି ଟଙ୍କା ପ୍ରଦାନ କରାଯିବ । ଯେଉଁ ଦଳ ଚତୁର୍ଥ ସ୍ଥାନରେ ରହିଛି ସେହି ଦଳକୁ ୬.୫ କୋଟି ଟଙ୍କା ପ୍ରଦାନ କରାଯିବ । ଅନ୍ୟ କୌଣସି ଦଳକୁ ପୁରସ୍କାର ରାଶି ପ୍ରଦାନ କରାଯିବ ନାହିଁ । ଖାଲି ଦଳ ନୁହେଁ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯିବ । କାହାକୁ କେତେ ଟଙ୍କା ମିଳିବ ନିମ୍ନରେ ନଜର ପକାନ୍ତୁ ।
IPL ୨୦୨୫ ପୁରସ୍କାର ରାଶି
• ବିଜୟୀ ଦଳ - ୨୦ କୋଟି ଟଙ୍କା
• ରନର୍ସ-ଅପ୍ - ୧୨.୫ କୋଟି ଟଙ୍କା
• ତୃତୀୟ ସ୍ଥାନ ଅଧିକାର କରିଥିବା ଦଳ - ୭ କୋଟି ଟଙ୍କା
• ଚତୁର୍ଥ ସ୍ଥାନ ଅଧିକାର କରିଥିବା ଦଳ - ୬.୫ କୋଟି ଟଙ୍କା
• ଗୋଟିଏ ସିଜିନରେ ସର୍ବାଧିକ ୱିକେଟ୍ (ପର୍ପଲ୍ କ୍ୟାପ୍) – ୧୦ ଲକ୍ଷ ଟଙ୍କା
• ଗୋଟିଏ ସିଜିନରେ ସର୍ବାଧିକ ରନ୍ (ଅରେଞ୍ଜ କ୍ୟାପ୍) – ୧୦ ଲକ୍ଷ ଟଙ୍କା
• ସିଜିନର ଉଦୀୟମାନ(Emerging Player) ଖେଳାଳି - ୧୦ ଲକ୍ଷ ଟଙ୍କା
• ସିଜିନର ସବୁଠାରୁ ମୂଲ୍ୟବାନ ଖେଳାଳି(Valuable Player) - ୧୦ ଲକ୍ଷ ଟଙ୍କା
• ଗୋଟିଏ ସିଜିନରେ ସର୍ବାଧିକ ଛକା (Most Sixes) – ୧୦ ଲକ୍ଷ ଟଙ୍କା
• ସିଜିନର ସର୍ବୋତ୍ତମ କ୍ୟାଚ୍ (Best Catch) - ୧୦ ଲକ୍ଷ ଟଙ୍କା
• ଗୋଟିଏ ସିଜିନରେ ସର୍ବାଧିକ ଚୌକା (Most Boundaries): ୧୦ ଲକ୍ଷ ଟଙ୍କା
• ପିଚ୍ ଏବଂ ଗ୍ରାଉଣ୍ଡ ପୁରସ୍କାର: ୫୦ ଲକ୍ଷ ଟଙ୍କା