ଆଜିଠୁ IPL ମହାସମର ; ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ବାଜିବ ବିଗୁଲ୍

ଆଜିଠୁ ଆରମ୍ଭ ଆଇପିଏଲ ମହାସମର । ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଗତଥରର ଚାମ୍ପିୟନ କୋଲକାତା ଓ ବାଙ୍ଗାଲୋର । ସଂଧ୍ୟାରେ ରଙ୍ଗାରଙ୍ଗ କାର୍ୟ୍ୟକ୍ରମ ସହ ଫଟାଫଟ କ୍ରିକେଟର ବାଜିବ ବିଗୁଲ୍ ।

IPL kicksOff

IPL kicksOff Photograph: (KanakNews)

କନକ ବ୍ୟୁରୋ: ଆଜିଠୁ ଆରମ୍ଭ ହେବ ଆଇପିଏଲ ମହାସମର । ଐତିହାସିକ ଇଡେନ ଗାର୍ଡେନ୍ସରେ ଆଇପିଏଲର ୧୮ତମ ସଂସ୍କରଣର ଉଦଘାଟନୀ ମ୍ୟାଚ୍ ଖେଳାଯିବ । ଡିଫେଣ୍ଡିଂ ଚାମ୍ପିୟନ୍ କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ ହାଇଭୋଲଟେଜ ମୁକାବିଲା । ଆଗାମୀ ୨ ମାସରୁ ଅଧିକ ସମୟ ଧରି ଫଟାଫଟ କ୍ରିକେଟର ମଜା ନେବେ ଦର୍ଶକ। 

ଚଳିତ ସଂସ୍କରଣରେ ୧୦ଟି ଟିମ୍ ଟାଇଟଲ ପାଇଁ ମୁହାଁମୁହିଁ ହେବେ । ଟି-୨୦ କ୍ରିକେଟର ସବୁଠୁ ଦାମିକିଆ ଲିଗ୍ କୁହାଯାଉଥିବା ଆଇପିଏଲରେ ଖେଳିବାକୁ ସବୁ ଖେଳାଳିଙ୍କର ସ୍ବପ୍ନ ରହିଥାଏ । ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ମୈଦାନକୁ ଓହ୍ଲାଇବେ ଉଭୟ ଦଳ । ଚଳିତ ଆଇପିଏଲ ସଂସ୍କରଣରେ ଅନେକ ଟିମ୍ ନୂଆ ଅଧିନାୟକଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବେ । ୨୦୦୮ ମସିହାରୁ ଆଇପିଏଲ ଆରମ୍ଭ ହୋଇଥିବା ବେଳେ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଏହାର ଯଥେଷ୍ଟ କ୍ରେଜ୍ ରହିଛି । ଫଟାଫଟ କ୍ରିକେଟର ଏହି ଫର୍ମାଟରେ ପ୍ରତି ମ୍ୟାଚରେ ରୋମାଞ୍ଚ ଦେଖିବାକୁ ମିଳେ । ଦେଶ ଓ ବିଦେଶର ଅନେକ ତାରକା ଖେଳାଳି ଆଇପିଏଲ ଖେଳୁଥିବାରୁ ପୂରା ବିଶ୍ବରେ ଏହାର ଲୋକପ୍ରିୟତା ରହିଛି । ସନ୍ଧ୍ୟା ୭ଟା ୩୦ରେ ଆରମ୍ଭ ହେବ ଆଇପିଏଲ ଉଦଘାଟନୀ ମ୍ୟାଚ୍ । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe