କନକବ୍ୟୁରୋ : ଗତ କିଛି ଦିନ ହେବ ଭାରତୀୟ ସେୟାର ବଜାର ଅସ୍ଥିର ରହିଥିଲା  ।  ବଜାରରେ ସେନସେକ୍ସର ସ୍ଥିତିରେ ଉତଥାନ, ପତନ ଲାଗିରହିଥିଲା । ତେବେ କିଛି ଦିନ ହେବ ବଜାର ତଳମୁହାଁ ରହିବା ପରେ ଏବେ ନିବେଶକଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି ।  ମଙ୍ଗଳବାର ଦିନ ବେଞ୍ଚମାର୍କ ଷ୍ଟକ୍ ବଜାର ସୂଚକାଙ୍କ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି  ।   

Advertisment

ଦୀର୍ଘ ଗୋଟିଏ ସପ୍ତାହ ପରେ ଷ୍ଟକ୍ ବଜାର ବୃଦ୍ଧି ପାଇଛି , ଏହାଫଳରେ ପୁଣି ଏସବୁ ରେ କାରବାର ଆରମ୍ଭ ହୋଇଛି  ।  ମଙ୍ଗଳବାର ସକାଳ ୯.୨୨ ସୁଦ୍ଧା ଏସ୍‌ଆଣ୍ଡ୍‌ପି ବିଏସ୍‌ଇ ସେନସେକ୍ସ ୧,୫୮୦.୦୧ ପଏଣ୍ଟ ବୃଦ୍ଧି ପାଇ ୭୬,୭୩୭.୨୭ ପଏଣ୍ଟ ରେ ପହଞ୍ଚିଛି । ଯେତେବେଳେ ଏନ୍‌ଏସ୍‌ଇ ନିଫଟି ୫୦ ୪୬୭.୩୦ ପଏଣ୍ଟ ବୃଦ୍ଧି ପାଇ ୨୩,୨୯୫.୮୫ରେ ପହଞ୍ଚିଛି ।