କନକ ବ୍ୟୁରୋ: ରାଜ୍ୟରେ ନିଯୁକ୍ତି ସୃଷ୍ଟି ପାଇଁ ଆସିଲା ବଡ଼ ସୁଯୋଗ । ରାଜ୍ୟରେ ୧୫ଟି ପ୍ରକଳ୍ପ ପାଇଁ ୩ ହଜାର ୩୫୩ ଟଙ୍କାର ନିବେଶକୁ ମଞ୍ଜୁରି ମିଳିଛି । ରାଜ୍ୟସ୍ତରୀୟ ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ଏହାକୁ ମଞ୍ଜୁରି ମିଳିଛି । ବୈଠକରେ ଅଧ୍ୟକ୍ଷତା କରିଥିଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ଏହାଦ୍ବାରା ରାଜ୍ୟରେ ୪ ହଜାର ୬୩୭ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । କୋରାପୁଟ, ଖୋର୍ଦ୍ଧା, ବରଗଡ଼, ପୁରୀ, କଟକ ଏବଂ ଝାରସୁଗୁଡ଼ାରେ ଏହି ପ୍ରକଳ୍ପ ଗୁଡ଼ିକ କାର୍ଯ୍ୟକାରୀ ହେବ । ପୁରୀରେ ରିଲାଏନ୍ସ ବାୟୋ ଏନର୍ଜି ଲିମିଟେଡ୍ ନିବେଶ କରିବ ୧୨୧.୨୧ କୋଟି ଟଙ୍କା । ଏହାଦ୍ବାରା ୬୯ଟି ନିଯୁକ୍ତି ସୃଷ୍ଟି ହେବ । ସେହିପରି କଟକରେ କିକେ ଷ୍ଟିଲ ପକ୍ଷରୁ ୭୫୦ କୋଟି ଟଙ୍କା ନିବେଶ କରାଯିବ । ଏହାଦ୍ବାରା ୮୦୦ ନିଯୁକ୍ତି ସୃଷ୍ଟି ହୋଇପାରିବ । ଖୋର୍ଦ୍ଧାରେ ୩ଟି ପ୍ରକଳ୍ପ ପାଇଁ ମଞ୍ଜୁରୀ ମିଳିଛି । ଯେଉଁଥିରେ ମୋଟ ୮୩୨ ନିଯୁକ୍ତି ସୃଷ୍ଟି ହେବ ।
ରାଜ୍ୟରେ ନିଯୁକ୍ତି ସୃଷ୍ଟି ପାଇଁ ଆସିଲା ବଡ ସୁଯୋଗ । ୧୫ଟି ପ୍ରକଳ୍ପ ପାଇଁ ୩ ହଜାର ୩୫୩ କୋଟି ଟଙ୍କାର ନିବେଶକୁ ମଞ୍ଜୁରି
ରାଜ୍ୟରେ ନିଯୁକ୍ତି ସୃଷ୍ଟି ପାଇଁ ଆସିଲା ବଡ଼ ସୁଯୋଗ । ରାଜ୍ୟରେ ୧୫ଟି ପ୍ରକଳ୍ପ ପାଇଁ ୩ ହଜାର ୩୫୩ ଟଙ୍କାର ନିବେଶକୁ ମଞ୍ଜୁରି ମିଳିଛି । ରାଜ୍ୟସ୍ତରୀୟ ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ଏହାକୁ ମଞ୍ଜୁରି ମିଳିଛି