କନକ ବ୍ୟୁରୋ : ରାଜ୍ୟରେ ୧ ଲକ୍ଷ ୩୬ ହଜାର ୬୨୨ କୋଟି ନିବେଶକୁ  ଅନୁମୋଦନ କରିଛି ହାଇଲେବୁଲ କ୍ଲିୟରାନ୍ସ ଅଥରଟି । ଗୁରୁବାର ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏନେଇ ବୈଠକ ବସିଥିଲା, ୨୦ଟି ଶିଳ୍ପ ପ୍ରକଳ୍ପରେ ଏହି ନିବେଶ ହେବ । ଏହାଦ୍ୱାରା ୭୪ ହଜାର ୩୫୦ ନିଯୁକ୍ତି ସୃଷ୍ଟି ହେବ । ଇସ୍ପାତ, ରାସାୟନିକ ପଦାର୍ଥ, ସବୁଜ ଶକ୍ତି, ବସ୍ତ୍ର, ଏବଂ ଅନ୍ୟାନ୍ୟ କ୍ଷେତ୍ରଗୁଡିକରେ ଏହି ନିଯୁକ୍ତି ସୃଷ୍ଟି ହେବ । ଏହି ପ୍ରକଳ୍ପଗୁଡିକ ଓଡ଼ିଶାର ୧୦ ଟି ଜିଲ୍ଲାରେ ହେବ । ଯାଜପୁର, ଝାରସୁଗୁଡା,ଖୋର୍ଦ୍ଧା, ସମ୍ବଲପୁର, ଗଞ୍ଜାମ, କାଳାହାଣ୍ଡି, ମାଲକାନଗିରି, ଢେଙ୍କାନାଳ, ଭଦ୍ରକ, ଏବଂ ଜଗତତ୍ସିଂହପୁରରେ ଏହି ଶିଳ୍ପ ପ୍ରତିଷ୍ଠା ହେବ । ଇସ୍ପାତ, ରାସାୟନିକ ପଦାର୍ଥ, ଆଲୁମିନିୟମ, ବିମାନ ଇନ୍ଧନ, ସବୁଜ ଶକ୍ତି  ଯନ୍ତ୍ରପାତି, ପୋଷାକ ଏବଂ ବସ୍ତ୍ର, ଶକ୍ତି ଏବଂ ଅକ୍ଷୟ ଶକ୍ତି ଏବଂ ସିମେଣ୍ଟ ସହିତ ୯ ଟି କ୍ଷେତ୍ରରେ ଏହି ପ୍ରକଳ୍ପ ଅନୁମୋଦିତ ହୋଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଉତ୍ତମ ସହଯୋଗ ଦ୍ବାରା ରାଜ୍ୟରେ ଏକ ବ୍ୟବସାୟିକ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି ।