ବିକାଶ ଫାଷ୍ଟ୍ ଷ୍ଟେପ୍ରେ ପଦ ଅଳଙ୍କରଣ ସମାରୋହ

Advertisment

ଏଥିରେ ବିଦ୍ୟାଳୟର ସବୁଜ ରଙ୍ଗଧାରୀ ସଦନକୁ ଓରିଅନ, ନାଲି ରଙ୍ଗଧାରୀ ସଦନକୁ ଏକ୍ୱିଲା, ନୀଳ ରଙ୍ଗଧାରୀ ସଦନକୁ ଡ୍ରାକୋ ଏବଂ ହଳଦିଆ ରଙ୍ଗଧାରୀ ସଦନକୁ ସିଗ୍ନସ୍ ନାମରେ ନାମିତ କରାଯାଇଥିଲା  ।

ଏଥିରେ ବିଦ୍ୟାଳୟର ସବୁଜ ରଙ୍ଗଧାରୀ ସଦନକୁ ଓରିଅନ, ନାଲି ରଙ୍ଗଧାରୀ ସଦନକୁ ଏକ୍ୱିଲା, ନୀଳ ରଙ୍ଗଧାରୀ ସଦନକୁ ଡ୍ରାକୋ ଏବଂ ହଳଦିଆ ରଙ୍ଗଧାରୀ ସଦନକୁ ସିଗ୍ନସ୍ ନାମରେ ନାମିତ କରାଯାଇଥିଲା  ।

55

Photograph: (kanaknews)

ସମ୍ବଲପୁର,(୧୬/୦୭/୨୦୨୫) : ଆଜି ପାଞ୍ଚଗୋଛିଆସ୍ଥିତ ବିକାଶ ଫାଷ୍ଟ ଷ୍ଟେପ୍ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ପଦ ଅଳଙ୍କରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି  । ଏହି ସମାରୋହରେ ସର୍ବ ପ୍ରଥମେ ଅଗ୍ରପୂଜ୍ୟ ଗଣେଶ, ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀ ତଥା ବିଦ୍ୟାଦାତ୍ରୀ ସରସ୍ୱତୀଙ୍କୁ ପୁଷ୍ପମାଲ୍ୟାର୍ପଣ କରି ଦ୍ୱୀପ ପ୍ରଜ୍ୱଳନ କରାଯାଇଥିଲା  । ଏଥିରେ ବିଦ୍ୟାଳୟର ସବୁଜ ରଙ୍ଗଧାରୀ ସଦନକୁ ଓରିଅନ, ନାଲି ରଙ୍ଗଧାରୀ ସଦନକୁ ଏକ୍ୱିଲା, ନୀଳ ରଙ୍ଗଧାରୀ ସଦନକୁ ଡ୍ରାକୋ ଏବଂ ହଳଦିଆ ରଙ୍ଗଧାରୀ ସଦନକୁ ସିଗ୍ନସ୍ ନାମରେ ନାମିତ କରାଯାଇଥିଲା  । ବିଦ୍ୟା ବିକାଶ ଗ୍ରୁପ୍ର ଚେୟାରମେନ୍ ତଥା ଏମଡି ଶ୍ରୀଯୁକ୍ତ ଜି. ଭାସ୍କର ରାଓ ଓ ଏକଜିକ୍ୟୁଟିଭ୍ ଡାଇରେକ୍ଟର ଶ୍ରୀଯୁକ୍ତ ଜି. ରାମକ୍ରିଷ୍ଣା ଅତିଥି ଭାବେ ଯୋଗଦେଇ ନୂତନ ନେତୃତ୍ୱ ନେଉଥିବା ଦଳକୁ ଅଭିନନ୍ଦନ ଜଣାଇ କହିଥିଲେ ଯେ ନେତୃତ୍ୱ ନେବା ଅର୍ଥ ହେଉଛି ନିଜକୁ ଅନୁଶାସିତ, ଦିଗଦର୍ଶିତ ଓ ସାମୂହିକ ଭାବନାକୁ ସମ୍ମାନ ଦେବା  । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବିଦ୍ୟା ବିକାଶ ଗ୍ରୁପର ମୁଖ୍ୟ ପ୍ରଶାସନିକ ଅଧିକାରୀ ସଞ୍ଜୀବ କୁମାର ବାବୁ, ଏକାଡେମିକ୍ ଆଡଭାଇଜର ନବୀନ ଶର୍ମା ଉପସ୍ଥିତ ରହି ପରିଷଦର ଚୟନ ପ୍ରକ୍ରିୟା ତଥା ଛାତ୍ରଛାତ୍ରୀଙ୍କ ଭୂମିକା ଏବଂ ଦାୟିତ୍ୱ ବିଷୟରେ ନିଜ ନିଜ ବକ୍ତବ୍ୟ ଦେଇଥିଲେ  । ବିଦ୍ୟାଳୟର ଅଧ୍ୟକ୍ଷା ଡି. ଶାନ୍ତା ଚୌଧୁରୀ ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କର ଆତ୍ମବିଶ୍ୱାସ ବଢ଼ାଇଥାଏ ଏବଂ ସେମାନେ ନୈତିକତା ଓ ଦାୟିତ୍ୱବୋଧରେ ଶିକ୍ଷିତ ହୁଅନ୍ତି ବୋଲି ମତ ପ୍ରକାଶ କହିଥିଲେ । କାର୍ଯ୍ୟକ୍ରମରେ ଛାତ୍ର ପରିଷଦର ହେଡ୍ ବୟ, ଡେପୁଟି ହେଡ୍ ବୟ, ହାଉସ୍ ପ୍ରିଫେକ୍ଟ୍, ଡିସିପ୍ଲିନ୍ ଇନଚାର୍ଜ ଓ ଅନ୍ୟାନ୍ୟ ପଦବୀର ଚୟନ କରାଯାଇ ସେମାନଙ୍କୁ ବ୍ୟାଚ୍ ପ୍ରଦାନ କରି ସମ୍ମାନିତ କରାଯାଇଥିଲା  । ସମାରୋହରେ ନୂତନ ନେତୃତ୍ୱ ଦଳ ନିଜ ଦାୟିତ୍ୱକୁ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ଅଙ୍ଗୀକାର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe