କନକ ବ୍ୟୁରୋ: ବାଲେଶ୍ୱର ଏଫଏମ୍ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ ଟିମ୍ । ପେଟ୍ରୋଲ ପମ୍ପରେ ସିସିଟିଭି ଯାଞ୍ଚ ଭିତରେ କ୍ରାଇମ୍ବ୍ରାଞ୍ଚକୁ ମିଳିଛି ଚାଞ୍ଚଲ୍ୟକର ତଥ୍ୟ। ଘଟଣା ଦିନ ପେଟ୍ରୋଲ ପମ୍ପରୁ ଜଣେ ଯୁବତୀ ସ୍କୁଟିରେ ଆସି ପେଟ୍ରୋଲ ନେଇଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ପେଟ୍ରୋଲ ପମ୍ପ କର୍ମଚାରୀ। ସେପଟେ ଆଜି କଲେଜରେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡି ଟିମ୍ ଓ ଉଚ୍ଚଶିକ୍ଷା ବିଭାଗର ଟିମ୍ ପହଞ୍ଚି ଆରମ୍ଭ କରିଛି ତନାଘନା। ଛାତ୍ରଛାତ୍ରୀ ଓ କଲେଜ୍ କର୍ମଚାରୀଙ୍କୁ ଏହି ଟିମ୍ ପଚରାଉଚୁରା କରୁଛି। ଦିଲ୍ଲୀରୁ ଆସିଥିବା ୟୁଜିସିର ୪ ଜଣିଆ ଫ୍ୟାକ୍ଟ ଫାଇଣ୍ଡି ଟିମ୍ ଏବଂ ଉଚ୍ଚଶିକ୍ଷା ବିଭାଗ ଟିମ୍ କଲେଜ ପରିସରରେ ପହଞ୍ଚି ତନାଘନା ଚଳାଇଛି। ଦ୍ବିତୀୟ ଦିନରେ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ଟିମ୍।
ବାଲେଶ୍ବର ଛାତ୍ରୀ ମୃତ୍ୟୁ ; ତଦନ୍ତ ଟିମର ତନାଘନା
ଏଫ୍ଏମ୍ ଛାତ୍ରୀ ମୃତ୍ୟୁ ତନାଘନା । ତଦନ୍ତ କରୁଛି ତିନିଟି ଟିମ୍ । ପେଟ୍ରୋଲ ଆଣିଥିଲା କିଏ, ଖୋଜୁଛି କ୍ରାଇମବ୍ରାଞ୍ଚ । ସେପଟେ କଲେଜରେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଓ ଉଚ୍ଚଶିକ୍ଷା ବିଭାଗର ଖୋଳତାଡ଼ ।
/kanak/media/media_files/2025/07/19/balasore-2025-07-19-13-35-45.jpg)