କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲା ମାଥିଲି ଲ୍ୟାମ୍ପସ ଦୁର୍ନୀତି ଉପରୁ ଧୀରେ ଧୀରେ ପରଦା ଉଠାଉଛି ସମବାୟ ବିଭାଗ । ତଦନ୍ତ ରିପୋର୍ଟ ପରିଚାଳନା କମିଟି ସଦସ୍ୟ ଓ କର୍ମଚାରୀଙ୍କ ଦୁର୍ନୀତିର ପୂରା ମୁଖା ଖୋଲିଦେଇଛି ।
ମାଲକାନଗିରି ଜିଲ୍ଲା ମାଥିଲି ଲ୍ୟାମ୍ପସ ଦୁର୍ନୀତି ଉପରୁ ଧୀରେ ଧୀରେ ପରଦା ଉଠୁଛି। ମାଲକାନଗିରି ସମବାୟ ବିଭାଗର ତଦନ୍ତ ରିପୋର୍ଟ ପରିଚାଳନା କମିଟି ସଦସ୍ୟ ଏବଂ କର୍ମଚାରୀଙ୍କ ଦୁର୍ନୀତିର ପର୍ଦ୍ଦାଫାସ କରିଛି ।
ସନ୍ତୋଷୀ ପରିଡ଼ା (ଲ୍ୟାମ୍ପସ୍ ଏମ୍ଡି), ଜୀବନ ସାହୁ (ଲ୍ୟାମ୍ପସ୍ ନିର୍ଦ୍ଦେଶକ), ମୁନିବତୀ ବୁଡ଼ୁବାଡ଼େ (ଲ୍ୟାମ୍ପସ ପରିଷଦ ସଭାପତି), ଉଦୟ ମାଦ୍ରୀ (ନିର୍ଦ୍ଦେଶକ), ଡମୁଣି ପୂଜାରୀ (ଲ୍ୟାମ୍ପସ ଉପସଭାପତି), ହଳଧର ପୂଜାରୀ (ନିର୍ଦ୍ଦେଶକ) । ଏମାନେ ସମସ୍ତେ ଲ୍ୟାମ୍ପସରେ ପରିବାରବାଦ ଚଳାଇଥିବା କର୍ମଚାରୀ । ସମବାୟ ନିୟମକୁ ଫୁ’ କରି ଚାଷୀଙ୍କ ଋଣ ଟଙ୍କାକୁ ନେଇ ଚଲାଇଥିଲେ ମନମାନି । ଖାଲି ଋଣ ନୁହେଁ ଏମିତି ଅନେକ ଦୁର୍ନୀତି ତଦନ୍ତ ରିପୋର୍ଟରୁ ବାବୁମାନଙ୍କ କାରନାମା ଧରା ପଡ଼ିଛି ।
ଗୋଟିଏ ପଟ୍ଟାରେ ୨ରୁ ୩ ଥର ଋଣ ଉଠିଛି
ପୁଣି ପରିଚାଳନା ପରିଷଦ କମିଟି ସଦସ୍ୟଙ୍କ ପରିବାର ଲୋକଙ୍କ ନାଁରେ
ଆଜି ଯାଏଁ ତାହା ପରିଶୋଧ କରାଯାଇନି
ବଜେଟ୍ ବାହାରେ ମନଇଚ୍ଛା ସମବାୟ ଟଙ୍କା ଖର୍ଚ୍ଚ
ଆବଶ୍ୟକତା ନଥାଇ ନିଯୁକ୍ତି ଦେଇଛି ପରିଚାଳନା କମିଟି
ସ୍ବାମୀ ପରିଷଦ ନିର୍ଦ୍ଦେଶକ ଥିବା ବେଳେ ସ୍ତ୍ରୀଙ୍କୁ ଚାକିରି, ଯାହା ସମବାୟ ନିୟମ ବିରୁଦ୍ଧ
ଏସବୁ ଦୁର୍ନୀତିର ତଦନ୍ତ କରି ଉଭୟ କର୍ମଚାରୀ ଏବଂ ପରିଷଦର ନିର୍ଦ୍ଦେଶକଙ୍କୁ କୈଫିୟତ ମାଗିଛି ସମବାୟ ବିଭାଗ । ଅନ୍ନଦାତାଙ୍କ ପେଟକୁ ଲାତ ମାରି ଲ୍ୟାମ୍ପସ ମାଧ୍ୟମରେ କୋଟିକୋଟି ଉପାର୍ଜନର ମାଧ୍ୟମ ପାଲଟିଛି । ଆଗାମୀ ଦିନରେ ବିଭାଗର ତଦନ୍ତ ରିପୋର୍ଟ ଏବଂ କାର୍ଯ୍ୟାନୁଷ୍ଠାନ ଉପରେ ସମସ୍ତଙ୍କ ନଜର ରହିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/media_files/2025/10/04/3-2025-10-04-18-37-53.jpg)