ବେଆଇନ କୋଇଲା ଖଣିରେ ସରିଲା ତଦନ୍ତ; ମାଫିଆଙ୍କ ବିରୁଦ୍ଧରେ କେବେ ନିଆଯିବ ଆକ୍ସନ ?

Advertisment

ଜଙ୍ଗଲ ମଧ୍ୟରେ ଗୋଟେ ପରେ ଗୋଟେ ଖଣି ଯାଇ କେତେ ପରିମାଣର କୋଇଲା ଲୁଟ କରାଯାଇଛି ତାର ଆକଳନ କରିଛନ୍ତି ଭୁବନେଶ୍ବରରୁ ଆସିଥିବା ଟିମ । ଏହି ଟିମ ପ୍ରଥମେ ତେଲେନଡିହି ରାଜସ୍ବ ଜଙ୍ଗଲରେ ଖଣି ମାପ କରିଥିଲେ ।

ଜଙ୍ଗଲ ମଧ୍ୟରେ ଗୋଟେ ପରେ ଗୋଟେ ଖଣି ଯାଇ କେତେ ପରିମାଣର କୋଇଲା ଲୁଟ କରାଯାଇଛି ତାର ଆକଳନ କରିଛନ୍ତି ଭୁବନେଶ୍ବରରୁ ଆସିଥିବା ଟିମ । ଏହି ଟିମ ପ୍ରଥମେ ତେଲେନଡିହି ରାଜସ୍ବ ଜଙ୍ଗଲରେ ଖଣି ମାପ କରିଥିଲେ ।

Mining Corruption 1

Photograph: (KANAK NEWS)

କନକ ନ୍ୟୁଜର ମହାପ୍ରଭାବ । ହେମଗିରିର ତେଲେନଡିହି, ରତନସରା, ଭୋଗ୍ରାକଚ୍ଛାର ଆଦି ଅଞ୍ଚଳରେ କୋଇଲା ଖଣି ଲୁଟ ଘଟଣାରେ ଆଜି ଭୁବନେଶ୍ବରରୁ ଖଣି ଏବଂ ଭୂତତ୍ତ୍ବ ବିଭାଗର ଏକ ନଅ ଜଣିଆ ଟିମ୍ ଆସି ବେଆଇନ କୋଇଲା ଖଣି ଗୁଡ଼ିକ ବୁଲି ଦେଖିବା ସହ ମାପଚୁପ କରିଛନ୍ତି । ଆକଳନ ପରେ ଜଣା ପଡ଼ିବ ପ୍ରକୃତରେ କେତେ କୋଇଲା ଚୋରା ଚାଲାଣ ହୋଇଛି ।

ଜଙ୍ଗଲ ମଧ୍ୟରେ ଗୋଟେ ପରେ ଗୋଟେ ଖଣି ଯାଇ କେତେ ପରିମାଣର କୋଇଲା ଲୁଟ କରାଯାଇଛି ତାର ଆକଳନ କରିଛନ୍ତି ଭୁବନେଶ୍ବରରୁ ଆସିଥିବା ଟିମ । ଏହି ଟିମ ପ୍ରଥମେ ତେଲେନଡିହି ରାଜସ୍ବ ଜଙ୍ଗଲରେ ଖଣି ମାପ କରିଥିଲେ । ତହସିଲଦାରଙ୍କ ଠାରୁ ଜମିର କିସମ ମାଗିବା ପରେ, ସେଠାରେ ଯେତେ ମାତ୍ରାରେ ଖଣି ଲୁଟ ହୋଇଛି ତାହା ଦେଖି ହତବାକ ହୋଇଯାଇଥିଲା ଟିମ ।

ଏହି ଟିମ ଆଜି ପାଖାପାଖି ୧୬ଟି ବେଆଇନ ଖଣିରେ ଆକଳନ କରିଥିବା ବେଳେ ଆସନ୍ତା କାଲି ପୁଣି ଏହି ଟିମ ଗ୍ରାଉଣ୍ଡ ଜିରୋରେ ଆକଳନ କରିବ । ଖଣି ଲୁଟ ହେଉଥିବା   ତେଲେନଡିହି ଓ ରତନସରା ଜଙ୍ଗଲ ବସୁନ୍ଧରା ୱେଷ୍ଟ କୋଇଲା ବ୍ଲକ ଏମସିଏଲକୁ ଆବଣ୍ଟନ ହୋଇଥିବା ବେଳେ ଖଣି ଆରମ୍ଭ ହୋଇନଥିବା ଏହି ଅଞ୍ଚଳ ଏବେ ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି । ଏହି ଅଞ୍ଚଳରେ ଖଣିକୁ ସୁରକ୍ଷା ଦେବା ଏମସିଏଲର ମଧ୍ୟ ଉତ୍ତରଦାୟିତ୍ଵ ରହିଛି । ଏହି ଟିମ ଏମସିଏଲ ସିଆରମାଲ କୋଇଲା ଖଣି ପ୍ରକଳ୍ପର ପ୍ରକଳ୍ପ ଅଧିକାରୀ ପ୍ରକାଶ କୁମାର ଓଝାଙ୍କୁ ଡାକି ତାଗିଦ କରିଛି ।

ଖଣି ଲୁଟର ଗତ ସପ୍ତାହେରୁ ଊର୍ଦ୍ଧ୍ୱ ହେଲାଣି ପ୍ରତିଦିନ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ରାଉରକେଲା ଖଣି ବିଭାଗ ଏବଂ ଜିଲ୍ଲା ପ୍ରଶାସନର ରାଜସ୍ବ ବିଭାଗ ଓ ବନ ବିଭାଗ ମିଳିତ ଭାବେ ଚଢ଼ାଉ କରି ୨୫୦ ଟନରୁ ଊର୍ଦ୍ଧ୍ୱ ବେଆଇନ କୋଇଲା ଜବତ କରିଛି ।

ଆଜି ଭୁବନେଶ୍ବରରୁ ଆସିଥିବା ନଅ ଜଣିଆ ଟିମ୍ ଆକଳନ କରୁଛି କେତେ ଲୁଟ ହୋଇଛି କୋଇଲା । ଏହି ଟିମରେ ଦୁଇ ଜଣ ଖଣି ଉପ ନିର୍ଦ୍ଦେଶକ, ଜଣେ ଭୂତତ୍ତ୍ବ ଉପ ନିର୍ଦ୍ଦେଶକ, ଜଣେ ଖଣି ଅଧିକାରୀ ଏବଂ ପାଞ୍ଚ ଜଣ ପୋଲିସ କର୍ମୀ ରହିଥିବା ବେଳେ ସେମାନଙ୍କୁ ସହଯୋଗ କରିବା ପାଇଁ ହେମଗିରି ତହସିଲଦାର ଏବଂ ଗୋପାଳପୁର ରେଞ୍ଜ ଅଧିକାରୀ, ରାଜସ୍ବ ଓ ଜଙ୍ଗଲ ବିଭାଗର ଟିମ ଉପସ୍ଥିତ ରହିଥିଲେ ।

ଚଢ଼ାଉ ହେଲା, ବେଆଇନ କୋଇଲା ଖଣି ଠାବ ହେଲା, କୋଇଲା ମଧ୍ୟ ଜବତ ହେଲା ହେଲେ ଏଠାରେ ପ୍ରଶ୍ନ କଳା କାରବାର କରୁଥିବା ମାଫିଆ ବିରୁଦ୍ଧ କାର୍ଯ୍ୟାନୁଷ୍ଠାନ କେବେ ନିଆଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe