କନକ ବ୍ୟୁରୋ: ଏମ୍‌ସ ଡାକ୍ତରୀ ଟିମ୍ ସହିତ ଆଲୋଚନା କଲେ ପୀଡ଼ିତାଙ୍କ ବାପା । ପରବର୍ତ୍ତୀ ମେଡିକାଲ ବୁଲେଟିନ ଆସିବା ଆଗରୁ ନିଜ ଝିଅର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଆଲୋଚନା କରିବା ପାଇଁ ଯାଇଥିଲେ ଝିଅର ବାପା । କିଛି ସମୟ ମଧ୍ୟରେ ବଳଙ୍ଗା ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍‌ସକୁ ସ୍ଥାନାନ୍ତର କରାଯିବ । ଏମ୍‌ସରେ ଚିକିତ୍ସିତ ହେଉଥିବା ବଳଙ୍ଗା ନାବାଳିକାଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ ରହିଛି । ୪୮ ଘଣ୍ଟା ପୀଡ଼ିତାଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ । ୧୪ ଜଣିଆ ଟିମ୍ ପୀଡ଼ିତାଙ୍କ ଚିକିତ୍ସା କରୁଛନ୍ତି । ଦୀଲ୍ଲୀ ଏମ୍‌ସ ସହ ଯୋଗାଯୋଗରେ ଅଛନ୍ତି ଡାକ୍ତରୀ ଟିମ୍ । ପୀଡ଼ିତାଙ୍କୁ ଅକ୍ସିଜେନ ସର୍ପୋଟରେ ରଖାଯାଇଛି । କିନ୍ତୁ ପୀଡ଼ିତା କଥାବାର୍ତ୍ତା କରୁଛନ୍ତି । ଏହାସହ ମାନସିକ ଓ ଶାରୀରିକ ସ୍ତରରେ ଆଘାତ ଲାଗିଛି । ସେପଟେ ପିଡ଼ୀତାଙ୍କ ବୟାନ ରେକର୍ଡ କରାଯାଇଛି । ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ବିଏନ୍‌ଏସ୍‌ ଧାରା ୧୮୦ରେ ବୟାନ ରେକର୍ଡ କରାଯାଇଛି ।   

Advertisment

ବଳଙ୍ଗା ପୀଡ଼ିତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେବା ଘଟଣାରେ ଆରମ୍ଭ ହୋଇଛି ତଦନ୍ତ । ଷଡ଼୍‌ଯନ୍ତ୍ର ଦିଗକୁ ତଦନ୍ତରେ ପ୍ରାଥମିକତା ଦିଆଯାଇଛି । କେଉଁଠୁ କିରୋସିନ ଆସିଲା ଅନୁଧ୍ୟାନ କରାଯାଉଛି, ସାଇବର ଏକ୍ସପର୍ଟମାନଙ୍କର ମଧ୍ୟ ସହଯୋଗ ନିଆଯାଇଛି । ଏପର୍ଯ୍ୟନ୍ତ କୌଣସି ସିସିଟିଭି ଫୁଟେଜ୍‌ ମିଲିନି, ଆଜି ୩ ଜଣଙ୍କୁ ଉଠାଇ ନେଇଛି ପୁଲିସ । କେବଳ ପୀଡିତାଙ୍କ ସମ୍ପର୍କୀୟ ଓ ସାଙ୍ଗଙ୍କ ବୟାନ ରେକର୍ଡ କରାଯାଉଛି । ପୀଡ଼ିତାଙ୍କ ମାଆଙ୍କ ପକ୍ଷରୁ ଥାନାରେ ଏଫଆଇଆର ଦିଆଯାଇଥିବା ବେଳେ ଏମ୍‌ସ ଭୁବନେଶ୍ୱରରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୀଡ଼ିତା ମଧ୍ୟ ବୟାନ ଦେଇଛନ୍ତି । ସମସ୍ତ ଦିଗ ଉପରେ ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି ପୁରୀ ଏସପି ପିନାକ ମିଶ୍ର । କିଏ ପୀଡ଼ିତାଙ୍କ ସହ ଏଭଳି ବର୍ବରକାଣ୍ଡ ଘଟାଇଲା ତାହାର ତଦନ୍ତ ଜାରି ରହିଛି ।