କନକ ବ୍ୟୁରୋ: ପ୍ରତ୍ୟେକ ବ୍ୟକ୍ତି ନିଜ ଆୟର କିଛି ଅଂଶ ସଞ୍ଚୟ କରିବାକୁ ଚାହାନ୍ତି । ଯାହା ଦ୍ୱାରା ଭବିଷ୍ୟତ ସୁରକ୍ଷିତ ରହିପାରିବ । ବେଳେବେଳେ ଅନେକ ବ୍ୟକ୍ତି ବିଶେଷ କେମିତି ସଞ୍ଚୟ କରବେ ବା ନିବେଶ କରିବେ ତାହାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ି ଥାଆନ୍ତି । ଏଭଳି ଦ୍ୱନ୍ଦ୍ୱ ଦୂର କରିବାକୁ ସରକାରଙ୍କ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏହି ସବୁ ଯୋଜନା ବା ସ୍କିମ୍ରେ ନିବେଶ ଲୋକେ ବିନା କୌଣସି ରିସ୍କ୍ରେ ଏକ ଭଲ ରିଟର୍ଣ୍ଣ ପାଇପାରିବେ । ବିଶେଷ କରି ଯେଉଁମାନେ ପ୍ରତିମାସରେ କିଛି ଆୟ କରିବାକୁ ଚାହୁଛନ୍ତି ସେମାନଙ୍କ ପ୍ରତି ବିଶେଷ ଦୃଷ୍ଟି ଦେଇଛି ଇଣ୍ଡିଆ ପୋଷ୍ଟ । ଏହାକୁ ନିବେଶ ଭାଷାରେ ପୋଷ୍ଟ ଅଫିସ୍ ମାସିକିଆ ଆୟ ଯୋଜନା ବି କୁହାଯାଉଛି । ଆଜି ଆପଣ ଏଭଳି ହିଁ ଏକ ଯୋଜନା ବିଷୟରେ ଜାଣିବେ ।
ପୋଷ୍ଟ ଅଫିସ୍ରେ ପ୍ରତ୍ୟେକ ବର୍ଗର ଲୋକଙ୍କ ପାଇଁ ଅନେକ ପ୍ରକାର ସଞ୍ଚୟ ଯୋଜନା କାର୍ଯ୍ୟକାରୀ କରାଯାଇଛି । ଏହି ଯୋଜନାରେ ନିବେଶ କଲେ ସାଧାରଣ ସଞ୍ଚୟ ଅପେକ୍ଷା ଅଧିକ ରିଟର୍ଣ୍ଣ ମିଳିଥାଏ । ପୋଷ୍ଟ ଅଫିସ୍ରେ ମାସିକିଆ ଆୟ ଯୋଜନାରେ ନିବେଶ କରି ଭବିଷ୍ୟତ ସୁରକ୍ଷିତ ରଖି ପାରିବେ ଲୋକେ । କାରଣ ଏହି ଯୋଜନାରେ ନିବେଶ କରିବା ପରେ ପ୍ରତି ମାସରେ ଏକ ନିୟମିତ ଆୟ ପାଇ ପାରିବେ ନିବେଶକ । ଏଥିପାଇଁ ଗ୍ରାହକଙ୍କୁ ପ୍ରତି ମାସରେ ଅତି କମ୍ରେ ୧୦୦୦ ଟଙ୍କା ନିବେଶ କରିବାକୁ ହେବ ।
Post Office Monthly Income Scheme ବା ମାସିକିଆ ଆୟ ଯୋଜନାରେ ନିବେଶ କରିବାକୁ ହେଲେ ଗ୍ରାହକଙ୍କ ବୟସ ଅତି କମ୍ରେ ୧୮ ବର୍ଷ ହୋଇଥିବା ଆବଶ୍ୟକ । ଜଏଣ୍ଟ ଆକାଉଣ୍ଟ୍ ମାଧ୍ୟମରେ ବି ଏହି ସ୍କିମ୍ରେ ନିବେଶ କରି ପାରିବେ ଲୋକେ । ନାବାଳକ ଓ ମାନସିକ ଭାବେ ସାମାନ୍ୟ ଅନଗ୍ରସର ଥିବା ବ୍ୟକ୍ତିବିଶେଷ ମଧ୍ୟ ଏହି ଯୋଜନାର ଲାଭ ଉଠାଇ ପାରିବେ । ଏଥିରେ ମାତ୍ର ୧୦୦୦ ଟଙ୍କା ନିବେଶ ଆରମ୍ଭ କରିପାରିବେ ଲୋକେ । ଟେନ୍ସନ୍ ଫ୍ରି' ହୋଇ ଯେକୌଣସି ବ୍ୟକ୍ତି ମାସିକିଆ ଆୟ ଯୋଜନାରେ ନିବେଶ କରିପାରିବେ । କାରଣ ରିଟର୍ଣ୍ଣ ଗ୍ୟାରେଣ୍ଟି ଖୋଦ୍ ସରକାର ନେଉଛନ୍ତି । ଏହି ଯୋଜନାର ଅବଧି ୫ ବର୍ଷ ରହିଛି । ୫ ବର୍ଷ ପରେ ମୂଳଧନ ଉପରେ ସୁଧ ମିଳିବା ଆରମ୍ଭ ହୋଇଯିବ।
ସବୁଠାରୁ ବଡ଼ କଥା ହେଉଛି ପୋଷ୍ଟ୍ ଅଫିସ୍ର ଏହି ସ୍କିମ୍ରେ ୭.୪ ପ୍ରତିଶତ ରିଟର୍ଣ୍ଣ ମିଳୁଛି । ଗତ ୨୦୨୩ ମସିହା ଏପ୍ରିଲ ୧ ତାରିଖରୁ ସୁଧହାରରେ ବୃଦ୍ଧି କରିଛନ୍ତି ସରକାର । ସେବେଠାରୁ ମଧ୍ୟବିତ୍ତଙ୍କ ମଧ୍ୟରେ ପୋଷ୍ଟ ଅଫିସ୍ର ଏହି ସ୍କିମ୍ ଲୋକପ୍ରିୟ ହୋଇ ରହିଛି । ସିଙ୍ଗଲ୍ ଆକାଉଣ୍ଟ୍ରେ ଅଧିକରୁ ଅଧିକ ଜଣେ ବ୍ୟକ୍ତି ୯ ଲକ୍ଷ ପର୍ଯ୍ୟନ୍ତ ଜମା କରିପାରିବେ । ଜଏଣ୍ଟ ଆକାଉଣ୍ଟ ଥିଲେ ୧୫ ଲକ୍ଷ ପର୍ଯ୍ୟନ୍ତ ଜମା କରିପାରିବେ ଲୋକେ ।
ଯଦି ନିବେଶକ ୫ ବର୍ଷ ପାଇଁ ଏହି ସ୍କିମ୍ରେ ଏକ ଥରକେ ୯ ଲକ୍ଷ ଟଙ୍କା ନିବେଶ କରିବେ, ତେବେ ତାଙ୍କୁ ୭.୪ ସୁଧହାରରେ ପ୍ରତି ମାସରେ ୫୫୦୦ ଟଙ୍କା ମିଳି ପାରିବ । ତେବେ ଏହି ଯୋଜନା ନିବେଶ କରିବାକୁ ଚାହୁଥିଲେ ପୋଷ୍ଟ୍ ଅଫିସ୍ର ଅଫିସିଆଲ ୱେବ୍ସାଇଟ୍ ଭିଜିଟ୍ କରି ଅଧିକ ତଥ୍ୟ ପାରିବେ ।