ବାଇକ ନେଇଗଲା ମାତାଲ ଯୁବକ ; ସିସିଟିଭିରେ କଏଦ୍ ଚୋରୀ ବେଳର ଚିତ୍ର

ନିଶାରେ ଚୁର୍ ହୋଇ ବାଇକ୍ ଲୁଟ୍ ; ଭୁବନେଶ୍ୱର ଧର୍ମ ବିହାରରେ ଲୁଟ୍ ବେଳର ଚିତ୍ର ସିସିଟିଭିରେ କଏଦ୍ । ଖଣ୍ଡଗିରି ପୋଲିସର ଛାନଭିନ୍ ।

Screen Shot 2024-10-11 at 12.25.27 PM

କନକ ବ୍ୟୁରୋ: ନିଶାରେ ବି ଗାଡ଼ି ଚୋରି କରି ନେଲା ଚୋର । ଗତକାଲି  ଖଣ୍ଡଗିରି ଥାନା ଯାଗମରା ଧର୍ମ ବିହାରରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସିସିଟିଭି ଫୁଟେଜରେ ଲୁଟର ଲାଇଭ ଚିତ୍ର କଏଦ ହୋଇଛି । ଚୋରଟି ନିଶାପାନ କରିଥିବା ଦୃଶ୍ୟରୁ ଜଣାପଡ଼ୁଛି । ଗଛମୂଳେ ଥିବା ଗାଡ଼ିଟିକୁ ଆଣି ପ୍ରଥମେ ଫିଙ୍ଗିଦେଇଥିଲା । ଏହାପରେ ଧୀରେ ଗାଡ଼ିଟିକୁ ଉଠାଇ ତାକୁ ନେଇ ଚମ୍ପଟ ମାରିଥିଲା । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ପରେ ଘଟଣାର ଛାନଭିନ ଆରମ୍ଭ କରିଛି ପୋଲିସ । ଏବେ  ରାଜଧାନୀରେ ଲୁଟ୍ ଘଟଣା ଦିନକୁ ଦିନ ବଢିବାରେ ଲାଗିଥିବାବେଳେ କମିଶନରେଟ୍ ପୋଲିସ ପାଇଁ ଏହା ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଖଣ୍ଡଗିରିର ଏହି ଘଟଣାକୁ ନେଇ ଖୋଳତାଡ ଆରମ୍ଭ କରିଛି ପୋଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe