କନକ ବ୍ୟୁରୋ: ନିଶାରେ ବି ଗାଡ଼ି ଚୋରି କରି ନେଲା ଚୋର । ଗତକାଲି ଖଣ୍ଡଗିରି ଥାନା ଯାଗମରା ଧର୍ମ ବିହାରରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସିସିଟିଭି ଫୁଟେଜରେ ଲୁଟର ଲାଇଭ ଚିତ୍ର କଏଦ ହୋଇଛି । ଚୋରଟି ନିଶାପାନ କରିଥିବା ଦୃଶ୍ୟରୁ ଜଣାପଡ଼ୁଛି । ଗଛମୂଳେ ଥିବା ଗାଡ଼ିଟିକୁ ଆଣି ପ୍ରଥମେ ଫିଙ୍ଗିଦେଇଥିଲା । ଏହାପରେ ଧୀରେ ଗାଡ଼ିଟିକୁ ଉଠାଇ ତାକୁ ନେଇ ଚମ୍ପଟ ମାରିଥିଲା । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ପରେ ଘଟଣାର ଛାନଭିନ ଆରମ୍ଭ କରିଛି ପୋଲିସ । ଏବେ ରାଜଧାନୀରେ ଲୁଟ୍ ଘଟଣା ଦିନକୁ ଦିନ ବଢିବାରେ ଲାଗିଥିବାବେଳେ କମିଶନରେଟ୍ ପୋଲିସ ପାଇଁ ଏହା ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଖଣ୍ଡଗିରିର ଏହି ଘଟଣାକୁ ନେଇ ଖୋଳତାଡ ଆରମ୍ଭ କରିଛି ପୋଲିସ ।
ବାଇକ ନେଇଗଲା ମାତାଲ ଯୁବକ ; ସିସିଟିଭିରେ କଏଦ୍ ଚୋରୀ ବେଳର ଚିତ୍ର
ନିଶାରେ ଚୁର୍ ହୋଇ ବାଇକ୍ ଲୁଟ୍ ; ଭୁବନେଶ୍ୱର ଧର୍ମ ବିହାରରେ ଲୁଟ୍ ବେଳର ଚିତ୍ର ସିସିଟିଭିରେ କଏଦ୍ । ଖଣ୍ଡଗିରି ପୋଲିସର ଛାନଭିନ୍ ।
/kanak/media/media_files/ULJ3f2NCVlAAB8B5t6kV.png)