କନକ ବ୍ୟୁରୋ: ଲୁଟେରାଙ୍କ ଭୟରେ ଥର ହର ରାଜଧାନୀ । ଗଳିକନ୍ଦିରେ ବୁଲୁଛନ୍ତି ଲୁଟେରାଙ୍କ ଏଜେଣ୍ଟ I ବଡ଼ ବଡ଼ିଅଙ୍କ ଘରକୁ କରୁଛନ୍ତି ସଫ୍ଟ ଟାର୍ଗେଟ I ଲୁଟୁଛନ୍ତି ହାଣୁଛନ୍ତି ଆବଶକ୍ୟତା ପଡିଲେ ହତ୍ୟା ବି କରୁଛନ୍ତି I ଟିକିଏ ମନେ ପକାନ୍ତୁ ସେ ଦିନର ଏୟାରଫିଲଡ଼ ଥାନାର ଛାତିଥରା ଘଟଣା I ଲବଣଗିରିରୁ ଚେନ ଝାମ୍ପିଲା ବେଳେ, ମହିଳାଙ୍କ ଜୀବନ ନେଇଗଲେ । ଭୁବନେଶ୍ୱରର ଆପର୍ଟମେଣ୍ଟ ରେ ଘର ଭଡ଼ା ନେଇ, ସାଇବର ଠକ ମାନେ ସିମ ବକ୍ସ ଓ ଡିଜିଟାଲ ଡିଭାଇସ ବସାଇ କୋଟି କୋଟି ଟଙ୍କା ବୋହି ନେଲେ I ପରେ ପରେ ବିବାହ ମଣ୍ଡପରୁ ଟଙ୍କା, ସୁନା ଗହଣା ମାରାଥନ ଚୋରି କରି ପୁଲିସକୁ ଘାଇଲା କଲେ । ଖାଲି ସେତିକି ନୁହେଁ କଂଗ୍ରେସର ହେଭି ୱେଟ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ପଶି ପୋଲିସକୁ ନାକରେ ପାଣି ପିଆଇଲେ I ଆଉ ଦିଲ୍ଲୀରୁ ବନ୍ଧା ହେଲେ ଏହି ହାଇ ପ୍ରୋଫାଇ ଲୁଟେରା ଗ୍ୟାଙ୍ଗ I ସମସ୍ତ ଘଟଣାରେ ଆନ୍ତଃରାଜ୍ୟ ଅପରାଧୀଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଛି I
ରାଜଧାନୀ ଭିତରେ ଘଟୁଥିବା ବଡ଼ ବଡ଼ ଅପରାଧରେ ଆନ୍ତରାଜ୍ୟ ଲୁଟେରାଙ୍କ ସମ୍ପୃକ୍ତି ଜଳ ଜଳ ଦିଶୁଛି I ତେବେ ଅପରାଧ ଘଟାଇବା ପରେ, ଧରା ପଡ଼ୁଛନ୍ତି ଲୁଟେରା I କିନ୍ତୁ ଆଡ୍ଡା ସ୍ଥଳୀ, ପ୍ରି ପ୍ଲାନ ବା ବ୍ଲୁ ପ୍ରିଣ୍ଟ ବେଳେ ଖସି ଯାଉଥିବାରୁ ସ୍ପେଶାଲ ଡ୍ରାଇଭ ଆରମ୍ଭ କରିଛି କମିଶନରେଟ ପୁଲିସ I ବାହାର ରାଜ୍ୟର ପୋଲିସ ସହ ଯୋଗାଯୋଗ କରୁଛି ଏହି ସ୍ପେଶାଲ ଟିମ I ଆନ୍ତଃରାଜ୍ୟ ପେଶାଦାରଙ୍କ କେସ ହିଷ୍ଟ୍ରି ଖୋଜିବା ସହ ତାଲିକା ବି ପ୍ରସ୍ତୁତ କରୁଛି ସ୍ପେଶାଲ ଟିମ ।
ଓଡ଼ିଶାର କିଛି ହାର୍ଡକୋରଙ୍କ ସମ୍ପର୍କରେ ତେଲେଙ୍ଗାନା, ବିହାର, ଆନ୍ଧ୍ର ପ୍ରଦେଶ ଓ କେରଳ ପୋଲିସକୁ ତଥ୍ୟ ଦେଇ କମିଶନରେଟ ପୋଲିସ ସହଯୋଗ ଲୋଡ଼ିଛି I କାହିଁକି ଭୁବନେଶ୍ୱରକୁ ସୁରକ୍ଷିତ ସ୍ଥାନ ଭାବେ ବାଛୁଛନ୍ତି ଅପରାଧୀ ? ବେଧଡ଼କ ଭାବରେ ଅପରାଧ କରି, ରାଜ୍ୟ ଭିତରୁ କେମିତି ବାହାରକୁ ଖସି ଯାଉଛନ୍ତି? ସ୍ମାର୍ଟ ସିଟରେ ସ୍ମାର୍ଟ ପୁଲିସ ଅଛନ୍ତି I କୋଟି କୋଟି ଟଙ୍କାର କ୍ୟାମେରା ସହର ଜଗିଛି , ତଥାପି କେମିତି ଚକମା ଖାଇ ଯାଉଛି ପୁଲିସ?