କଟକରେ ବଢ଼ିଲା ଇଣ୍ଟରନେଟ୍ କଟକଣା ; ସାରା ସହର ଶୁନଶାନ୍

Advertisment

କଟକରେ କର୍ଫ୍ୟୁ ଜାରି, ଇଣ୍ଟରନେଟ୍ କଟକଣା ବି ବଢ଼ିଲା । ସହରସାରା ରାସ୍ତା ଘାଟ ଶୁନଶାନ୍ । ୧୩ଟି ଥାନା ଅଧୀନରେ ଥିବା ସ୍ପର୍ଶକାତର ସ୍ଥାନରେ ପୋଲିସର ବ୍ଲକିଂ, ଚେକିଂ  ଓ ପାଟ୍ରୋଲିଙ୍ଗ । ୬୦  ପ୍ଲାଟୁନ ଫୋର୍ସ ମୁତୟନ ।

କଟକରେ କର୍ଫ୍ୟୁ ଜାରି, ଇଣ୍ଟରନେଟ୍ କଟକଣା ବି ବଢ଼ିଲା । ସହରସାରା ରାସ୍ତା ଘାଟ ଶୁନଶାନ୍ । ୧୩ଟି ଥାନା ଅଧୀନରେ ଥିବା ସ୍ପର୍ଶକାତର ସ୍ଥାନରେ ପୋଲିସର ବ୍ଲକିଂ, ଚେକିଂ  ଓ ପାଟ୍ରୋଲିଙ୍ଗ । ୬୦  ପ୍ଲାଟୁନ ଫୋର୍ସ ମୁତୟନ ।

4

କନକ ବ୍ୟୁରୋ: କଟକରେ ଆଜି ବି କର୍ଫ୍ୟୁ ଜାରି । ଇଣ୍ଟରନେଟ୍ କଟକଣା ବି ବଢ଼ିଲା । କଟକରେ ୩୬ ଘଣ୍ଟା କର୍ଫ୍ୟୁ ବଳବତ୍ତର ରହିଛି । ସହରସାରା ରାସ୍ତା ଘାଟ ଖାଲି ଖାଲି । ଜରୁରୀକାଳୀନ କାମରେ କରୁଥିବ ଲୋକଙ୍କୁ ପୁଲିସ ଅଟକାଇ ପଚରାଉଚରା କରି ଯାଞ୍ଚ କରି ଛାଡୁଛି ।   ଦୋକାନ ବଜାର ବନ୍ଦ ରହିଛି । କଟକ ସହରରେ ୧୩ଟି ଥାନା ଅଧୀନରେ ଥିବା ସ୍ପର୍ଶକାତର ସ୍ଥାନରେ ପୁଲିସ ବ୍ଲକିଂ, ଚେକିଂ  ଓ ପାଟ୍ରୋଲିଙ୍ଗ ଜାରି ରଖିଛି । ସହରରେ ୬୦  ପ୍ଲାଟୁନ ଫୋର୍ସ ମୁତୟନ ରହିଛନ୍ତି । ୮ କମ୍ପାନି କେନ୍ଦ୍ରୀୟ ଫୋର୍ସ, ସିଆରପିଏଫ, ବିଏସଏଫ୍ ଯବାନ ମୁତୟନ ହୋଇଛନ୍ତି । 

ଗତ ଶୁକ୍ରବାର କଟକରେ ଭସାଣ ସମୟରେ ଦରଘାବଜାର ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା , ଯାହା କ୍ରମେ ରକ୍ତପାତରେ ବଦଳିଥିଲା। ଲଏଥିରେ ସାଧାରଣ ଲୋକଙ୍କ ସହ ପୁଲିସ ଅଧିକାରୀ ମଧ୍ୟ ଆହତ ହୋଇଥିଲେ ।ଏହି ଘଟଣାକୁ ନେଇ ଆରୋପ, ପ୍ରତ୍ୟାରୋପ ବଢ଼ିବା ପରେ ବିରୋଧର ସ୍ବର ଉଠିଥିଲା, ଯାହା ଉଗ୍ର ରୂପ ନେଉଥିବା ଲକ୍ଷ୍ୟ କରାଯିବା ପରେ ପୂରା ଅଞ୍ଚଳରେ କର୍ଫ୍ୟ ଜାରି କରାଯିବା ସହ ଇଣ୍ଟରନେଟ୍ ଉପରେ କଟକଣା ଲାଗିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe