କାମ୍ବୋଡିଆରେ ଥିବା ଭାରତୀୟ ନାଗରିକଙ୍କ ପାଇଁ ଦୂତାବାସ ପକ୍ଷରୁ ପରାମର୍ଶ ଜାରି

 କାମ୍ବୋଡିଆରେ ୭ ଅଞ୍ଚଳକୁ ଯାତ୍ରା ନକରିବାକୁ ପରାମର୍ଶ

ଦୂତାବାସର ମୁଖ୍ୟ ପରାମର୍ଶ

ଦୂତାବାସର ମୁଖ୍ୟ ପରାମର୍ଶ Photograph: (KanakNews)

କନକ ବ୍ୟୁରୋ: ସୀମା ବିବାଦକୁ ନେଇ ଥାଇଲ୍ୟାଣ୍ଡ ଏବଂ କାମ୍ବୋଡିଆର ସେନା ମଧ୍ୟରେ ସଂଘର୍ଷ ଜାରି ରହିଛି ।  ଏହାରି  ମଧ୍ୟରେ ସେଠାରେ ରହୁଥିବା ଭାରତ  ନିଜ ନାଗରିକଙ୍କୁ  ସତର୍କ କରାଇଛି ।  ଥାଇଲ୍ୟାଣ୍ଡର ସାତଟି ପ୍ରଦେଶକୁ ଯାତ୍ରା ନ କରନ୍ତୁ ବୋଲି କହିଛି।  

ଦୂତାବାସର ମୁଖ୍ୟ ପରାମର୍ଶ:
ସୀମାନ୍ତ ଅଞ୍ଚଳକୁ ଯାତ୍ରା ନକରିବା: ଭାରତୀୟ ଦୂତାବାସ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି ଯେ, "କାମ୍ବୋଡିଆ-ଥାଇଲାଣ୍ଡ ସୀମାରେ ଚାଲିଥିବା ସଂଘର୍ଷକୁ ଦୃଷ୍ଟିରେ ରଖି, ଭାରତୀୟ ନାଗରିକମାନଙ୍କୁ ସୀମାବର୍ତ୍ତୀ ଅଞ୍ଚଳକୁ ଯାତ୍ରା ନକରିବାକୁ ପରାମର୍ଶ ଦିଆଯାଉଛି । ଜରୁରୀକାଳୀନ ଯୋଗାଯୋଗ: କୌଣସି ଜରୁରୀ ପରିସ୍ଥିତିରେ ସହାୟତା ପାଇଁ ଭାରତୀୟ ନାଗରିକମାନେ ନୋମ ପେନ୍‌ରେ ଥିବା ଭାରତୀୟ ଦୂତାବାସ ସହିତ ଯୋଗାଯୋଗ କରିପାରିବେ । ଏଥିପାଇଁ ଏକ ହେଲ୍ପଲାଇନ ନମ୍ବର ଏବଂ ଇମେଲ୍ ଆଇଡି ମଧ୍ୟ ଜାରି କରାଯାଇଛି: ଫୋନ୍ ନମ୍ବର: +855 92881676  
ଇମେଲ୍: cons.phnompenh@mea.gov.in 

ଏହି ବିବାଦ ମୁଖ୍ୟତଃ ୧୦୦୦ ବର୍ଷ ପୁରୁଣା ଶିବ ମନ୍ଦିରକୁ କେନ୍ଦ୍ର କରି ଆରମ୍ଭ ହୋଇଛି, ଯାହାକୁ ଉଭୟ ଦେଶ ନିଜର ବୋଲି ଦାବି କରନ୍ତି । ଏହି ସଂଘର୍ଷ ଗତ ତିନି ଦିନ ଧରି ଲାଗିରହିଛି ଏବଂ ଏଥିରେ ଏପର୍ଯ୍ୟନ୍ତ ୧୩ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି । ଲକ୍ଷାଧିକ ଲୋକ ନିଜ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ପଳାୟନ କରିଛନ୍ତି ।  ଏହା ପୂର୍ବରୁ ଥାଇଲାଣ୍ଡରେ ଥିବା ଭାରତୀୟ ଦୂତାବାସ ମଧ୍ୟ ସେଠାକୁ ଯାଉଥିବା ଭାରତୀୟଙ୍କୁ ୭ଟି ପ୍ରଦେଶକୁ ଯାତ୍ରା ନକରିବାକୁ ପରାମର୍ଶ ଦେଇଥିଲା । 

ଏହି ସ୍ଥିତିକୁ ଦୃଷ୍ଟିରେ ରଖି ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଏକ ଜରୁରୀକାଳୀନ ବୈଠକ କରି ଉଭୟ ଦେଶକୁ ସଂଯମତା ରକ୍ଷା କରିବାକୁ ଏବଂ ଆଲୋଚନା ମାଧ୍ୟମରେ ସମାଧାନର ବାଟ ଖୋଜିବାକୁ ଆହ୍ୱାନ ଦେଇଛି । ଭାରତୀୟ ଦୂତାବାସ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ଏବଂ ନାଗରିକଙ୍କ ସୁରକ୍ଷା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe