କନକ ବ୍ୟୁରୋ: ସୀମା ବିବାଦକୁ ନେଇ ଥାଇଲ୍ୟାଣ୍ଡ ଏବଂ କାମ୍ବୋଡିଆର ସେନା ମଧ୍ୟରେ ସଂଘର୍ଷ ଜାରି ରହିଛି । ଏହାରି ମଧ୍ୟରେ ସେଠାରେ ରହୁଥିବା ଭାରତ ନିଜ ନାଗରିକଙ୍କୁ ସତର୍କ କରାଇଛି । ଥାଇଲ୍ୟାଣ୍ଡର ସାତଟି ପ୍ରଦେଶକୁ ଯାତ୍ରା ନ କରନ୍ତୁ ବୋଲି କହିଛି।
ଦୂତାବାସର ମୁଖ୍ୟ ପରାମର୍ଶ:
ସୀମାନ୍ତ ଅଞ୍ଚଳକୁ ଯାତ୍ରା ନକରିବା: ଭାରତୀୟ ଦୂତାବାସ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି ଯେ, "କାମ୍ବୋଡିଆ-ଥାଇଲାଣ୍ଡ ସୀମାରେ ଚାଲିଥିବା ସଂଘର୍ଷକୁ ଦୃଷ୍ଟିରେ ରଖି, ଭାରତୀୟ ନାଗରିକମାନଙ୍କୁ ସୀମାବର୍ତ୍ତୀ ଅଞ୍ଚଳକୁ ଯାତ୍ରା ନକରିବାକୁ ପରାମର୍ଶ ଦିଆଯାଉଛି । ଜରୁରୀକାଳୀନ ଯୋଗାଯୋଗ: କୌଣସି ଜରୁରୀ ପରିସ୍ଥିତିରେ ସହାୟତା ପାଇଁ ଭାରତୀୟ ନାଗରିକମାନେ ନୋମ ପେନ୍ରେ ଥିବା ଭାରତୀୟ ଦୂତାବାସ ସହିତ ଯୋଗାଯୋଗ କରିପାରିବେ । ଏଥିପାଇଁ ଏକ ହେଲ୍ପଲାଇନ ନମ୍ବର ଏବଂ ଇମେଲ୍ ଆଇଡି ମଧ୍ୟ ଜାରି କରାଯାଇଛି: ଫୋନ୍ ନମ୍ବର: +855 92881676
ଇମେଲ୍: [email protected]
ଏହି ବିବାଦ ମୁଖ୍ୟତଃ ୧୦୦୦ ବର୍ଷ ପୁରୁଣା ଶିବ ମନ୍ଦିରକୁ କେନ୍ଦ୍ର କରି ଆରମ୍ଭ ହୋଇଛି, ଯାହାକୁ ଉଭୟ ଦେଶ ନିଜର ବୋଲି ଦାବି କରନ୍ତି । ଏହି ସଂଘର୍ଷ ଗତ ତିନି ଦିନ ଧରି ଲାଗିରହିଛି ଏବଂ ଏଥିରେ ଏପର୍ଯ୍ୟନ୍ତ ୧୩ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି । ଲକ୍ଷାଧିକ ଲୋକ ନିଜ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ପଳାୟନ କରିଛନ୍ତି । ଏହା ପୂର୍ବରୁ ଥାଇଲାଣ୍ଡରେ ଥିବା ଭାରତୀୟ ଦୂତାବାସ ମଧ୍ୟ ସେଠାକୁ ଯାଉଥିବା ଭାରତୀୟଙ୍କୁ ୭ଟି ପ୍ରଦେଶକୁ ଯାତ୍ରା ନକରିବାକୁ ପରାମର୍ଶ ଦେଇଥିଲା ।
ଏହି ସ୍ଥିତିକୁ ଦୃଷ୍ଟିରେ ରଖି ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଏକ ଜରୁରୀକାଳୀନ ବୈଠକ କରି ଉଭୟ ଦେଶକୁ ସଂଯମତା ରକ୍ଷା କରିବାକୁ ଏବଂ ଆଲୋଚନା ମାଧ୍ୟମରେ ସମାଧାନର ବାଟ ଖୋଜିବାକୁ ଆହ୍ୱାନ ଦେଇଛି । ଭାରତୀୟ ଦୂତାବାସ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ଏବଂ ନାଗରିକଙ୍କ ସୁରକ୍ଷା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/07/26/cambodia-2025-07-26-16-40-39.jpg)