ଓଡ଼ିଶା ଖଣି ନିଗମ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫ ପାଳିତ

Advertisment

ଆଜି ଯୋଗ ଦିବସ ପାଳନ କରିବା ପାଇଁ ସକାଳୁ ଓଡ଼ିଶା ଖଣି ନିଗମ ଅଧିନସ୍ଥ ବିଭିନ୍ନ ଖଣି ଅଞ୍ଚଳରେ କାର୍ଯ୍ୟରତ କର୍ମଚାରୀମାନେ ତାଲିମପ୍ରାପ୍ତ ପ୍ରଶିକ୍ଷକଙ୍କ ନେତୃତ୍ୱରେ ଯୋଗ ଏବଂ ଏହାର ବିଭିନ୍ନ ଆସନ ମାନ କରି ନିଜର ଦିନର ଆରମ୍ଭ କରିଥିଲେ ।

ଆଜି ଯୋଗ ଦିବସ ପାଳନ କରିବା ପାଇଁ ସକାଳୁ ଓଡ଼ିଶା ଖଣି ନିଗମ ଅଧିନସ୍ଥ ବିଭିନ୍ନ ଖଣି ଅଞ୍ଚଳରେ କାର୍ଯ୍ୟରତ କର୍ମଚାରୀମାନେ ତାଲିମପ୍ରାପ୍ତ ପ୍ରଶିକ୍ଷକଙ୍କ ନେତୃତ୍ୱରେ ଯୋଗ ଏବଂ ଏହାର ବିଭିନ୍ନ ଆସନ ମାନ କରି ନିଜର ଦିନର ଆରମ୍ଭ କରିଥିଲେ ।

WhatsApp ImageFEFEFE

Photograph: (KANAK NEWS)

କନକ ବ୍ୟୁରୋ: ଓଡ଼ିଶା ଖଣି ନିଗମ ପକ୍ଷରୁ ଏହାର ସମସ୍ତ ଆଞ୍ଚଳିକ ଖଣି କାର୍ଯ୍ୟାଳୟ ପରିସରଠାରେ "ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ" ଶୀର୍ଷକ ବାର୍ତ୍ତା ସହ ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫ ପାଳିତ ହୋଇଯାଇଅଛି । ନିଗମ ଅଧିନସ୍ଥ ସମସ୍ତ ଖଣି ୟୁନିଟ୍, ମୁଖ୍ୟ କାର୍ଯ୍ୟାଳୟ ଏବଂ ଆଞ୍ଚଳିକ କାର୍ଯ୍ୟାଳୟରେ ଆନୁଷଙ୍ଗିକ ଭାବେ ଚଳିତ ବର୍ଷର ଶୀର୍ଷକ ବାର୍ତ୍ତା ସହିତ ସମନ୍ୱିତ ରକ୍ଷା କରି ଯୋଗ ଦିବସ ୨୦୨୫ ପାଳିତ ହୋଇଯାଇଅଛି ।

WhatsApp Image 2025-06-21 at 8.05.58 PM
Photograph: (KANAK NEWS)

ଆଜି ଯୋଗ ଦିବସ ପାଳନ କରିବା ପାଇଁ ସକାଳୁ ଓଡ଼ିଶା ଖଣି ନିଗମ ଅଧିନସ୍ଥ ବିଭିନ୍ନ ଖଣି ଅଞ୍ଚଳରେ କାର୍ଯ୍ୟରତ କର୍ମଚାରୀମାନେ ତାଲିମପ୍ରାପ୍ତ ପ୍ରଶିକ୍ଷକଙ୍କ ନେତୃତ୍ୱରେ ଯୋଗ ଏବଂ ଏହାର ବିଭିନ୍ନ ଆସନ ମାନ କରି ନିଜର ଦିନର ଆରମ୍ଭ କରିଥିଲେ । ଅଂଶଗ୍ରହଣକାରୀମାନେ ନିଜର ବ୍ୟସ୍ତବହୁଳ କର୍ମମୟ ଜୀବନରେ କିଭଳି ଚାପକୁ ହ୍ରାସ କରିବେ ତା ବିଷୟରେ ସଚେତନ ବାର୍ତ୍ତା ଦେବା ସହିତ ସଠିକ୍ ଶ୍ୱାସକ୍ରିୟା ଚାଳନ ଏବଂ ଆସନ ସମ୍ପର୍କିତ ବିଭିନ୍ନ ବିଷୟରେ ସଚେତନ କରାଯାଇଥିଲା ।

ଏଥିସହ ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଯୋଗ ଅଧିବେଶନରେ ଆଲୋକ କୁମାର ପାଲ, ନିର୍ଦ୍ଦେଶକ (ମାନବ ସମ୍ବଳ)ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିଥିଲେ ।

WhatsApp Image 2025-06-21 at 8.05.55 PM
Photograph: (KANAK NEWS)

ସୂଚନା ଅନୁଯାୟୀ, ଓଏମସି ପକ୍ଷରୁ ନିଜର ଅଧିନସ୍ଥ ସମସ୍ତ ଖଣି କ୍ଷେତ୍ର ଓ ୟୁନିଟରେ ଯୋଗ ଦିବସ ପାଳନ କରାଯିବା ସହିତ ନିଜର ଖଣି ଅଞ୍ଚଳର ପାର୍ଶ୍ଵବର୍ତ୍ତୀ ଗ୍ରାମୀଣ ଅଞ୍ଚଳ ଏବଂ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ମଧ୍ୟ ଏହି ଦିବସକୁ ପାଳନ କରିବା ପାଇଁ ସ୍ବତନ୍ତ୍ର ଆୟୋଜନ କରିଥିଲା । ସ୍ଥାନୀୟ ଲୋକ ବିଶେଷ କରି ଯୁବସମାଜକୁ ସୁସ୍ଥ ଅଭ୍ୟାସ ପ୍ରତି ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଓଡ଼ିଶା ମାଇନିଙ୍ଗ ଆଦର୍ଶ ବିଦ୍ୟାଳୟ, ଓଏମସି- ଡିଏଭି ସ୍କୁଲ ଏବଂ ସ୍ଥାନୀୟ ଗୋଷ୍ଠୀ କେନ୍ଦ୍ରଗୁଡ଼ିକରେ ସ୍ୱତନ୍ତ୍ର ଯୋଗ ଅଧିବେଶନ ଅନୁଷ୍ଠିତ ହୋଇଥିଲା ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଓଏମସି ସବୁବେଳେ ନିଜ କର୍ମଚାରୀଙ୍କ ସାମଗ୍ରିକ ବିକାଶ ଓ କଲ୍ୟାଣକୁ ଗୁରୁତ୍ୱାରୋପ କରିଆସୁଛି । ଯୋଗର ନୀତିଗୁଡ଼ିକୁ ଦୈନନ୍ଦିନ ଜୀବନ ଏବଂ କାର୍ଯ୍ୟରେ ସାମିଲ କରି, ଓଡ଼ିଶା ଖଣି ନିଗମ ଚଳିତ ବର୍ଷର ଯୋଗ ଦିବସର ମୂଳ ବାର୍ତ୍ତାକୁ ପ୍ରତିଫଳିତ କରି ସାମୂହିକ ଭାବେ ଜନ କଲ୍ୟାଣ ମୂଳକ ପଦକ୍ଷେପ ଗୁଡ଼ିକୁ ତ୍ବରାନ୍ବିତ କରିବାରେ ପ୍ରତିବଦ୍ଧତା ପ୍ରକାଶ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe