କନକ ବ୍ୟୁରୋ: ମୁଁ ବୁଢା ନୁହେଁ ଏବେ ବି ଟୋକା ଅଛି । ୮୯ ବର୍ଷୀୟ ବଲିଉଡ୍ ଅଭିନେତା ଧର୍ମେନ୍ଦ ଏପରି କହିଛନ୍ତି ଅନ୍ତର୍ଜାତୀୟ ଯୋଗ ଦିବସରେ । କିପରି ଫିଟ୍ ରହିବେ ସେନେଇ ମଧ୍ୟ କହିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି ୮୯ ବର୍ଷ ବୟସରେ ନିଜକୁ ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରୁଛି । ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯୋଗ କେବଳ ବ୍ୟାୟାମ ନୁହେଁ ବରଂ ଏଥିରୁ ଆପଣ ଅନେକ ରୋଗକୁ ମଧ୍ୟ ମୂଳପୋଛ କରିପାରିବେ । ଯୋଗ ଅନେକ ରୋଗର ଚିକିତ୍ସା ମଧ୍ୟ । ମନେ ରଖନ୍ତୁ ଯଦି ଆପଣଙ୍କ ସ୍ବାସ୍ଥ୍ୟ ଠିକ୍ ଅଛି ତେବେ ଟଙ୍କା ମଧ୍ୟ ଠିକ୍ ଠାକ୍ ଆସୁଥିବ ।
ଧର୍ମେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି ଯୋଗ ନା କେବଳ ଆପଣଙ୍କୁ ଶାରୀରିକ ଭାବେ ସୁସ୍ଥ ରଖିଥାଏ ତାହା ନୁହେଁ ବରଂ ଆପଣଙ୍କ ମସ୍ତିଷ୍କକୁ ମଧ୍ୟ ସୁସ୍ଥ ରଖିଥାଏ । ନିଜ ଫିଟ୍ନେସ୍ ଉପରେ ଧର୍ମେନ୍ଦ୍ର କହିଛନ୍ତି କିଛି ଲୋକ ମୋତେ ବୁଢା କହୁଛନ୍ତି କିନ୍ତୁ ମୁଁ ଏବେ ବି ଟୋକା ଅଛି । ଯୋଗ ଦିବସରେ ଲୋନାବାଲା ଫାର୍ମହାଉସ୍ ରେ ଯୋଗ କରିଛନ୍ତି ଧର୍ମେନ୍ଦ୍ର । ଧର୍ମେନ୍ଦ୍ର ଯୋଗ ମାଧ୍ୟମରେ କହିଛନ୍ତି ମୁଁ ଫିଟ୍ ରହୁଛି ଆଉ ସମସ୍ତଙ୍କୁ ଯୋଗ କରିବା ପାଇଁ ପ୍ରେରିତ ମଧ୍ୟ କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/06/21/dharmendra-2025-06-21-16-30-26.jpg)