ଏପ୍ରିଲ୍ ୨୯ ତାରିଖରେ ସାରା ବିଶ୍ୱରେ ଅନ୍ତର୍ଜାତୀୟ ନୃତ୍ୟ ଦିବସ (International Dance Day 2025) ପାଳନ କରାଯାଏ । ଏହି ଦିନଟି ନୃତ୍ୟକୁ ଉତ୍ସର୍ଗୀକୃତ ଯାହା ସଂସ୍କୃତି, ଭାବନା ଏବଂ କାହାଣୀ ବର୍ଣ୍ଣନା କରିବାର ଏକ ଉତ୍ତମ ମାଧ୍ୟମ । ଯଦି ଭାରତୀୟ ନୃତ୍ୟ ବିଷୟରେ କହିବା ତେବେ ଏହି ଦେଶର ନୃତ୍ୟ ପରମ୍ପରା ଅତ୍ୟନ୍ତ ସମୃଦ୍ଧ, ଯେଉଁଠାରେ ଶାସ୍ତ୍ରୀୟ ନୃତ୍ୟର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ତେବେ ଆସନ୍ତୁ ଭାରତର ୫ ଟି ପ୍ରମୁଖ ଶାସ୍ତ୍ରୀୟ ନୃତ୍ୟ ବିଷୟରେ ଜାଣିବା । 

Advertisment
kathak
kathak Photograph: (google)

କଥକ : 

କଥକ ହେଉଛି ଉତ୍ତର ଭାରତର ଏକ ଶାସ୍ତ୍ରୀୟ ନୃତ୍ୟ । ଏହି ନୃତ୍ୟ କଳା ମାଧ୍ୟମରେ କାହାଣୀଗୁଡ଼ିକୁ ଦର୍ଶାଯାଏ । କଥକ ଶବ୍ଦଟି ମଧ୍ୟ କାହାଣୀରୁ ହିଁ ଆସିଛି । ସଂସ୍କୃତ ଶବ୍ଦ 'କଥା'ରୁ 'କଥକ'ର ଉତ୍ପତ୍ତି ହୋଇଛି । ଏଥିରେ ନୃତ୍ୟଶିଳ୍ପୀମାନେ ପୌରାଣିକ କଥାଗୁଡ଼ିକୁ ନୃତ୍ୟ ଏବଂ ଅଭିନୟ ମାଧ୍ୟମରେ ଉପସ୍ଥାପନ କରନ୍ତି । କଥକରେ ଘୂରିବା ଶୈଳୀରେ ନୃତ୍ୟ ଏବଂ ତାଳ ଉପରେ ଗୁରୁତ୍ୱ ଦିଆଯାଏ । ପାଦର ଥରଥର ନୃତ୍ୟ ଏବଂ ହାତର ମୁଦ୍ରା ମାଧ୍ୟମରେ ନୃତ୍ୟ ପରିବେଷଣ କରାଯାଏ । ଏହି ନୃତ୍ୟର ପୋଷାକ ମୋଗଲ କାଳର ପ୍ରଭାବରେ ସଜ୍ଜିତ ହୋଇଛି । 

Bharatanatyam
Bharatanatyam Photograph: (google)

ଭରତନାଟ୍ୟମ : 

ଭରତନାଟ୍ୟମ ନୃତ୍ୟ ପ୍ରଥମେ ତାମିଲନାଡୁରେ ଆରମ୍ଭ ହୋଇଥିଲା । ଏହା ଦକ୍ଷିଣ ଭାରତର ସବୁଠାରୁ ପ୍ରମୁଖ ନୃତ୍ୟ, ଯାହା ମନ୍ଦିରରେ ଦେବଦାସୀମାନଙ୍କ ଦ୍ୱାରା କରାଯାଉଥିଲା । ଭରତନାଟ୍ୟମର କୋରିଓଗ୍ରାଫିରେ ଗଭୀର ମୁଦ୍ରା (ଅରିମାଣ୍ଡି, ମୁଦ୍ରା)ର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଏହି ନୃତ୍ୟ ଶୈଳୀରେ ଭାବ (ଅନୁଭବ), ରାଗ (ସଙ୍ଗୀତ) ଏବଂ ତାଳ (ଲୟ)ର ଏକ ଅନନ୍ୟ ସମନ୍ୱୟ ଦେଖିବାକୁ ମିଳେ, ଯାହା ପରସ୍ପରକୁ ସନ୍ତୁଳନ ରକ୍ଷା କରିବାରେ ସାହାଯ୍ୟ କରେ । ଯଦି ଏହି ନୃତ୍ୟର ପୋଷାକ ବିଷୟରେ କହିବା, ତେବେ ଭରତନାଟ୍ୟମର ପୋଷାକ ବହୁତ ସ୍ୱତନ୍ତ୍ର ଅଟେ । ଏହି ନୃତ୍ୟ ପାଇଁ ଏକ ଅନନ୍ୟ ଶୈଳୀରେ ଶାଢ଼ି ପିନ୍ଧାଯାଏ ଏବଂ ଅଳଙ୍କାର ବ୍ୟବହାର କରାଯାଏ, ଯେଉଁଥିରେ ମଥାପଟିର ଏକ ସ୍ୱତନ୍ତ୍ର ମହତ୍ତ୍ୱ ରହିଛି ।

Kathakali
Kathakali Photograph: (google)

କଥକଲୀ : 

କଥକଲୀ ନୃତ୍ୟ କେରଳରୁ ଆସିଛି । ଏହା ଏକ ପ୍ରକାର ନୃତ୍ୟ-ନାଟକ, ଯେଉଁଥିରେ ମହାକାବ୍ୟ (ରାମାୟଣ, ମହାଭାରତ)ର କାହାଣୀଗୁଡ଼ିକ ପ୍ରଦର୍ଶିତ କରାଯାଏ । ଏହି ନୃତ୍ୟ ପାଇଁ ମେକଅପ୍ ଏବଂ ମୁଖା (ସବୁଜ-ଲାଲ ରଙ୍ଗ) ବ୍ୟବହାର କରାଯାଏ । ଆଖି ଏବଂ ଚେହେରାର ଭାବଭଙ୍ଗୀ ଉପରେ ବିଶେଷ ଗୁରୁତ୍ୱ ଦିଆଯାଏ ।

Odissi Dance
Odissi Dance Photograph: (google)

ଓଡ଼ିଶୀ : 

ଓଡ଼ିଶାର ଗୌରବ ଏବଂ ଗରିମାକୁ ଦ୍ବିପାଦ ଆଗେଇ ନେଉଥିବା ନୃତ୍ୟ ହେଉଛି ଓଡ଼ିଶୀ । କୋଟି ଓଡ଼ିଆର ମଉଡ଼ମଣି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପୂଜା ସହ ଜଡିତ ଓଡ଼ିଶୀ ନୃତ୍ୟ ମନ୍ଦିରମାନଙ୍କରେ ବିକଶିତ ହୋଇଛି ବୋଲି ଇତିହାସରୁ ଜଣାପଡ଼େ । ଏହି ନୃତ୍ୟରେ ତ୍ରିଭଙ୍ଗ ମୁଦ୍ରା (ଶରୀରକୁ ତିନି ଭାଗରେ ବଙ୍କା କରି ନୃତ୍ୟ)ର ବିଶେଷ ମହତ୍ତ୍ୱ ରହିଛି । ଏଥିରେ ଶୃଙ୍ଗାର ଏବଂ ଭକ୍ତି ରସକୁ ଅଧିକ ମହତ୍ତ୍ୱ ଦିଆଯାଇଛି । ପୋଷାକର କଥା ଯଦି କହିବା ଏହି ନୃତ୍ୟରେ ଓଡ଼ିଶୀ କଳାକାର ସମ୍ବଲପୁରୀ ପାଟ ପରିଧାନ କରିଥା‘ନ୍ତି । 

Manipuri
Manipuri Photograph: (google)

ମଣିପୁରୀ : 

ମଣିପୁରୀ ନୃତ୍ୟ ଉତ୍ତର-ପୂର୍ବ ଭାରତର ମଣିପୁର ରାଜ୍ୟରୁ ଆସିଛି । ଏହି ନୃତ୍ୟ ରାସଲୀଳା ଅର୍ଥାତ୍ ଭଗବାନ କୃଷ୍ଣ ଏବଂ ରାଧାଙ୍କ ଲୀଳା ଉପରେ ଆଧାରିତ । ଏହି ନୃତ୍ୟ କରିବା ସମୟରେ ଧୀର, ଲୟବଦ୍ଧ ଏବଂ ଗୋଲାକାର ଗତି କରାଯାଏ । ଏହା ସହିତ, ନୃତ୍ୟର ପୋଷାକ ମଧ୍ୟ ବହୁତ ଖାସ୍ ଏବଂ ଖୁବ୍ ସୁନ୍ଦର ହୋଇଥାଏ । ନୃତ୍ୟରେ ଘୁଙ୍ଗୁରୁ ବଦଳରେ ଘଣ୍ଟିର ବ୍ୟବହାର କରାଯାଏ ।