କନକ ବ୍ୟୁରୋ : ଗିରଫ ହୋଇପାରନ୍ତି ରାଜା ଚକ୍ର । ରାଜାଙ୍କ ଉପରୁ ହଟିଲା ଅନ୍ତରୀଣ ସୁରକ୍ଷା । ଅନ୍ତରୀଣ ସୁରକ୍ଷା ହଟାଇଲେ ହାଇକୋର୍ଟ । ରାଜା ଚକ୍ରଙ୍କ ସମେତ ୪ ଜଣଙ୍କ ଉପରୁ ହଟିଲା ଅନ୍ତରୀଣ ସୁରକ୍ଷା । ଇଡି ଯାଞ୍ଚ ବେଳେ ଆଗୁଆ ଜାମିନ ଆବେଦନ କରିଥିଲେ ରାଜା ଚକ୍ର ।
ରାଜା ଚକ୍ରଙ୍କ କେଳେଙ୍କାରୀର ଚାଲିଛି ଚେର ଖୋଜା । ବଡ଼ବିଲ ଖଣି ଅଞ୍ଚଳର ଅଧିକାଂଶ ଖଣିରେ ଅଛି ତାଙ୍କର ଅନେକ ପ୍ଲାଣ୍ଟ । ଏଥିରୁ ରୋଜଗାର ମାସକୁ ଶହେ କୋଟି ! କେନ୍ଦୁଝରର ଲଘୁ ଖଣିଜ ବ୍ୟବସାୟରେ ରାଜାର ବେଶ୍ ପ୍ରଭାବ ରହିଛି । ଜିଲ୍ଲାରେ ରାଜାର ଅନେକ କ୍ରସର ରହିଛି । କଳାପଥର ପାହାଡ଼ ଖୋଳି ଟଙ୍କା କମାଉଥିଲେ !
ସ୍ଥିତି ଏମିତି ଥିଲା ଯେ, ଜିଲ୍ଲାର ବଡ଼ ବଡ୍ ପ୍ରଶାସନିକ ଅଧିକାରୀ ରାଜାଚକ୍ରକୁ ଖୋଲାହାତ ଛାଡିଦେଇଥିଲେ । ଦଳର ବଡ ବଡ ନେତା ବି ଜିଲ୍ଲାରେ ଅଲୋଡା ହୋଇପଡ଼ିଥିଲେ । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆଣ୍ଡ ଟ୍ରାନ୍ସପୋର୍ଟିଂ କୋ-ଅପରେଟିଭ ସୋସାଇଟି ନାଁରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି । ଏଥିରେ ରାଜାଙ୍କ ସହ ବିଜେଡି ନେତା ସାମିଲ ଥିବା ଅଭିଯୋଗରେ ଇଓଡବ୍ଲୁ ଖୋଳତାଡ଼ ଆରମ୍ଭ କରିଛି । ରାଜଚକ୍ରର ଘର ସହ ବିଭିନ୍ନ ସ୍ଥାନରେ ରେଡ ଚାଲିଛି ।