ପୁଣି ପଦାରେ ପଡିଲା ପାରାଦୀପ ବିଜେଡି କଳି । ନଗର ସଭାପତି ବସନ୍ତ ବିଶ୍ୱାଳ ଓ ସମ୍ବିତ ରାଉତରାୟଙ୍କର ପୃଥକ ପୃଥକ ପଦଯାତ୍ରା

Advertisment

ବୁଧବାର ସକାଳେ ପାରାଦୀପ ବିଜେଡ଼ି ସଭାପତି ବସନ୍ତ ବିଶ୍ବାଳ ଏଡିଏମ ଅଫିସ ନିକଟରୁ ଶିବମନ୍ଦିର ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ । ଏଥିରେ କାଉନସିଲର ଓ କର୍ମୀମାନେ ସାମିଲ ହୋଇଥିଲେ । ସମ୍ବିତଙ୍କ ବାପା ସ୍ବର୍ଗତ ଦାମୋଦର ରାଉତଙ୍କ ଫଟୋ ବି ବ୍ୟାନରରେ ଲଗାଇଥିଲେ ବସନ୍ତ । ହେଲେ କାର୍ଯ୍ୟକ୍ରମରେ  ସମ୍ବିତ କିମ୍ବା ତାଙ୍କ ଗୋଷ୍ଠୀର କୌଣସି କର୍ମୀଙ୍କୁ ଦେଖିବାକୁ ମିଳିନଥିଲା । ସେପଟେ କାଉଣ୍ଟର କରିବାକୁ ଯାଇ ସମ୍ବିତ ଅପରାହ୍ଣରେ ପଦଯାତ୍ରା କରିଥିଲେ ।

rtgtgg

କନକ ବ୍ୟୁରୋ :  ପାରାଦୀପରେ ବିଜେଡ଼ି ଦୁଇଫାଳ । ଏକଥା ଆଉଥରେ ପ୍ରମାଣିତ ହୋଇଛି । ଦଳର ମୁଖିଆ ଯେତେ ତାଳି ପକାଇଲେ ବି ତାଳି ପଡୁନି । ଫାଟ ଜଳ ଜଳ ଦେଖାଯାଉଛି । ପୌରାଧ୍ୟକ୍ଷ ତଥା ପାରାଦୀପ ନଗର ସଭାପତି ବସନ୍ତ ବିଶ୍ଵାଳ ଏବଂ ସମ୍ବିତ ରାଉତରାୟ ଅଲଗା ଭାବେ ଆୟୋଜନ କରିଛନ୍ତି ଜନ ସମ୍ପର୍କ ପଦଯାତ୍ରା । ଯାହାକୁ ନେଇ ପାରାଦୀପ ବିଜେଡ଼ି ରାଜନୀତି ସରଗରମ ହୋଇଛି । ବୁଧବାର ସକାଳେ ପାରାଦୀପ ବିଜେଡ଼ି ସଭାପତି ବସନ୍ତ ବିଶ୍ବାଳ ଏଡିଏମ ଅଫିସ ନିକଟରୁ ଶିବମନ୍ଦିର ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ । ଏଥିରେ କାଉନସିଲର ଓ କର୍ମୀମାନେ ସାମିଲ ହୋଇଥିଲେ । ସମ୍ବିତଙ୍କ ବାପା ସ୍ବର୍ଗତ ଦାମୋଦର ରାଉତଙ୍କ ଫଟୋ ବି ବ୍ୟାନରରେ ଲଗାଇଥିଲେ ବସନ୍ତ । ହେଲେ କାର୍ଯ୍ୟକ୍ରମରେ  ସମ୍ବିତ କିମ୍ବା ତାଙ୍କ ଗୋଷ୍ଠୀର କୌଣସି କର୍ମୀଙ୍କୁ ଦେଖିବାକୁ ମିଳିନଥିଲା । ସେପଟେ କାଉଣ୍ଟର କରିବାକୁ ଯାଇ ସମ୍ବିତ ଅପରାହ୍ଣରେ ପଦଯାତ୍ରା କରିଥିଲେ । ଶିବମନ୍ଦିର ପାଖରୁ ଆରମ୍ଭ କରି ଏଡିଏମ ଅଫିସ ପର୍ୟ୍ୟନ୍ତ ପଦଯାତ୍ରା କରିଥିଲେ। ତାଙ୍କ ସହ ବାପି ସର୍ଖେଲ, ଗୀତାଞ୍ଜଳି ରାଉତରାୟ, ପୂର୍ବତନ ସାଂସଦ ରାଜଶ୍ରୀ ମଲିକ ପ୍ରମୁଖ ସାମିଲ ହୋଇଥିଲେ। ଏହି ଅବସରରେ ସେ ବିଜେପି ସରକାରକୁ ଖୁବ୍ ଟାର୍ଗେଟ କରିବା ସହ ବିଭିନ୍ନ ପ୍ରସଙ୍ଗରେ ସମାଲୋଚନା କରିଛନ୍ତି । ହେଲେ ତାଙ୍କ ପଦଯାତ୍ରାରେ ବସନ୍ତ ବିଶ୍ବାଳଙ୍କ ସମର୍ଥକ ଯୋଗ ଦେଇନଥିଲେ । ଉଭୟ ନେତା ଅଲଗା ଅଲଗା ପଦଯାତ୍ରା କରିବା ସତ୍ତ୍ବେ ଗୋଷ୍ଠୀ କନ୍ଦଳ କଥାକୁ ଅସ୍ବୀକାର କରିଛନ୍ତି ସମ୍ବିତ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe