ସମୟ ସହ ବଦଳୁଛି ରୁଚି, ଖରାଦିନେ ଫ୍ୟାଶନ୍‌ରେ ଲଙ୍ଗ୍ ଗାଉନ୍‌

Advertisment

ସମୟ ବଦଳିବା ସହ ବଦଳୁଛି ପରିଧାନର ରୁଚି । ଗରମ ଦିନେ ଶାଢ଼ି ବା ନାଇଟି ବଦଳରେ ଲଙ୍ଗ ଗାଉନ୍‌ ପିନ୍ଧିବାକୁ ପସନ୍ଦ କରୁଛନ୍ତି ମହିଳା

ସମୟ ବଦଳିବା ସହ ବଦଳୁଛି ପରିଧାନର ରୁଚି । ଗରମ ଦିନେ ଶାଢ଼ି ବା ନାଇଟି ବଦଳରେ ଲଙ୍ଗ ଗାଉନ୍‌ ପିନ୍ଧିବାକୁ ପସନ୍ଦ କରୁଛନ୍ତି ମହିଳା

Fasion

Photograph: (kanakNews)

କନକ ବ୍ୟୁରୋ : ସମୟ ବଦଳିବା ସହ ବଦଳୁଛି ପରିଧାନର ରୁଚି । ଗରମ ଦିନେ ଶାଢ଼ି ବା ନାଇଟି ବଦଳରେ ଲଙ୍ଗ ଗାଉନ୍‌ ପିନ୍ଧିବାକୁ ପସନ୍ଦ କରୁଛନ୍ତି ମହିଳା । ସମର୍‌ ଫ୍ୟାସନରେ ଏବେ ଲଙ୍ଗ ଗାଉନର ଚାହିଦା । ଟ୍ରେଣ୍ଡରେ ବିଭିନ୍ନ ଡିଜାଇନର ଲଙ୍ଗ ଗାଉନ୍‌ । ଆଜିର ଫ୍ୟାସନ୍‌ ସେଗମେଣ୍ଟରେ ଦେଖିବା ଟ୍ରେଣ୍ଡରେ ଲଙ୍ଗ ଗାଉନ୍‌ । 
ଖରା ଗରମରେ ଫ୍ୟାଶନ୍‌ ଟ୍ରେଣ୍ଡରେ ରହିଛି କଟନ୍‌ ବା ସୂତାର ଲଙ୍ଗ ଗାଉନ୍‌ । ଘର ହେଉ କି ବାହାର ସବୁଯାଗାକୁ ସୁହାଉଛି ଗାଉନ୍‌ । କର୍ମଜୀବୀ ହୁଅନ୍ତୁ କି ଗୃହିଣୀ, ବିଭିନ୍ନ କାମରେ ଘରୁ ବାହାରିବାକୁ ପଡ଼ିଥାଏ । ତେଣୁ ସୁନ୍ଦର ଦେଖାଯିବା ସହ ପିନ୍ଧିବାକୁ ଏହା ହାଲୁକା । ସେଥିପାଇଁ ମହିଳାଙ୍କ ପସନ୍ଦ ପାଲଟିଛି ବିଭିନ୍ନ ଡିଜାଇନର ଗାଉନ୍‌ । ମାର୍କେଟରେ ନାଇଟି ଅପେକ୍ଷା ଗାଉନ୍‌ର ଡିମାଣ୍ଡ ଥିବାରୁ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଦୋକାନୀ ମଧ୍ୟ ନାନା ଡିଜାଇନ୍‌ର ଲମ୍ବା ଓ ଛୋଟ ଫ୍ରକର ପସରା ମେଲାଇଛନ୍ତି । ଦାମ୍ ମଧ୍ୟ ପକେଟକୁ ସୁହାଇଲା ପରି । ଲଙ୍ଗ ଗାଉନ୍‌ ୩ ଶହ ରୁ ୭ଶହ ଟଙ୍କା ଭିତରେ ମିଳିଯାଉଛି । 

କେବଳ ଛୋଟ ଛୋଟ ଦୋକାନ ନୁହେଁ, ମଲ୍‌ ଓ ଅନଲାଇନରେ ମଧ୍ୟ ଭଳିକି ଭଳି ଲଙ୍ଗ ଓ ସର୍ଟ ଫ୍ରକ ମିଳୁଛି । ସୂତା ଓ ସିଫନ କପଡା ଏହି ଡ୍ରେସ ପାଇଁ ବ୍ୟବହାର କରାଯାଉଛି । ହେଲେ ଖରାଦିନେ ସୂତା ଗାଉନ୍‌ର ବେଶୀ ଡିମାଣ୍ଡ । ସ୍ଲିଭ୍‌ଲେସ୍‌, ଛୋଟ ସ୍ଲିଭ, ସିଲ୍‌ସିଲା ହାତ, ପପ୍‌ ଡିଜାଇନ୍ ଏହିସବୁ ହାତର ବେଶୀ ଡିମାଣ୍ଡ ରହିଥିବା ବେଳେ, ଅମ୍ୱ୍ରେଲା କଟ୍, ଷ୍ଟ୍ରେଟ୍‌କଟ୍‌, ପ୍ରିନ୍‌ସେସ୍‌ କଟ୍‌, ସେହିପରି କଲର୍ ନେକ, ହାଇନେକ୍, ବୋଟ୍‌ ନେକ୍‌ ଡିଜାଇନର ଗାଉନ୍‌ ଏବେ ଫ୍ୟାଶନ୍‌ ଟ୍ରେଣ୍ଡରେ ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe