ବିଜେପିର ଦୁଇ ଗୋଷ୍ଠୀ ମୁହାଁମୁହିଁ । ଗାନ୍ଧୀ ଜୟନ୍ତୀ କାର୍ଯ୍ୟକ୍ରମରେ ଉଡିଲା ଟେକା ପଥର ।

Advertisment

ଯାଜପୁର ଧର୍ମଶାଳାରେ ବିଜେପିର ଦୁଇ ଗୋଷ୍ଠୀ ମୁହାଁମୁହିଁ । ବାରକଣା ଖେଳ ପଡିଆରେ ଗାନ୍ଧୀ ଜୟନ୍ତୀ କାର୍ଯ୍ୟକ୍ରମରେ ଉଡିଲା ଟେକା ପଥର । ଘଟଣାସ୍ଥଳରେ ଚାପା ଉତେଜନା, ପୋଲିସର ହସ୍ତକ୍ଷେପ ପରେ ସ୍ବାଭାବିକ ହେଲା ସ୍ଥିତି ।

ଯାଜପୁର ଧର୍ମଶାଳାରେ ବିଜେପିର ଦୁଇ ଗୋଷ୍ଠୀ ମୁହାଁମୁହିଁ । ବାରକଣା ଖେଳ ପଡିଆରେ ଗାନ୍ଧୀ ଜୟନ୍ତୀ କାର୍ଯ୍ୟକ୍ରମରେ ଉଡିଲା ଟେକା ପଥର । ଘଟଣାସ୍ଥଳରେ ଚାପା ଉତେଜନା, ପୋଲିସର ହସ୍ତକ୍ଷେପ ପରେ ସ୍ବାଭାବିକ ହେଲା ସ୍ଥିତି ।

5୍ି୍

କନକ ବ୍ୟୁରୋ: ଯାଜପୁର ଧର୍ମଶାଳା ବ୍ଳକ ବାରକଣା ଖେଳ ପଡିଆରେ ଏକ କାର୍ୟ୍ୟକ୍ରମ ଆୟୋଜନକୁ ନେଇ ବିଜେପିର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଗାନ୍ଧୀ ଜୟନ୍ତୀ ଅବସରରେ ଆୟୋଜିତ କାର୍ୟ୍ୟକ୍ରମକୁ ନେଇ  ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ  ସହ ଟେକା ପଥର ମାଡ଼ ହୋଇଥିଲା। ଫଳରେ ସ୍ଥାନୀୟ ଅଂଚଳରେ ଚାପା ଉତେଜନା ଦେଖା ଦେଇଥିଲା। ଖବର ପାଇ ଜେନାପୁର ପୋଲିସ ଘଟଣା ସ୍ଥଳରେ ପହଂଚି ଉଭୟ ଗୋଷ୍ଠୀର ଲୋକଙ୍କୁ ବୁଝାସୁଝା କରିବା ପରେ ମାମଲା ଶାନ୍ତ ପଡ଼ିଥିଲା ।  ବିଜେପି ରାଜ୍ୟ ଓବିସି ମୋର୍ଚ୍ଚାର ସଂଯୋଜକ ରାକେଶ କୁମାର ନାୟକଙ୍କ ସମର୍ଥକ ବୃକ୍ଷ ରୋପଣ ଓ ସଫେଇ କାର୍ୟ୍ୟକ୍ରମ ଆୟୋଜନ କରିଥଲେ। ସେହିପରି ବିଧାୟକଙ୍କ କିଛି ମହିଳା ସମର୍ଥକ ମଧ୍ୟ ସେହି ଅଞ୍ଚଳରେ ସଫେଇ କାର୍ୟ୍ୟକ୍ରମ ଆୟୋଜନ କରିଥଲେ। ତେବେ କୌଣସି କାରଣରୁ ଉଭୟ ଗୋଷ୍ଠିଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇ ଝଗଡା ଓ ଟେକା ପଥର ମାଡ ହୋଇଥିଲା। ତେବେ ଖବର ପାଇ ଜେନାପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe