କନକବ୍ୟୁରୋ : ଗଜପତିରେ ସାମନାକୁ ଆସୁଛି ଗୋଟିଏ ପରେ ଗୋଟିଏ ପଶୁ ଶିକାର ଘଟଣା । ବିଭିନ୍ନ ସମୟରେ ପୁଲିସ ପକ୍ଷରୁ ମଧ୍ୟ ଏକାଧିକ ମାମଲା ରୁଜୁ ହୋଇଛି ।  ଶିକାର ପାଇଁ ବ୍ୟବହୃତ ବନ୍ଧୁକ ବି ଜବତ କରିବାର ନଜର ରହିଛି। ତଥାପି ଲାଗିପାରୁନି ବନ୍ୟଜନ୍ତୁ ଶିକାରରେ ରୋକ୍‌ । 

Advertisment

୨୦୨୩ରୁ ୨୦୨୫ ମଧ୍ୟରେ ଗଜପତିର ବିଭିନ୍ନ ବନାଞ୍ଚଳରୁ ରୁଜୁ ହୋଇଛି ୯ଟି ପଶୁ ହତ୍ୟା ମାମଲା  ।   ଚନ୍ଦ୍ରଗିରି ଓ ମହେନ୍ଦ୍ର ବନାଞ୍ଚଳରେ ୩ଟି, ରା.ଉଦୟଗିରି, ରାମଗିରି ଓ ଦେବଗିରି ବନାଞ୍ଚଳରେ ଗୋଟିଏ ଲେଖାଏଁ ମାମଲା ରୁଜୁ ହୋଇଛି  ।   ୨୯ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରି  ଗଜପତି ସୀମାବର୍ତ୍ତୀ ଜିଲ୍ଲା  ହୋଇଥିବାରୁ ଆନ୍ତଃରାଜ୍ୟ ଜଙ୍ଗଲ ତସ୍କର ପଶୁଙ୍କ ଚମଡ଼ା, ଦାନ୍ତ, ମାଂସ ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି ।  କିଛି ଦିନ ତଳେ ଜଙ୍ଗଲ ତସ୍କର ଗ୍ୟାଙ୍ଗ୍‌କୁ ଧରିବାରେ ସଫଳ ହୋଇଥିଲା ବନ ବିଭାଗ ।  ଏହି ଗ୍ୟାଙ୍ଗରେ ଗୋଛାଗୁଡ଼ାର ୭ ଶିକାରୀ ଗିରଫ ହୋଇଛନ୍ତି । ୨ଟି ବାଘ ଦାନ୍ତ, ଗୋଟିଏ ଧନୁ ତୀର, ୪ଟି ଫାଶ ମଧ୍ୟ ଜବତ କରିଥିଲା ବନବିଭାଗ । 

ପଶୁ ହତ୍ୟା ନେଇ କଠୋର କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ରହିଛି ।  ହେଲେ ସଚେତନତା ଅଭାବରୁ ଆଜି ବି ବନ୍ୟପ୍ରାଣୀଙ୍କ ମାଂସକୁ ପାରମ୍ପରିକ ଖାଦ୍ୟ ଭାବେ ଗ୍ରହଣ କରୁଛନ୍ତି କିଛି ଲୋକ। ତେଣୁ ପଶୁ ହତ୍ୟା କରାଯାଉଛି ।  ଜଙ୍ଗଲୀ ତସ୍କରି ଗ୍ୟାଙ୍ଗ୍‌ର ସଦସ୍ୟ ଓ ଦଲାଲ, ନିରୀହ ଆଦିବାସୀଙ୍କୁ ପ୍ରଲୋଭିତ କରି ବନ୍ୟଜନ୍ତୁଙ୍କ ଅବାଧ ଶିକାରରେ କରୁଛନ୍ତି ବ୍ୟବହାର । 

ବନ୍ୟଜନ୍ତୁ ଶିକାର ବଢ଼ୁଥିବାରୁ ବହୁ ବିରଳ ପ୍ରଜାତିର ପ୍ରାଣୀ ଲୋପ ପାଇବାକୁ ବସିଲେଣି ।  ତେଣୁ ଏହାକୁ ରୋକିବା  ଦିଗରେ କଠୋର ପଦକ୍ଷେପ ନିଆ ନ ଗଲେ ପରିବେଶ ଉପରେ ଏହାର ପଡିବ କୁପ୍ରଭାବ ।